Posted inଖେଳ

ରାଜ୍ୟଗୋଷ୍ଠୀ ଟିଟି:୧୫ରେ ପହଞ୍ଚିବ ଦଳ, ୧୬ରେ ଅଭ୍ୟାସ; ଜର୍ସି, ପାକିସ୍ତାନ ଯୋଗଦେବା ନେଇ ସନ୍ଦେହ

କଟକ ଅଫିସ,୧୦ା୭- ରାଜ୍ୟଗୋଷ୍ଠୀ ଟେବୁଲ ଟେନିସର ୨୧ତମ ସଂସ୍କରଣ କ୍ରମେ ପାଖେଇ ଆସିଛି। ଆସନ୍ତା ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ କଟକର ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଉକ୍ତ ଅନ୍ତର୍ଜାତୀୟ ଚାମ୍ପିୟନଶିପ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ରାଜ୍ୟ କ୍ରୀଡ଼ା ବିଭାଗର କମିଶନର ତଥା ସଚିବ ବିଶାଲ କୁମାର ଦେବ ମଙ୍ଗଳବାର ସନ୍ଧ୍ୟାରେ ଅନୁଧ୍ୟାନ ଶେଷ କରିବା ପରେ କହିଛନ୍ତି । ୧୫ ଓ ୧୬ ତାରିଖରେ ୧୭ଟି ଦଳ ଓଡ଼ିଶାରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ୧୬ ତାରିଖରେ ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ସଚିନ ତେନ୍ଦୁଲକର ଇନଡୋର ହଲକୁ ଅଭ୍ୟାସ କରିବା ନିମନ୍ତେ ପ୍ରସ୍ତୁତ କରାଯାଇଛି । ୧୭ ତାରିଖରେ ଆରମ୍ଭ ହେବ ଏହି ମେଗା ପ୍ରତିଯୋଗିତା। ତେବେ ୧୭ଟି ଦେଶ ମଧ୍ୟରୁ ୧୫ଟି ଦେଶ ସବୁଜ ସଙ୍କେତ ଦେଇ ସାରିଥିବା ବେଳେ ପାକିସ୍ତାନ ଓ ଜର୍ସି ଏବେବି ସ୍ପଷ୍ଟ କରିନାହାନ୍ତି । ଏହି ଦୁଇ ଦେଶ ଜାତୀୟ ସଙ୍ଗୀତ ଓ ଖେଳାଳି ତାଲିକା ପଠାଇ ସାରିଲାଣି । ହେଲେ ଏଯାଏ ଉକ୍ତ ଦୁଇ ଦେଶର ଖେଳାଳିଙ୍କୁ ଭିଜା ମିଳି ପାରିନାହିଁ ବୋଲି ରାଜ୍ୟ ସଂଘ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା ସୂଚନା ଦେଇଛନ୍ତି ।
ଦିଲ୍ଲୀ, ବମ୍ବେରେ ଲାଗିବ ହୋର୍ଡିଂ
ଟେବୁଲ ଟେନିସ କ୍ରୀଡ଼ାର ପ୍ରଚାର, ପ୍ରସାର ଉଦ୍ଦେଶ୍ୟରେ ବେଶ ଗୁରୁତ୍ୱ ଦିଆଯାଇଛି ବୋଲି ବିଶାଲ କହିଛନ୍ତି । ଗତ ହକି ବିଶ୍ୱକପ ଭଳି ବ୍ୟବସ୍ଥା ନ ହୋଇଥିଲେ ମଧ୍ୟ କଲିକତା, ବମ୍ବେ, ଦିଲ୍ଲୀ ଭଳି ମେଟ୍ରୋ ସିଟି ଗୁଡ଼ିକରେ ହୋର୍ଡିଂ ଲଗାଯିବ । ଏବେ ଭୁବନେଶ୍ୱର ବିମାନବନ୍ଦରରେ ହୋର୍ଡିଂ ଲଗା ସରିଲାଣି । କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ହୋର୍ଡିଂ ବହୁମାତ୍ରାରେ ଲଗାଯିବାକୁ ଯୋଜନା ହୋଇଛି ବୋଲି ସେ କହିଛନ୍ତି। ଏହାଛଡ଼ା ପାକିସ୍ତାନ ଖେଳାଳି ଆସିବା ସ୍ପଷ୍ଟ ହେଲେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରାଯିବ ବୋଲି ସଚିବ ଏହି ଅବସରରେ କହିଛନ୍ତି ।
ଖେଳାଳିଙ୍କୁ ଭେଟି ପାରିବେ ଛାତ୍ରୀଛାତ୍ର
ଏହି ଟୁର୍ନାମେଣ୍ଟକୁ ଅଧିକ ପ୍ରସାର କରିବାକୁ ଯୋଜନା କରିଛି ଜିଲା ପ୍ରଶାସନ । ଜିଲାପାଳ ଭବାନୀ ଶଙ୍କର ଚଇନୀ ଷ୍ଟାଡିୟମ ଅନୁଧ୍ୟାନ ସମୟରେ କହିଥିଲେ ଯେ, ସ୍କୁଲ, କଲେଜ ସ୍ତରରେ ଉକ୍ତ ଟୁର୍ନାମେଣ୍ଟକୁ ଅଧିକ ପ୍ରଚାର କରାଯିବ । ଏପରିକି ଏହାକୁ ନେଇ କୁଇଜ ପ୍ରତିଯୋଗିତା ମଧ୍ୟ ହେବ । ଅନ୍ତର୍ଜାତୀୟ ଖେଳାଳିଙ୍କ ସହ ଭେଟିବାକୁ କିଛି ଛାତ୍ରୀଛାତ୍ରଙ୍କୁ ସୁଯୋଗ ମିଳିବ ବୋଲି ଜିଲାପାଳ ଚଇନୀ କହିଛନ୍ତି ।
ଟିକେଟ ବ୍ୟବସ୍ଥା
ଟୁର୍ନମେଣ୍ଟ ଦେଖିବା ନିମନ୍ତେ ଟିକେଟ ବ୍ୟବସ୍ଥା ହେବ । ଏ ନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇ ନଥିଲେ ସୁଦ୍ଧା ଖୁବଶୀଘ୍ର ଭୁବନେଶ୍ୱରରେ ଖବରଦାତା ସମ୍ମିଳନୀ ଡକାଯାଇ ଏ ସମ୍ପର୍କରେ କୁହାଯିବ ବୋଲି ଜଣାପଡ଼ିଛି । ଟିକେଟର ମୂଲ୍ୟ ୧୦୦ ଓ ୧୫୦ଟଙ୍କା ରହିବ ।
ଏକାଡେମୀ ଗଠନ ଲକ୍ଷ୍ୟ
ଉକ୍ତ ଟୁର୍ନାମେଣ୍ଟ ଆୟୋଜନ କରିବା ପଛରେ ରାଜ୍ୟ ଟେବୁଲ ଟେନିସ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ପାଇଁ ଏକବୃହତ୍ତ ସ୍ବାର୍ଥ ରହିଛି ବୋଲି ରାଜ୍ୟ ସଂଘ ସମ୍ପାଦକ ପରିଡ଼ା କହିଛନ୍ତି । ଟୁର୍ନାମେଣ୍ଟ ସଫଳଭାବେ ଆୟୋଜନ କରାଯାଇ ଏଠାରେ ଏକାଡେମୀ ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯିବ ବୋଲି ପରିଡ଼ା କହିଥିଲେ । ଟୁର୍ନାମେଣ୍ଟ ଆୟୋଜନ ସମ୍ପର୍କରେ କହିଛନ୍ତି ଯେ, ଖେଳାଳିମାନଙ୍କ ରହଣୀ ନିମନ୍ତେ ଭୁବନେଶ୍ୱରର ସ୍ବସ୍ତି ପ୍ରିମିୟମ ଓ ସ୍ୟାଣ୍ଡିସ ଟାୱାରରେ ବ୍ୟବସ୍ଥା ହୋଇଛି । ମ୍ୟାଚ୍‌ ଅଫିସିଆଲ ମାନଙ୍କ ନିମନ୍ତେ ଗୋପାଳପୁରସ୍ଥିତ ପାଲ ହାଇଟ୍ସ ମନ୍ତ୍ରାରେ ହୋଇଛି ରହଣୀ ବ୍ୟବସ୍ଥା । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ସେ ସୂଚନା ଦେଇଛନ୍ତି ।
ଅଂଶ ଗ୍ରହଣ କରିବାକୁ ଥିବା ଦଳ- ଭାରତ, ମାଲେସିଆ, ସିଙ୍ଗାପୁର, ବାଲାଂଦେଶ, ଶ୍ରୀଲଙ୍କା, ଇଂଲଣ୍ଡ, ସ୍କଟଲ୍ୟାଣ୍ଡ, ୱେଲସ୍‌, ଜର୍ସି, ଅଷ୍ଟ୍ରେଲିଆ, ସିପ୍ରସ, ଦକ୍ଷିଣ ଆଫ୍ରିକା, ନାଇଜେରିଆ, ଉଗାଣ୍ଡା, ଘାନା, ଗିନି ଓ ପାକିସ୍ତାନ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri