ରାଜଧାନୀରେ ବୁଭୁକ୍ଷୁ ମଣିଷ,ପଶୁ,ପକ୍ଷୀଙ୍କ ବିକଳଚିତ୍ର: ଗାଡି ଲାଗିଲେ ଖାଇବା ପାଇଁ ଦୌଡ଼ି ଆସୁଛନ୍ତି

ଭୁବନେଶ୍ୱର, ୪।୪(ବ୍ୟୁରୋ):-ରାଜଧାନୀରେ ସଟ ଡାଉନ ଲାଗୁ ହେବାପରେ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ପୋଲିସର କଡା ପାଇଁତରା ମଧ୍ୟରେ ରାଜପଥ ଠାରୁ ଆରମ୍ଭ କରୀ ଗଳି କନ୍ଦିରେ ଶୂନ୍ୟତା ଦେଖିବାକୁ ମିଳିଛି। ଏହି ସ୍ଥିତିରେ ରାସ୍ତା କଡର ମଣିଷ ବୁଲା ପଶୁ ଓ ପକ୍ଷୀ ମାନଙ୍କ ପାଇଁ କେଉଁଠାରେ ଖାଇବାକୁ1 ମିଳୁନାହିଁ। ଭୋକିଲା ମଣିଷଙ୍କ ସହ ଷଣ୍ଢ, କୁକୁର, ମାଙ୍କଡ଼ ମାନେ ଡହଳ ବିକଳ1 ହେଉଛନ୍ତି। ପକ୍ଷୀ ମାନଙ୍କର କିଚିରି ମିଚିରି ଶବ୍ଦ ଶୁଣିବାକୁ ମିଳୁନଥିବା ବେଳେ ଅନେକ ସ୍ଥାନରେ ପାରା ଓ କାଉ ମାନେ ମରି ପଡି ଥିବାର ଦୃଶ୍ୟ ଆଜିର ସ୍ଥିତିକୁ ଦୋହଲାଇ ଦେଇଛି।
48 ଘଣ୍ଟା ସଟ ଡାଉନ ଫଳରେ ଖାଇବାକୁ ନ ପାଇ ଡହଳ ବିକଳ ହୋଇଛନ୍ତି । ଦୁଃଖର କଥା ହେଲା ଲକ ଡାଉନ ଫଳରେ ରାସ୍ତା କଡରେ ରହୁଥିବା ଶ୍ରମିକ ଏବଂ ଯାଯାବରମାନଙ୍କୁ ଅନେକ ସାମାଜିକ ସଂଗଠନ ଏବଂ ପୋଲିସ ପ୍ରଶାସନ ଖାଇବାକୁ ଦେଉଥିଲେ। କିନ୍ତୁ ସଟ ଡାଉନ ଫଳରେ କେହି କୁଆଡେ ବାହାରି ପାରୁନାହାନ୍ତି। ପୋଲିସ ଯାହା ଖାଦ୍ୟ ବାଣ୍ଟୁଥିଲା 48 ଘଣ୍ଟା ସଟ ଡାଉନ ଫଳରେ ସେମାନଙ୍କ ଡିଉଟି ବଢି ଯାଇଛି। ସେମାନେ ଆଉ ଖାଦ୍ୟ ବାଣ୍ଟି ପାରୁ ନାହାନ୍ତି। ବଡ କଥା ହେଲା ରସୁଲଗଡ଼ ଓଭରବ୍ରିଜ ତଳ,ବାଣୀବିହାର ଓଭରବ୍ରିଜ ତଳ, ରାମ ମନ୍ଦିର, ବରମୁଣ୍ଡା, ଏବଂ ଖଣ୍ଡଗିରି ବସ ଷ୍ଟାଣ୍ଡରେ ଅନେକ ବୁଲା ବିକାଳୀ ଏବଂ ଯାଯାବର ରହୁଛନ୍ତି। ସେମାନେ ଦୁଇ ଦିନ ହେବ ଖାଇବାକୁ ପାଉନାହାନ୍ତି। ଶନିବାର ସେମାନେ ରାସ୍ତା କଡ଼ରେ ଖାଦ୍ୟ ଅପେକ୍ଷାରେ ରହିଛନ୍ତି। ହେଲେ ଜଣେ ହେଲେ ଖାଦ୍ୟ ଦେବାକୁ ଆସିନଥିଲେ। ସେମାନେ ସଟ ଡାଉନ ବିଷୟରେ ଜାଣି ନାହାଁନ୍ତି। ଏପରିକି ସେମାନ ନିକଟରେ ଗଣମାଧ୍ୟମ ଗାଡି ଲାଗିଲେ ସେମାନେ ଗାଡି ପାଖକୁ ଦୌଡୁଛନ୍ତି। ଗାଡି ଚାରି ପଟେ ଘେରି ପଡି ଖାଇବାକୁ ଆକୁଳ ନିବେଦନ କରିଛନ୍ତି। ଖାଇବାକି ନ ପାଇ ସେମାନେ ପୁଣି ଆଉ ଏକ ଗାଡି ଅପେକ୍ଷାରେ ରହୁଛନ୍ତି। ସେହିଭଳି ଖଣ୍ଡଗିରି ପାହାଡ଼ ନିକଟରେ ଯଦି କାହାର ଗାଡି ଲାଗୁଛି ମାଙ୍କଡ଼ମାନେ ଖାଇବାକୁ ଦୌଦି ଆସୁଛନ୍ତି। କେବଳ ମାଙ୍କଡ଼ ନୁହେଁ କୁକୁର,ପାରା ଏବଂ ଅନ୍ୟ ପକ୍ଷୀମାନେ ଖାଇବାକୁ ପାଉନାହାନ୍ତି। ଏଭଳି କ୍ଷେତ୍ରରେ ସେମାନେ ଆଉ 24 ଘଣ୍ଟା କିଭଳି ରହିବେ ତାହାକୁ ନେଇ ଚିନ୍ତା ବଢି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

ଦୁବାଇରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ…

ଭୁବନେଶ୍ୱର,୧୨ା୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ଟିମ୍‌ ୪ର୍ଥ ଦିନରେ ଦୁବାଇ ଠାରେ ଏକ ରୋଡ୍‌ ଶୋ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଓଡ଼ିଶାର ଶିଳ୍ପ…

ଗିରଫ ଧମକ ଦେଇ ଟଙ୍କା ଆଦାୟ ପଡ଼ିଲା ଭାରି: ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ ଥାନା ASI ସୁଜିତ୍‌ ପାଣିଗ୍ରାହୀ

ଖଲ୍ଲିକୋଟ,୧୧।୯(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାରେ ଶୁକ୍ରବାର ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରୁ ସେବା ସଂକଳ୍ପ ଅଭିଯାନ: ୧୩ଟି କାର୍ଯ୍ୟକ୍ରମକୁ ନେଇଁ ଲୋକଙ୍କୁ ପାଖକୁ ଯିବ ଭାଜପା

ଭବାନୀପାଟଣା,୧୧।୯(ଉତ୍ତମ କୁମାର ଦାଶ): ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମାସେ ବ୍ୟାପି ସେବା ସଂକଳ୍ପ ଅଭିଯାନ କରିବ ଭାଜପା । ଏଥିରେ ପ୍ରତ୍ୟେକ ମଣ୍ଡଳ, ବୁଥ ଏବଂ ଜିଲାରେ ସେବା…

ମହାବୀର ପର୍ବତ ଛାଡି ଉଦାରମା ଜଙ୍ଗଲ ଗଲେ ୨୬ ଟିକିଆ ହାତୀପଲ

ବଡ଼ଗାଁ,୧୧ା୯(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅଧୀନ ମହାବୀର ପର୍ବତରେ ମାସେ ହେଲା ଅବସ୍ଥାନ କରିଥିବା ୨୬ ଟିକିଆ ହାତୀପଲ ମହାବୀର ପର୍ବତରୁ ବାହାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?