Categories: ଜାତୀୟ

ରାଜସ୍ଥାନରେ ବଢୁଛି ଶିଶୁମୃତ୍ୟୁ ସଂଖ୍ୟା

ଜୟପୁର,୪।୧: ରାଜସ୍ଥାନର କୋଟା ହସ୍ପିଟାଲରେ ଏବେ ଶିଶୁ ମୃତ୍ୟୁ ସଂଖ୍ୟା ବଢିପାରେ ଲାଗିଛି। ଶନିବାର ସକାଳ ସୁଦ୍ଧା ଏଠାରେ ମୃତକଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଥିବା ସୂଚନା ମିଳିଛି। ଶନିବାର ଏକ କେନ୍ଦ୍ରୀୟ ଟିକ୍‌ ହସ୍ପିଟାଲ ଗସ୍ତ କରିଥିବା ସମୟରେ କୋଟାର ଏମ୍‌ପି ତଥା ଲୋକ ସଭା ସ୍ପିକର ଓମ୍‌ ବିରଲା ମଧ୍ୟ ରାଜସ୍ଥାନ ଗସ୍ତ କରିଛନ୍ତି। ସେଠାରେ ସେ ମୃତ ଶିଶୁଙ୍କ ପରିବାରଙ୍କୁ ଭେଟିଛନ୍ତି। କେଉଁ କାରଣ ପାଇଁ ଏତେ ସଂଖ୍ୟକ ଶିଶୁଙ୍କ ମୃତ୍ୟୁ ହେଉଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଏହାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଏଭଳି ସମ୍ବେଦନଶୀଳ ଘଟଣାରେ ରାଜନୀତି କରିବା ଠିକ୍‌ ନୁହେଁ। ଏଥିରୁ ବିରତ ରହିବାକୁ ସେ ଅନୁରୋଧ କରିଛନ୍ତି।

Share