ରାଇଘର ଅଞ୍ଚଳରେ ମାଓବାଦୀ ପୋଷ୍ଟର, ଦିନିକିଆ ବନ୍ଦ ଡାକରା ସଫଳ କରିବାକୁ ଆହ୍ବାନ

ରାଇଘର, ୨୫।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଗୋଣା ଅଞ୍ଚଳରେ ମାଓବାଦୀ ପୋଷ୍ଟର ଏବଂ ବ୍ୟାନର୍‌ ଦେଖିବାକୁ ମିଳିଛି। ଅକ୍ଟୋବର ୨୫, ଶୁକ୍ରବାର ଦିଆଯାଇଥିବା ବନ୍ଦ ଡାକରାକୁ ସଫଳ କରିବା ଲାଗି ଛତିଶଗଡ଼ ମୈନପୁର ଓ ନୂଆପଡ଼ା ଡିଭିଜନାଲ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି। ଛତିଶଗଡ଼ ସୀମାନ୍ତ କାଙ୍କେର, ଧାମେତ୍ରୀ, ରାଓ୍ବାସ, ଗୋରିଆବନ୍ଧା, ଓଡ଼ିଶା ନୂଆପଡ଼ା ଅଞ୍ଚଳରେ ବନ୍ଦ ପାଳନକୁ ସଫଳ କରିବା ଲାଗି ପୋଷ୍ଟରରେ ଆହ୍ବାନ ଦିଆଯାଇଛି।