Posted inଖେଳ

ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ମୋରେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୫ା୬ (ପି.ଟି.)-ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି ଭାରତର ପୂର୍ବତନ ଉଇକେଟକିପର କିରଣ ମୋରେ। ବିଶ୍ୱକପ୍‌ ବିଜୟୀ ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ହୋଇଥିବା ବାୟୋପିକ୍‌ ‘ଏମ୍‌.ଏସ୍‌. ଧୋନୀ ଦି ଅନ୍‌ଟୋଲ୍ଡ ଷ୍ଟୋରି’ରେ ମୁଖ୍ୟନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ରାଜପୁତ। ୩୪ବର୍ଷୀୟ ଏହି ବଲିଉଡ୍‌ ଅଭିନେତା ରବିବାର ସକାଳେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ମୋରେ କହିଛନ୍ତି, ରାଜପୁତଙ୍କ ମୃତ୍ୟୁ ଖବର ମୋତେ ସ୍ତମ୍ଭୀଭୂତ ଓ ଗଭୀର ମର୍ମାହତ କରିଛି। ଜଣେ ଉଚ୍ଚଶିକ୍ଷିତ, କଠିନ ପରିଶ୍ରମୀ ଓ ସଫଳ ବ୍ୟକ୍ତିତ୍ୱ ହୋଇଥିବା ସ୍ଥଳେ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ ତାହା ମୁଁ ବୁଝି ପାରୁ ନାହିଁ। ୨୦୧୬ର ବ୍ଲକ୍‌ବୁଷ୍ଟର ପାଇଁ ପାଟଣାରେ ଜନ୍ମିତ ଏହି ଅଭିନେତାଙ୍କୁ ଧୋନୀଙ୍କ ଭୂମିକା ପାଇଁ ମୋତେ ଟ୍ରେନିଂ ଦେବାକୁ ହୋଇଥିଲା। ଜଣେ କ୍ରିକେଟରଙ୍କ ଭଳି ରାଜପୁତଙ୍କୁ ୯ ମାସ ଧରି ତାଲିମ ଦେଇଥିଲି। ଧୋନୀଙ୍କ ହେଲିକପ୍ଟର ଶଟ୍‌ ଶିଖାଇବାକୁ ପଡ଼ିଥିଲା ବୋଲି ୫୭ ବର୍ଷୀୟ ପୂର୍ବତନ ଜାତୀୟ ଚୟନ କମିଟି ମୁଖ୍ୟ କହିଛନ୍ତି। କ୍ରିକେଟରେ ଉଇକେଟକିପିଂ ସହଜ କଥା ନୁହେଁ। ଶିକ୍ଷାଦାନ ବେଳେ ଅନେକଥର ବଲ୍‌ ରାଜପୁତଙ୍କ ହାତ, କାନ୍ଧ ଓ ଜଙ୍ଘରେ ବାଜିଛି। ହେଲେ ଶେଷରେ ସେ ଉଇକେଟକିପିଂ ଶିଖି ଯାଇଥିଲେ। ଅନ୍ୟପକ୍ଷରେ ମୋରେ କହିଛନ୍ତି କୋଭିଡ୍‌-୧୯ ମହାମାରୀ ବେଳେ ମାନସିକ ସ୍ବାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କାରଣ ସଂକ୍ରମଣ ଆଶଙ୍କା ଯୋଗୁ ଲକ୍‌ଡାଉନ୍‌ ବେଳେ ଲୋକମାନଙ୍କୁ ବାଧ୍ୟତାମୂଳକ ଭାବେ ଘରେ ରହିବାକୁ ପଡ଼ିଥାଏ। ଏହାଦ୍ୱାରା ମାନସିକ ସ୍ବାସ୍ଥ୍ୟ ସଙ୍କଟ ଦେଖାଦେବାର ସମ୍ଭାବନା ରହିଥାଏ। ବର୍ତ୍ତମାନ ପରିସ୍ଥିତିରେ ଆମମାନଙ୍କୁ ମାନସିକ ଭାବେ ଦୃଢ଼ ହେବାକୁ ପଡ଼ିବ। ଆମ ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ରକ୍ଷା କରିବାକୁ ହେବ। ବିଶେଷକରି ଯେଉଁମାନେ ଏକାକୀ ରହୁଛନ୍ତି ସେମାନଙ୍କ ପାଇଁ ଏହା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଆମର ଯେଉଁ ବିଷୟ ପ୍ରତି ରୁଚି ରହିଛି ସେଥିରେ ଆମକୁ ବ୍ୟସ୍ତ ରଖିବାକୁ ହେବ ବୋଲି ଭାରତର ପୂର୍ବତନ ଉଇକେଟକିପର କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri