ରାଜସ୍ବ ମନ୍ତ୍ରୀଙ୍କ ଦିନିକିଆ ମାଲକାନଗିରି ଗସ୍ତ

କୋରୁକୋଣ୍ଡା,୩୧।୭(ଡି.ଏନ୍‌.ଏ.): ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ବୁଧବାର ଦିନିକିଆ ମାଲକାନଗିରି ଗସ୍ତରେ ପହଞ୍ଚିଛନ୍ତି। ମନ୍ତ୍ରୀଙ୍କ ସହ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ହେଲିକପ୍ଟର ଯୋଗେ ବିଏସ୍‌ଏଫ୍‌ କ୍ୟାମ୍ପରେ ପହଞ୍ଚିଥିଲେ। ଏହି ଅବସରରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲାପାଳ, ଏସ୍‌ପି ପ୍ରମୁଖ ମନ୍ତ୍ରୀଙ୍କୁ ସ୍ବାଗତ କରିବା ପରେ ପୋଲିସ ପକ୍ଷରୁ ସଲାମୀ ଦିଆଯାଇଥିଲା। ଜିଲାରେ ଉପୁଜିଥିବା ବନ୍ୟା ପରିସ୍ଥିତିର ନିରୀକ୍ଷଣ କରିବାକୁ ଗସ୍ତର ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି। ମନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ଡିଆର୍‌ଡିଏ ସଭାଗୃହରେ ବନ୍ୟା ପରିସ୍ଥିତି ନେଇ ଆଲୋଚନା ଜାରି ରଖିଛନ୍ତି।