Posted inଖେଳ

ରାଜ୍ୟଗୋଷ୍ଠୀ ଟିଟି ସେମିଫାଇନାଲ:ଭାରତର ପ୍ରତିଦ୍ୱନ୍ଦ୍ୱୀ ସିଙ୍ଗାପୁର

କଟକ ଅଫିସ,୧୯|୭-ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମିଫାଇନାଲ ଲାଇନ୍‌ଅପ୍‌ ହୋଇଯାଇଛି। ମହିଳା ବିଭାଗ ସେମିରେ ସିଙ୍ଗାପୁରକୁ ଭେଟିବ ଭାରତ। ଅନ୍ୟ ସେମିଫାଇନାଲରେ ଇଂଲଣ୍ଡ ଓ ନାଇଜେରିଆ ମଧ୍ୟରେ ମୁକାବିଲା ହେବ। ସେହିପରି ପୁରୁଷ ବିଭାଗ ସେମିଫାଇନାଲରେ ମଧ୍ୟ ଭାରତର ପ୍ରତିଦ୍ୱନ୍ଦ୍ୱୀ ସିଙ୍ଗାପୁର। ଅନ୍ୟ ସେମିରେ ଇଂଲଣ୍ଡ ଓ ମାଲେସିଆ ପରସ୍ପରକୁ ଭେଟିବେ।
ଗୁରୁବାର ଅନୁଷ୍ଠିତ ସୁପର ଏଇଟ୍‌ ମୁକାବିଲାରେ ଭାରତର ଦୁଇଟି ଯାକ ବିଭାଗର ଦଳ ଚମତ୍କାର ପ୍ରଦର୍ଶନ କରିବା ସହ ସହଜ ବିଜୟ ହାସଲ କରିଥିଲେ । ସୁପର ଏଇଟ୍‌ରେ ଭାରତ ପୁରୁଷ ଦଳ ଏଫ ଗ୍ରୁପରେ ସ୍ଥାନ ପାଇଥିଲା । ପ୍ରଥମ ରାଉଣ୍ଡରେ ଦଳ ଶ୍ରୀଲଙ୍କାକୁ ୩-୦ ସେଟରେ ପରାସ୍ତ କରିଥିଲା । ଏ ଅମଲ ରାଜ, ଜି ସାଥିୟାନ ଓ ମାନବ ଠକ୍କର ଭାରତ ପକ୍ଷରୁ ଏହି ରାଉଣ୍ଡରେ ପ୍ରତିନିଧିତ୍ୱ କରୁଥିଲେ । ଏ. ଅମଲ ରାଜ, ଅଚନ୍ତ ଶରଥ କମଲ ଓ ହରମିତ ଦେଶାଇଙ୍କ ନେତୃତ୍ୱରେ ଭାରତ ଦ୍ୱିତୀୟ ରାଉଣ୍ଡରେ ମାଲେସିଆକୁ ମଧ୍ୟ ୩-୦ ସେଟରେ ହରାଇଥିଲା । ସୁପର ଏଇଟରେ ଭାରତୀୟ ମହିଳା ଦଳ ମଧ୍ୟ ଗ୍ରୁପ-ଏଫରେ ସ୍ଥାନ ପାଇଥିଲା । ମାଧୁରିକା ପାଟେକର, ଅର୍ଚ୍ଚନା କାମଥ ଓ ଆହିକା ମୁଖାର୍ଜୀ ପ୍ରଥମ ରାଉଣ୍ଡରେ ୱେଲସକୁ ୩-୦ ସେଟରେ ପରାସ୍ତ କରିଥିଲେ । ଏହି ରାଉଣ୍ଡରେ ମାଧୁରିକା ପାଟେକରଙ୍କର ୱେଲସର ଖେଳାଳି ଚାରଲୋଟ କ୍ୟାରେଙ୍କ ସହ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ହୋଇଥିଲା । ଦ୍ୱିତୀୟ ରାଉଣ୍ଡରେ ଭାରତ ୩-୦ ସେଟରେ ମାଲେସିଆକୁ ପରାସ୍ତ କରିଛି। ଅର୍ଚ୍ଚନା କାମଥ, ମାଧୁରିକା ପାଟେକର ଓ ମନିକା ବାତ୍ରା ଦ୍ୱିତୀୟ ରାଉଣ୍ଡରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri