Posted inଖେଳ

ରାଜ୍ୟଗୋଷ୍ଠୀ ଟିଟି:୧୫ରେ ପହଞ୍ଚିବ ଦଳ, ୧୬ରେ ଅଭ୍ୟାସ; ଜର୍ସି, ପାକିସ୍ତାନ ଯୋଗଦେବା ନେଇ ସନ୍ଦେହ

କଟକ ଅଫିସ,୧୦ା୭- ରାଜ୍ୟଗୋଷ୍ଠୀ ଟେବୁଲ ଟେନିସର ୨୧ତମ ସଂସ୍କରଣ କ୍ରମେ ପାଖେଇ ଆସିଛି। ଆସନ୍ତା ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ କଟକର ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଉକ୍ତ ଅନ୍ତର୍ଜାତୀୟ ଚାମ୍ପିୟନଶିପ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ରାଜ୍ୟ କ୍ରୀଡ଼ା ବିଭାଗର କମିଶନର ତଥା ସଚିବ ବିଶାଲ କୁମାର ଦେବ ମଙ୍ଗଳବାର ସନ୍ଧ୍ୟାରେ ଅନୁଧ୍ୟାନ ଶେଷ କରିବା ପରେ କହିଛନ୍ତି । ୧୫ ଓ ୧୬ ତାରିଖରେ ୧୭ଟି ଦଳ ଓଡ଼ିଶାରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ୧୬ ତାରିଖରେ ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ସଚିନ ତେନ୍ଦୁଲକର ଇନଡୋର ହଲକୁ ଅଭ୍ୟାସ କରିବା ନିମନ୍ତେ ପ୍ରସ୍ତୁତ କରାଯାଇଛି । ୧୭ ତାରିଖରେ ଆରମ୍ଭ ହେବ ଏହି ମେଗା ପ୍ରତିଯୋଗିତା। ତେବେ ୧୭ଟି ଦେଶ ମଧ୍ୟରୁ ୧୫ଟି ଦେଶ ସବୁଜ ସଙ୍କେତ ଦେଇ ସାରିଥିବା ବେଳେ ପାକିସ୍ତାନ ଓ ଜର୍ସି ଏବେବି ସ୍ପଷ୍ଟ କରିନାହାନ୍ତି । ଏହି ଦୁଇ ଦେଶ ଜାତୀୟ ସଙ୍ଗୀତ ଓ ଖେଳାଳି ତାଲିକା ପଠାଇ ସାରିଲାଣି । ହେଲେ ଏଯାଏ ଉକ୍ତ ଦୁଇ ଦେଶର ଖେଳାଳିଙ୍କୁ ଭିଜା ମିଳି ପାରିନାହିଁ ବୋଲି ରାଜ୍ୟ ସଂଘ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା ସୂଚନା ଦେଇଛନ୍ତି ।
ଦିଲ୍ଲୀ, ବମ୍ବେରେ ଲାଗିବ ହୋର୍ଡିଂ
ଟେବୁଲ ଟେନିସ କ୍ରୀଡ଼ାର ପ୍ରଚାର, ପ୍ରସାର ଉଦ୍ଦେଶ୍ୟରେ ବେଶ ଗୁରୁତ୍ୱ ଦିଆଯାଇଛି ବୋଲି ବିଶାଲ କହିଛନ୍ତି । ଗତ ହକି ବିଶ୍ୱକପ ଭଳି ବ୍ୟବସ୍ଥା ନ ହୋଇଥିଲେ ମଧ୍ୟ କଲିକତା, ବମ୍ବେ, ଦିଲ୍ଲୀ ଭଳି ମେଟ୍ରୋ ସିଟି ଗୁଡ଼ିକରେ ହୋର୍ଡିଂ ଲଗାଯିବ । ଏବେ ଭୁବନେଶ୍ୱର ବିମାନବନ୍ଦରରେ ହୋର୍ଡିଂ ଲଗା ସରିଲାଣି । କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ହୋର୍ଡିଂ ବହୁମାତ୍ରାରେ ଲଗାଯିବାକୁ ଯୋଜନା ହୋଇଛି ବୋଲି ସେ କହିଛନ୍ତି। ଏହାଛଡ଼ା ପାକିସ୍ତାନ ଖେଳାଳି ଆସିବା ସ୍ପଷ୍ଟ ହେଲେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରାଯିବ ବୋଲି ସଚିବ ଏହି ଅବସରରେ କହିଛନ୍ତି ।
ଖେଳାଳିଙ୍କୁ ଭେଟି ପାରିବେ ଛାତ୍ରୀଛାତ୍ର
ଏହି ଟୁର୍ନାମେଣ୍ଟକୁ ଅଧିକ ପ୍ରସାର କରିବାକୁ ଯୋଜନା କରିଛି ଜିଲା ପ୍ରଶାସନ । ଜିଲାପାଳ ଭବାନୀ ଶଙ୍କର ଚଇନୀ ଷ୍ଟାଡିୟମ ଅନୁଧ୍ୟାନ ସମୟରେ କହିଥିଲେ ଯେ, ସ୍କୁଲ, କଲେଜ ସ୍ତରରେ ଉକ୍ତ ଟୁର୍ନାମେଣ୍ଟକୁ ଅଧିକ ପ୍ରଚାର କରାଯିବ । ଏପରିକି ଏହାକୁ ନେଇ କୁଇଜ ପ୍ରତିଯୋଗିତା ମଧ୍ୟ ହେବ । ଅନ୍ତର୍ଜାତୀୟ ଖେଳାଳିଙ୍କ ସହ ଭେଟିବାକୁ କିଛି ଛାତ୍ରୀଛାତ୍ରଙ୍କୁ ସୁଯୋଗ ମିଳିବ ବୋଲି ଜିଲାପାଳ ଚଇନୀ କହିଛନ୍ତି ।
ଟିକେଟ ବ୍ୟବସ୍ଥା
ଟୁର୍ନମେଣ୍ଟ ଦେଖିବା ନିମନ୍ତେ ଟିକେଟ ବ୍ୟବସ୍ଥା ହେବ । ଏ ନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇ ନଥିଲେ ସୁଦ୍ଧା ଖୁବଶୀଘ୍ର ଭୁବନେଶ୍ୱରରେ ଖବରଦାତା ସମ୍ମିଳନୀ ଡକାଯାଇ ଏ ସମ୍ପର୍କରେ କୁହାଯିବ ବୋଲି ଜଣାପଡ଼ିଛି । ଟିକେଟର ମୂଲ୍ୟ ୧୦୦ ଓ ୧୫୦ଟଙ୍କା ରହିବ ।
ଏକାଡେମୀ ଗଠନ ଲକ୍ଷ୍ୟ
ଉକ୍ତ ଟୁର୍ନାମେଣ୍ଟ ଆୟୋଜନ କରିବା ପଛରେ ରାଜ୍ୟ ଟେବୁଲ ଟେନିସ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ପାଇଁ ଏକବୃହତ୍ତ ସ୍ବାର୍ଥ ରହିଛି ବୋଲି ରାଜ୍ୟ ସଂଘ ସମ୍ପାଦକ ପରିଡ଼ା କହିଛନ୍ତି । ଟୁର୍ନାମେଣ୍ଟ ସଫଳଭାବେ ଆୟୋଜନ କରାଯାଇ ଏଠାରେ ଏକାଡେମୀ ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯିବ ବୋଲି ପରିଡ଼ା କହିଥିଲେ । ଟୁର୍ନାମେଣ୍ଟ ଆୟୋଜନ ସମ୍ପର୍କରେ କହିଛନ୍ତି ଯେ, ଖେଳାଳିମାନଙ୍କ ରହଣୀ ନିମନ୍ତେ ଭୁବନେଶ୍ୱରର ସ୍ବସ୍ତି ପ୍ରିମିୟମ ଓ ସ୍ୟାଣ୍ଡିସ ଟାୱାରରେ ବ୍ୟବସ୍ଥା ହୋଇଛି । ମ୍ୟାଚ୍‌ ଅଫିସିଆଲ ମାନଙ୍କ ନିମନ୍ତେ ଗୋପାଳପୁରସ୍ଥିତ ପାଲ ହାଇଟ୍ସ ମନ୍ତ୍ରାରେ ହୋଇଛି ରହଣୀ ବ୍ୟବସ୍ଥା । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ସେ ସୂଚନା ଦେଇଛନ୍ତି ।
ଅଂଶ ଗ୍ରହଣ କରିବାକୁ ଥିବା ଦଳ- ଭାରତ, ମାଲେସିଆ, ସିଙ୍ଗାପୁର, ବାଲାଂଦେଶ, ଶ୍ରୀଲଙ୍କା, ଇଂଲଣ୍ଡ, ସ୍କଟଲ୍ୟାଣ୍ଡ, ୱେଲସ୍‌, ଜର୍ସି, ଅଷ୍ଟ୍ରେଲିଆ, ସିପ୍ରସ, ଦକ୍ଷିଣ ଆଫ୍ରିକା, ନାଇଜେରିଆ, ଉଗାଣ୍ଡା, ଘାନା, ଗିନି ଓ ପାକିସ୍ତାନ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri