ରାଜ୍ୟରେ ଆଉ ୭ ଜୀବନ ନେଲା କରୋନା

ଭୁବନେଶ୍ୱର,୨୨ା୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢିଚାଲିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଇଛି କରୋନା। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁସଂଖ୍ୟା ୮,୫୧୪କୁ ବୃଦ୍ଧି ପାଇଛି। ଆଜି ଅନୁଗୋଳରୁ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ କଟକ, ଯାଜପୁର,ଭଦ୍ରକ,ପୁରୀ ଓ ମୟୁରଭଞ୍ଜରୁ ଜଣେ ଲେଖାଏ ଆକାନ୍ତଙ୍କ ମୃତ୍ୟୁ ଘଟିଛି।