CORONAVIRUS UPDATE: ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ରାଜ୍ୟରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରେ ବରଗଡ଼ ଜିଲାର ଜଣେ ୭୬ ବର୍ଷୀୟ ବୃଦ୍ଧ ଥିବା ବେଳେ ଜଣେ ଗଞ୍ଜାମ ଜିଲାର ୪୯ ବର୍ଷୀୟ ବ୍ୟକ୍ତି ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରବିବାର ପୂର୍ବାହ୍ନରେ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ପ୍ରକାଶ ଯେ, ରାଜ୍ୟରେ ଆଉ ୩୦୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୭୨ଜଣ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୩୨ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛନ୍ତି।