ରାଉରକେଲାରେ ଜାତୀୟସ୍ତରୀୟ ଷଷ୍ଠ ଡ୍ୟାନ୍ସ ଫେଷ୍ଟିଭାଲ: ଓଡ଼ିଶୀ ନୃତ୍ୟ ପରିବେଷଣ କରି ପୁରସ୍କୃତ ହେଲ କନ୍ଧମାଳ ଛାତ୍ରୀ

ଦାରିଙ୍ଗବାଡ଼ି,୯।୬(ଡି.ଏନ୍‌.ଏ): ରାଉରକେଲା କଳାସଂଘମ୍‌ ପକ୍ଷରୁ ଜାତୀୟସ୍ତରୀୟ ଷଷ୍ଠ ଡ୍ୟାନ୍ସ ଫେଷ୍ଟିଭାଲ ଶନିବାର ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ସେକ୍ଟର ୧୯ ସିଭିକ୍‌ ସେଣ୍ଟରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଛାତ୍ରୀମାନେ ଓଡ଼଼ିଶୀ ନୃତ୍ୟ ପରିବେଷଣ କରି ପୁରସ୍କୃତ ହୋଇଛନ୍ତିା ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ କଳାକାରମାନେ ଅଂଶଗ୍ରହଣ କରିଥିବା ବେଳେ ନୃତ୍ୟ ଗୁରୁ ପ୍ରିୟଙ୍କା ସାହୁଙ୍କ ତେୃତ୍ୱରେ ଦାରିଙ୍ଗବାଡ଼ିର ଡ୍ୟାନ୍ସ ୱାଲର୍‌ଡ ଗୃପ ଏଥିରେ ଅଂଶଗ୍ରହଣ କରିଥିଲା। ଏଥିରେ ନୃତ୍ୟ ଗୁରୁ ପ୍ରିୟଙ୍କାଙ୍କୁ କଳା ନୃତ୍ୟ ପୁରସ୍କାର ମିଳିଥିବା ବେଳେ ଛାତ୍ରୀ ବୈଜୟନ୍ତିମାଳା ସିଂହଳ, ଆଫ୍ରିନ ସାହୁ ଏବଂ ଅମ୍ରିତା ସାହୁଙ୍କୁ କଳାଶ୍ରୀ ପୁରସ୍କାର ମଧ୍ୟ ମିଳିଛି। ଏ ନେଇ ଦାରିଙ୍ଗବାଡ଼ିର ନୃତ୍ୟ ଟିମ୍‌କୁ ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି।