Categories: ଜାତୀୟ

ରାଜସ୍ଥାନ ସୀମାରେ ଲାଗିବ ୬୦ ଫୁଟ ଉଚ୍ଚା ହାଇମାଷ୍ଟ୍‌ ଲାଇଟ୍‌: ୩୦ କିମି ପାଇଁ ଖର୍ଚ୍ଚ ହେବ ୩୨ କୋଟି

ଯୋଧପୁର,୧୯।୧୦: ପାକିସ୍ତାନ-ରାଜସ୍ଥାନ ମଧ୍ୟରେ ଏକ ହଜାର ୩୭ କିଲୋମିଟର ଅନ୍ତର୍ଜାତୀୟ ସୀମା ରହିଛି। ସେଥିମଧ୍ୟରୁ ୩୦କିମି ସୀମାରେ ଆଲୋକ ବ୍ୟବସ୍ଥା ନାହିଁ। ଏଠାରେ ଆଲୋକ ବ୍ୟବସ୍ଥା ଲାଗି ବିଏସ୍‌ଏଫ୍‌ର ଉଚ୍ଚସ୍ତରୀୟ କମିଟି ପକ୍ଷରୁ କରାଯାଇଥିବା ଏକ ଆବେଦନକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସ୍ବୀକୃତି ଦେଇଛନ୍ତି। ଏହି ଅଞ୍ଚଳରେ ତାରବାଡ଼ ଘେରାଯାଇଛି। ଏହି ତାରବାଡ଼ରେ ୬୦ ପୁଟ ଉଚ୍ଚର ହାଇମାଷ୍ଟ୍‌ ଲାଇଟ୍‌ ଲଗାଯିବ। ମୋଟ ୮୦ରୁ ୯୦ ଲାଇଟ୍‌ ଲଗାଯିବା ପାଇଁ ଯୋଜନା ରହିଛି। ଏଠାରେ ବିଏସ୍‌ଏଫ୍‌ ପକ୍ଷରୁ ରାତିରେ ୧୦ରୁ ୧୨ ଘଣ୍ଟା ପାଟ୍ରୋଲିଂ କରାଯାଇଥାଏ। ଅନ୍ଧାର ଯୋଗୁ ଯବାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ୪ ବର୍ଷ ତଳେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏଠାକାର ସର୍ଭେ କରାଯାଇଥିଲା।

Share