Categories: ଜାତୀୟ

ରାଜୌରୀରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୩।୧୧: ନିୟନ୍ତ୍ରଣ ରେଖାଠାରେ ଉତ୍ତେଜନା ସୃଷ୍ଟି ଲାଗି ପାକିସ୍ତାନ ଲଗାତାର ପ୍ରୟାସ ଜାରି ରଖିଛି। ବୁଧବାର ପାକିସ୍ତାନ ପୁଣି ଥରେ ରାଜୌରୀରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଲକ୍ଷ୍ୟ କରି ଭାରତୀୟ ପୋଷ୍ଟଗୁଡିକ ଉପରେ ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ଏହାର ଜବାବରେ ଭାରତୀୟ ସେନା ପକ୍ଷରୁ ପାଲଟା ଗୁଳିଗୋଳା ମାଡ଼ କରାଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ମଙ୍ଗଳବାର ପୁଞ୍ଚ୍‌ ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଅପରାହ୍ନ ୩ଟାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ଏହା ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଜାରି ରହିଥିଲା।

Share