ରାଜସ୍ଥାନ କଂଗ୍ରେସରେ ଫାଟ: ପାଇଲଟଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ

ଜୟପୁର, ୫।୬: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି। ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରି ସରକାର ଗଢିଥିବା କଂଗ୍ରେସରେ ଏବେ ଦଳୀୟ କନ୍ଦଳ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ହଟାଇ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି ହେଉଛି। କଂଗ୍ରେସ ବିଧାୟକ ବି.ଆର୍‌ ମୀଣା ସଚିନଙ୍କ ଭଳି ଯୁବ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିଥିଲେ କଂଗ୍ରେସ ଲୋକ ସଭା ନିର୍ବାଚନରେ ରାଜ୍ୟରେ ଭଲ ପ୍ରଦର୍ଶନ କରିଥାନ୍ତା। କଂଗ୍ରେସ ପରାଜୟ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ହଁି ଦାୟୀ ବୋଲି ମୀଣା ଖୋଲାଖୋଲି କହିଛନ୍ତି। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ପୁଅ ବୈଭବ ଗେହଲଟଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ପୁଅ ନିର୍ବାଚନରେ ପରାସ୍ତ ହେବା ପରେ ପାଇଲଟଙ୍କୁ ଦୋଷ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହାକୁ ନେଇ ଦଳୀୟ ଅସନ୍ତୋଷ ବଢିଚାଲିଛି।