ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ‘ଫନୀ କ୍ଷତିଗ୍ରସ୍ତଙ୍କୁ ଉଚିତ୍‌ ସହାୟତା ଦିଅ’

ଜଗତ୍‌ସିଂହପୁର ଅଫିସ୍‌, ୪ା୧୨: ଫନୀ ବାତ୍ୟା ପ୍ରଭାବରେ ଜଗତ୍‌ସିଂହପୁର ଜିଲାରେ ଅନେକ କ୍ଷତି ହୋଇଛି। ତେଣୁ କ୍ଷତିଗ୍ରସ୍ତଙ୍କୁ ଉଚିତ୍‌ ସରକାରୀ ସହାୟତା ଦିଆଯିବା ଆବଶ୍ୟକ। କିନ୍ତୁ କୌଣସି ଜଣେ ହେଲେ ବି ଅଯୋଗ୍ୟଙ୍କୁ ଯେପରି ଯୋଗ୍ୟ ଦର୍ଶା ନ ଯିବ ସେଥିପ୍ରତି ଧ୍ୟାନ ଦିଆଯାଉ। ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ରାଜସ୍ବ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ସୁଦାମ ମାର୍ଣ୍ଡିଂ ଏହା କହିଛନ୍ତି। ସେ ଏକଥା ମଧ୍ୟ କହିଥିଲେ, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ କେନ୍ଦ୍ରଗୁଡିକ କ୍ଷତିଗ୍ରସ୍ତ ହୋଇଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ଏହା ଉପରେ ଅଡିଟ୍‌ କରାଯାଇ କେଉଁ ଆଶ୍ରୟସ୍ଥଳରେ କିପରି ମରାମତି ଆବଶ୍ୟକ ତାହା ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ। ଅନେକ ଗରିବ ଲୋକଙ୍କ ନାଁ ଇନ୍ଦିରା ଆବାସ, ବିଜୁ ପକ୍କାଘର ତାଲିକାରେ ସ୍ଥାନ ପାଇଛି। କିନ୍ତୁ ସେମାନଙ୍କ ନାମରେ ଜମି ନ ଥିବାରୁ ଅସୁବିଧା ହେଉଛି। ତେଣୁ ସେମାନଙ୍କୁ ଜମି ଦିଆଯାଇ ଯୋଜନାରେ ଘର ତିଆରି ପାଇଁ ସୁଯୋଗ ସୃଷ୍ଟି କରାଯିବା ଉପରେ ଆଲୋଚନା ହୋଇଥିଲା। ଏହାବାଦ୍‌ ଜିଲାରେ ଏକାଧିକ ଆର୍‌ଆଇ ପଦବୀ ଖାଲି ପଡିଛି। ଯେଉଁ କାରଣରୁ ରାଜସ୍ବ ସମ୍ପର୍କିତ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ୧୫ଟି ଆର୍‌ଆଇ ପଦବୀରେ ଅବସରପ୍ରାପ୍ତ ଆର୍‌ଆଇଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି। ଜିଲାର ସବୁ ତହସିଲରେ ସିସିଟିଭି ଲଗାଯିବା ବ୍ୟବସ୍ଥା ହୋଇଛି। ସିଧାସଳଖ ଏପରି କି ଇ ପାଉତି ମାଧ୍ୟମରେ ମଧ୍ୟ ରାଜସ୍ବ ଆଦାୟ ହୋଇପାରୁଛି। ସମ୍ପ୍ରତ୍ତି ମଠ, ମନ୍ଦିର ସମ୍ପତ୍ତି ଅସୁରକ୍ଷିତ ହୋଇପଡିଛି। ଏହି ସମ୍ପତ୍ତିର ସୁରକ୍ଷା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ଅଦ୍ୟାବଧି ୧୦ କୋଟି ୬୩ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ସରିଲାଣି। ଏଥିରେ କୁକୁଡା ଫାର୍ମ, ଡଙ୍ଗା ଓ ଜାଲ ଆଦି ନଷ୍ଟ ବାବଦରେ ମଧ୍ୟ ସହାୟତା ଦିଆଯାଇଛି। କେତେକ ପଡ଼ା ଗାଁକୁ ରାଜସ୍ବ ଗ୍ରାମରେ ପରିଣତ ପାଇଁ ଦାବି ହେଉଛି। ଏଥିପ୍ରତି ଧ୍ୟାନ ଦେବାକୁ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ। ଜିଲାପାଳ ଏକଥା ମଧ୍ୟ ଉଠାଇଥିଲେ ଯେ, କୁଜଙ୍ଗ ଅଞ୍ଚଳର ୯ଟି ଗାଁର ଲୋକେ ଜମି ବିକ୍ରି କରିପାରୁନାହାନ୍ତି। ଯଦିଓ ସେମାନେ ପିଢି ପିଢି ଏହି ଜମି ଭୋଗ କରୁଛନ୍ତି କିନ୍ତୁ ସେମାନଙ୍କର ରେକର୍ଡ ଅଫ ରାଇଟ୍ସ ନାହିଁ। ତେଣୁ ଏହି ଗାଁଗୁଡକରେ ଏରିଅଲ ସର୍ଭେ କରାଯାଇ ଜମି ପଟ୍ଟା ଦିଆଯିବା ବ୍ୟବସ୍ଥା ହେଉ। ଏହି ଅବସରରେ ଜମିହୀନ ୧୭୪ ଜଣଙ୍କୁ ବସୁନ୍ଧରା ଯୋଜନାରେ ଘର ଡିହ ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଥିଲା। ଅନ୍ୟତମ ମନ୍ତ୍ରୀ ରଘୁନନ୍ଦନ ଦାସ ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ଅଧିନ ଏରସମା ଅଞ୍ଚଳର କେତେକ ସମସ୍ୟା କଥା ଉଠାଇଥିଲେ। ସେ କହିଥିଲେ, ଏରସମା ତହସିଲ ଅଧୀନ କେତେକ ଅଞ୍ଚଳରେ ଜମି ପଟ୍ଟା ମିଳିପାରୁନାହିଁ। ରାସ୍ତା ସମସ୍ୟା ମଧ୍ୟ ଉତ୍କଟ୍ଟ। ଏସବୁର ସମାଧାନ ପାଇଁ ସରକାର ବଦ୍ଧ ପରିକର। ସାଧାରଣ ଲୋକ ନାର୍ଯ୍ୟ ଦାବିରୁ ଯେପରି ବଞ୍ଚତ୍ତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯିବା ଜରୁରୀ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ ଓ ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଦୁଇ ମନ୍ତ୍ରୀ ବାଲିକୁଦା ସବରେଜିଷ୍ଟ୍ରାର ନୂତନ କାର୍ଯ୍ୟାଳୟ ଓ କୁଜଙ୍ଗ ତହସିଲ ନୂତନ କାର୍ଯ୍ୟାଳୟର ଉଦ୍‌ଘାଟନ କରିଥିଲେ। ଉଭୟ କାର୍ଯ୍ୟକ୍ରମରେ ଜିଲାପାଳ ଉପସ୍ଥିତ ରହିଥିଲେ। କୁଜଙ୍ଗରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଉପଜିଲାପାଳ, କୁଜଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri