ରାଇସ ମିଲ୍‌ରୁ ବିଷଧର ସାପ ଉଦ୍ଧାର

ବୁଗୁଡ଼ା,୨୭ା୫(ଡି.ଏନ.ଏ.)-ବୁଗୁଡ଼ା ସହର ନିକଟସ୍ଥ ଷୋହଳମାଇଲି ଠାରେ ଥିବା ଶଙ୍କର ରାଇସ୍‌ ମିଲରୁ ବୁଧବାର ଅପରାହ୍ନରେ ଏକ ୫ ଫୁଟିଆ ବିଷଧର ସାପ ଉଦ୍ଧାର କରାଯାଇଛି। ମିଲ୍‌ରେ କାମ କରୁଥିବାବେଳେ ଉକ୍ତ ସାପଟିକୁ ଅଚାନକ ଜଣେବ୍ୟକ୍ତି ଦେଖିଥିଲେ। ଖବର ପାଇ ଦଦରାଖୋଲର ନାରାୟଣ ମହାରଣା ନାମକ ଜଣେ ସାପ ଧରାଳି ଘଟଣାସ୍ଥଳରେ ପହଞ୍ଚତ୍ ଉକ୍ତ ସାପକୁ ଉଦ୍ଧାର କରିଥିଲେ। ପରେ ସେ ସାପଟିକୁ ବୁଦ୍ଧଖୋଲ ଜଙ୍ଗଲରେ ଛାଡ଼ି ଦେଇଥିଲେ।