ରାଜ୍ୟରେ ଆର୍ଥିକ ଭିତ୍ତିରେ ୧୦% ସଂରକ୍ଷଣ ଦାବିରେ ଧାରଣା

ଭୁବନେଶ୍ୱର,୨୦ା୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୯ ଫେବୃୟାରୀ ପହିଲାରୁ ଗରିବ ସାଧାରଣବର୍ଗ ପିଲାଙ୍କ ପାଇଁ ଆର୍ଥିକ ଭିତ୍ତିରେ ଲାଗୁ କରାଯାଇଥିବା ୧୦% ସଂରକ୍ଷଣ ଏ ପର୍ଯ୍ୟନ୍ତ ଓଡ଼ିଶାରେ ନିଯୁକ୍ତି କ୍ଷେତ୍ରରେ ଲାଗୁ ହୋଇନାହିଁ। ଏ ନେଇ କ୍ରାନ୍ତିିବୀର ଫାଉଣ୍ଡେଶନ ଏବଂ ଓଡ଼ିଶା ଆର୍ଥିକ ଦୁର୍ବଳ ଶ୍ରେଣୀ ମଞ୍ଚ ପକ୍ଷରୁ ବୁଧବାର ବିଧାନସଭା ସମ୍ମୁଖରେ ଧାରଣା ଦିଆଯାଇଥିଲା। ରାଜ୍ୟ ସରକାର ଚଳିତ ବିଧାନସଭା ସତ୍ରରେ ଏହି ଆର୍ଥିକ ଆଧାରିତ ୧୦% ଆରକ୍ଷଣକୁ ତୁରନ୍ତ ଲାଗୁ କରିବା ପାଇଁ ଘୋଷଣା କରିବାକୁ ମଞ୍ଚର ସଭାପତି କୁଳମଣି ମିଶ୍ର ଆହ୍ବାନ ଦେଇଛନ୍ତି। ଏ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମ ଜରିଆରେ ସ୍ବର ଉତ୍ତୋଳନ ପରେ ବି ରାଜ୍ୟ ସରକାର ଶୁଣୁ ନାହାନ୍ତି ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରାନ୍ତିବୀର ଫାଉଣ୍ଡେସନର ପ୍ରମୁଖ ସଦସ୍ୟ ଇଂ ଦୀପକ ଜେନା, ଦୀନବନ୍ଧୁ ଷଡ଼ଙ୍ଗୀ, ଡ. କୈଳାସ ଚନ୍ଦ୍ର ବିଶ୍ୱାଳ, ଉଦ୍ଧବ କର, ଶୁଭ୍ରଜିତ ଦାଶ, ପ୍ରକାଶ ମାଝୀ ପ୍ରମୁଖ ଯୋଗଦେଇଥିଲେ।