ରାଜଧାନୀରେ ଆମେରିକା ନିର୍ମିତ ବନ୍ଧୁକ

ଭୁବନେଶ୍ୱର,୧୮ା୩ (ବ୍ୟୁରୋ): ରାଜଧାନୀରେ ଚୋରା ପିସ୍ତଲ କାରବାର, ବନ୍ଧୁକ ମୁନରେ ଲୁଟ୍‌ପାଟ ଭଳି ଘଟଣା ବଢ଼ିଚାଲିଛି । ସୋମବାର ରାତିରେ ବୁଦ୍ଧପାର୍କ ନିକଟରେ କ୍ୟୁଏଟି ଓ ଚନ୍ଦ୍ରଶେଖରପୁର ଥାନା ପୋଲିସର ମିଳିତ ଚଢ଼ାଉରେ ଦେଶୀ ଓ ଆମେରିକା ନିର୍ମିତ ପିସ୍ତଲ ଜବତ କରାଯାଇଛି। ସହଯୋଗୀ କାହ୍ନା ଦିଗଲ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପିଙ୍କୁ ଦିଗଲ(୩୦) ଙ୍କୁ ଗିରଫ କରିଛି କ୍ୟୁଏଟି ଟିମ୍‌। ଅଭିଯୁକ୍ତଙ୍କ ଘର କନ୍ଧମାଳ ଜିଲା ଫୁଲବାଣୀ ଥାନା ଅନ୍ତର୍ଗତ ଡୁମୁରିଗୁଡ଼ା ଗ୍ରାମରେ। ସେ ଦୀର୍ଘଦିନ ହେବ ଏୟାରପୋର୍ଟ ଥାନା ଅନ୍ତର୍ଗତ କାରଗିଲ ବସ୍ତିରେ ରହୁଥିଲେ। ସୂଚନା ମୁତାବକ ସୋମବାର ରାତିରେ ୨ଅଭିଯୁକ୍ତ ଲୁଟ୍‌ପାଟ ବା ପିସ୍ତଲ ଡିଲ୍‌ କରିବା ନେଇ ବୁଦ୍ଧ ପାର୍କ ନିକଟରେ ଅପେକ୍ଷା କରିଥିଲେ। କ୍ୟୁଏଟି ନିକଟରେ ବିଶେଷ ସୁତ୍ରରୁ ଖବର ପହଁଚିଥିଲା। ପିଙ୍କୁଙ୍କୁ ଯାଞ୍ଚ କରିବା ପରେ ତାଙ୍କ ଅଣ୍ଟାରୁ ଏକ ଆମେରିକା ନିର୍ମିତ ୯ ଏମ୍‌ଏମ୍‌ ପିସ୍ତଲ, ମାଗାଜିନ୍‌ ଓ ପ୍ୟାଣ୍ଟ ପକେଟରୁ ୨ ରାଉଣ୍ଡ୍‌ ଗୁଳି ମିଳିଥିଲା। ପିଙ୍କୁ ବ୍ୟବହାର କରୁଥିବା ପଲ୍‌ସର ବାଇକ (ଓଡି ୩୩ ଏମ ୯୮୪୧)କୁ ଯାଞ୍ଚ କରିବା ପରେ ସିଟ୍‌ ତଳୁ ଏକ ଦେଶୀ ରିଭଲ୍‌ଭର ଏବଂ ୭ଟି ଖାଲି କ୍ୟାଟ୍ରିଜ୍‌ ଜବତ କରାଯାଇଥିଲା। ପୋଲିସ ୧୩୪/୨୦ରେ ମାମଲା ରୁଜୁକରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ବାହାଦଲପୁରରେ ବାପ ପୁଅଙ୍କୁ ଗୁଳିମାଡ଼ ଘଟଣା

ଭୁବନେଶ୍ୱର,୧୮ା୩ (ବ୍ୟୁରୋ):ଖଣ୍ଡଗିରି ଥାନା ଅନ୍ତର୍ଗତ ସରକନ୍ତରା ବାହାଦଲପୁର ଗୁଳିମାଡ଼ ଘଟଣାରେ ଫେରାର ଅଭିଯୁକ୍ତଙ୍କୁ ସୋମବାର ପୋଲିସ ଗିରଫ କରିବା ସହ ତାଙ୍କ ନିକଟରୁ ଦେଶୀ ପିସ୍ତଲ ଜବତ କରିଛି। ସେ ହେଲେ ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦର ରାଜା ବିଶୋଇ। ପୂର୍ବରୁ ଏହି ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଜଣଙ୍କୁ ପୋଲିସ ଗିରଫ କରିଥିଲା। ସୂଚନା ମୁତାବକ ସରକନ୍ତରା ବାହାଦଲପୁର ଗ୍ରାମରେ ଡ୍ରଗ୍ସ ଓ ଜମିବାଡ଼ି କାରବାରକୁ ନେଇ ଗତ ସେପ୍ଟେମ୍ବର ୭ ତାରିଖ ସନ୍ଧ୍ୟାରେ ବାପ ଓ ପୁଅଙ୍କୁ ଗୁଳିମାଡ଼ ହୋଇଥିଲା । ଦୁର୍ବୃତଙ୍କ ଗୁଳି ମାଡ଼ରେ ଅନିଲ କୁମାର ଜେନା ଓରଫ ପପୁଙ୍କର ମେଡିକାଲରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବାପା ଅଭିମନ୍ୟୁଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ଏ ନେଇ ପୋଲିସ ୬୩୫/୧୯ନମ୍ବରରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାପି ଓରଫ ଭରତ କୁମାର ସାହୁ, ହାପି ଓରଫ ଦୁର୍ଗା ପ୍ରସାଦ ସାହୁ , ରାଜା ବିଶୋଇ ଓ ତାଙ୍କର ୩ ସହଯୋଗୀ ପୁଲକ୍‌ ହାତୀ, ଆଲୋକ ପ୍ରଧାନ ଓ ଚିତ୍ତରଞ୍ଜନ ପରିଜା ସମ୍ପୃକ୍ତ ଥିବା ପୋଲିସ ତଦନ୍ତରୁ ଜଣାପଡିଥିଲା। ଘଟଣାର ୪୬ ଦିନ ପରେ ମୁଖ୍ୟ ଅଭିଯୁକ୍ତ ବାପି ଓ ହାପିଙ୍କୁ ରାୟଗଡ଼ା ଜିଲ୍ଲା ହାତିଖମ୍ବେ ଅଞ୍ଚଳରୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା। ଅଭିଯୁକ୍ତଙ୍କଠାରୁ ଏକ ପିସ୍ତଲ୍‌, ୨ଟି ବାଇକ ଜବତ କରାଯାଇଥିଲା। ହେଲେ ଅନ୍ୟତମ ଅଭିଯୁକ୍ତ ରାଜା ବିଶୋଇ ଫେରାର ଥିଲେ। ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ଆବେଦନ ଖାରଜ ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା କଲା ଏମିତି କାମ, ଆହୁରି ଭୟାବହ ହେବ ଇସ୍ରାଏଲ-ଆମେରିକା ଯୁଦ୍ଧ!

ଓ୍ବାଶିଂଟନ,୨୮।୨: ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ଇରାନରେ ଏକକାଳୀନ ୩୦ଟି ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରାଯାଇଛି।…

Iran Israel War: ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଭାରତୀୟଙ୍କୁ ଆଲର୍ଟ, ଦୂତାବାସ ଜାରି କଲା ଆଡଭାଇଜରୀ

ନୂଆଦିଲ୍ଲୀ,୨୮।୨: ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ଇରାନ ବିରୁଦ୍ଧରେ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରିଛନ୍ତି। ଇରାନର ରାଜଧାନୀ ତେହେରାନ ସମେତ ଅନେକ ସ୍ଥାନକୁ…

ରାଜ୍ୟ ସଭା ପ୍ରାର୍ଥୀ ହେବା ପରେ ଏମିତି କହିଲେ ସଂତୃପ୍ତ

ଭୁବନେଶ୍ୱର,୨୮।୨: ରାଜ୍ୟ ସଭା ପ୍ରାର୍ଥୀ ହେବା ପରେ କୃତଜ୍ଞତା ଜଣାଇଲେ ସଂତୃପ୍ତ ମିଶ୍ର। ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଖଙ୍କୁ କୃତଜ୍ଞତା ଜଣାଇବା ସହ ମୋତେ ମିଳିଥିବା…

ଇସ୍ରାଏଲ ପ୍ରତିବର୍ଷ ୧୦ ହଜାର ଭାରତୀୟଙ୍କୁ ଦେବ ଚାକିରି? ମୋଦି-ନେତାନ୍ୟାହୁଙ୍କ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ/ଜେରୁଜେଲମ,୨୮।୨: ଭାରତ ଏବଂ ଇସ୍ରାଏଲ ଗୁରୁବାର (୨୬ ଫେବୃଆରୀ) ରାଜି ହୋଇଛନ୍ତି ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୫୦,୦୦୦ ପର୍ଯ୍ୟନ୍ତ ଅଧିକ ଭାରତୀୟ ଶ୍ରମିକ ଇସ୍ରାଏଲକୁ…

ଲାଞ୍ଚ ମାମଲା: ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କୁ ୩ବର୍ଷ ଜେଲ

ଭବାନୀପାଟଣା,୨୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ନର୍ଲା ଜଳଛାୟା ପ୍ରକଳ୍ପ -୧ର ପୂର୍ବତନ ପ୍ରକଳ୍ପ କାର୍ଯ୍ୟକାରୀ କର୍ତ୍ତୃପକ୍ଷ ତଥା କନିଷ୍ଠ ମୃତ୍ତିକା ସଂରକ୍ଷଣ ଅଧିକାରୀ ଅମର କୁମାର…

କ୍ଷୀରସିନ୍ଧୁ ସଗରିଆ ସି. ସୁବ୍ରମନ୍ୟମ୍‌ ସମ୍ମାନରେ ସମ୍ମାନିତ

ଖଡ଼ିଆଳ,୨୮ା୨ (ସୁଜିତ କୁମାର ପ୍ରଧାନ): ସୂଚନା କର୍ମୀ ରୂପେ ପରିଚିତ ନୂଆପଡ଼ା ଜିଲା ଖଡିଆଳ ବ୍ଲକ କୁସମାଲ ଗ୍ରାମର କ୍ଷୀରସିନ୍ଧୁ ସଗରିଆ ସି. ସୁବ୍ରମନ୍ୟମ୍‌ ସମ୍ମାନରେ ସମ୍ମାନିତ…

ରାଜ୍ୟ ସଭା ପାଇଁ ୨ ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ନବୀନ, ଜାଣନ୍ତୁ କିଏ…

ଭୁବନେଶ୍ୱର,୨୮ା୨: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି।  ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ୨ ପ୍ରାର୍ଥୀଙ୍କ…

ନବଜାତ ଶିଶୁକନ୍ୟାକୁ ବୁଦାମୂଳେ ଫିଙ୍ଗିଦେଲେ, କାନ୍ଦଶୁଣି ଆଶାକର୍ମୀ କଲେ ଏମିତି କାମ…

ମୋରଡ଼ା,୨୮ା୨(ସ୍ମାରକ ମାଜୀ): ପୁଣି ଅଲୋଡ଼ା ହୋଇଛି ଶିଶୁକନ୍ୟା। ଏକ ନବଜାତ ଶିଶୁକନ୍ୟାକୁ କେହି ବୁଦାମୂଳରେ ଫିଙ୍ଗି ଦେଇଥିବାବେଳେ କାନ୍ଦ ଶୁଣି ଶନିବାର ଉଦ୍ଧାର କରିଛନ୍ତି ଆଶାକର୍ମୀ। ମୟୂରଭଞ୍ଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri