ରାଜ୍ୟବ୍ୟାପୀ ପକ୍ଷୀଗଣନା ଆରମ୍ଭ

ଭୁବନେଶ୍ୱର, ୩।୧(ବ୍ୟୁରୋ): ରାଜ୍ୟବ୍ୟାପୀ ପକ୍ଷୀଗଣନା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ବନଖଣ୍ଡ ଏବଂ ଜଳାଶୟରେ ପକ୍ଷୀଗଣନା କରାଯାଉଛି। ଗଣନାରେ ୨୫ରୁ ଊର୍ଦ୍ଧ୍ୱ ଟିମ୍‌ ଏବଂ ହଜାରେରୁ ଅଧିକ ସଦସ୍ୟ ସାମିଲ ଅଛନ୍ତି। ଅନୁଗୋଳର ସାତକୋଶିଆରେ ୧୦ଟି ଟିମ୍‌ ନିୟୋଜିତ କରାଯାଇଛି। ମହାନଦୀ ରିଭର୍‌ ସିଷ୍ଟମ ସହ ଶିଶୁପଥର ଡ୍ୟାମରେ ଏବେ ଗଣନା ଚାଲିଛି। ସେହିପରି ମୟୁରଭଞ୍ଜର ଶିମିଳିପାଳ ସଂଲଗ୍ନ ବିଭିନ୍ନ ଜଳଶୟରେ ମଧ୍ୟ ପକ୍ଷୀଗଣନା ଚାଲିଛି। ଶୁକ୍ରବାରଠାରୁ କେବଳ ପକ୍ଷୀ ଗଣନା ଆରମ୍ଭ ହୋଇଥିବାବେଳେ ଆସନ୍ତା ୯ରୁ ୧୨ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ ବୋଲି ସୂଚନା ମିଳିଛି।