Posted inଖେଳ

ରାଜସ୍ଥାନ ଖେଳାଳି ବିନୀତ ସାକ୍ସେନାଙ୍କ ଅବସର

ଜୟପୁର,୨୮।୧(ପି.ଟି.)- ରଣଜୀ ଟ୍ରଫିର ୨୦୧୧-୧୨ ସଂସ୍କରଣରେ ମାରାଥନ ଦ୍ୱିଶତକୀୟ ଇନିଂସ ଖେଳି ରାଜସ୍ଥାନକୁ ଚାମ୍ପିୟନ କରାଇଥିବା କ୍ରିକେଟର ବିନୀତ ସାକ୍ସେନା ସୋମବାର ଅବସର ଘୋଷଣା କରିଛନ୍ତି। ୩୯ ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ୧୯୯୮-୯୯ରେ ଉତ୍ତରାଖଣ୍ଡ ପାଇଁ ରଣଜୀ ପଦାର୍ପଣ କରିଥିଲେ। ୨୦୧୮-୧୯ରେ ଅନ୍ତିମ ରଣଜୀ ମ୍ୟାଚ୍‌ ଖେଳିଥିଲେ ବିନୀତ। ସେ ରାଜସ୍ଥାନର ଏକମାତ୍ର କ୍ରିକେଟର ଭାବେ ୧୦୦ କିମ୍ବା ତା’ଠାରୁ ଅଧିକ ରଣଜୀ ମ୍ୟାଚ୍‌ ଖେଳିଥିଲେ। ରାଜସ୍ଥାନ ବ୍ୟତୀତ ରେଲଓ୍ବେ ଓ ଉତ୍ତରାଖଣ୍ଡ ପାଇଁ ମଧ୍ୟ ରଣଜୀ ଖେଳିଥିଲେ। ୨୦ ବର୍ଷର ଲମ୍ବା କ୍ୟାରିୟରରେ ୧୨୯ ମ୍ୟାଚ୍‌ ଖେଳି ୭୬୩୭ ରନ୍‌ କରିଥିଲେ। ଏଥିରେ ଏକ ଦ୍ୱିଶତକ, ୧୭ ଶତକ ଓ ୩୮ ଅର୍ଦ୍ଧଶତକ ସାମିଲ ଥିଲା। ୨୦୧୧-୧୨ ସିଜନ ଫାଇନାଲରେ ସେ ୨୫୭ ରନ୍‌ର ମାରାଥନ ଇନିଂସ ଖେଳିଥିଲେ, ଯାହା ଥିଲା ତାଙ୍କ କ୍ୟାରିୟରର ସବୁଠୁ ଉଲ୍ଲେଖନୀୟ ଘଟଣା। ସେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ ଓ ରାଜସ୍ଥାନ ଦ୍ୱିତୀୟ ଥର ପାଇଁ ରଣଜୀ ଟ୍ରଫି ହାତେଇଥିଲା। ସେ ରଣଜୀ ଫାଇନାଲର ଅନ୍ତିମ ଦିନ ପୂରା ବ୍ୟାଟିଂ କରି ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଥିଲେ। ସେ ୯୦୪ ମିନିଟ୍‌ ଧରି ଖେଳିଥିଲେ। ଏହାବାଦ୍‌ ୧୯ ବର୍ଷରୁ କମ୍‌ ବୟସ ବର୍ଗରେ ସେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ସେ ଏବେ କୋଚ ଭୂମିକାରେ କାଯର୍ର୍‌ୟ କରିବେ ବୋଲି ସୂଚନା ଦେଇଛନ୍ତି। ମୁଁ ଘରୋଇ କ୍ରିକେଟରେ ସର୍ବାଧିକ ରନ୍‌ ସ୍କୋରରଙ୍କ ମଧ୍ୟରେ ଥିଲେ ମଧ୍ୟ ଅଧିକ ସୁଯୋଗ ମିଳି ନ ଥିଲା। କିନ୍ତୁ କ୍ୟାରିୟରରେ ଯାହା ହାସଲ କରିଛି, ସେଥିରେ ମୁଁ ଖୁସି ବୋଲି ସାକ୍ସେନା କହିଛନ୍ତି। ବିସିସିଆଇର ପ୍ରଥମ ସ୍ତରୀୟ କୋଚିଂ କୋର୍ସ ମୁଁ ଶେଷ କରିସାରିଛି। ମୋତେ କ୍ରିକେଟ ଯାହା ଦେଇଛି, ତାକୁ ଫେରାଇବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri