Posted inଜାତୀୟ

ରହିଲାନି ମହଲତ ମୂଲ୍ୟ

ବେଙ୍ଗାଲୁରୁ,୨୦ା୭(ପି.ଟି.): କର୍ନାଟକ ବିଧାନସଭାରେ ଆସ୍ଥାଭୋଟ ପାଇଁ ଦୁଇଦିନ ଧରି ଚାଲିଥିବା କସରତ ଶେଷରେ ଅମୀମାଂସିତ ହୋଇ ରହିଯାଇଛି। ବାଚସ୍ପତି କେ.ଆର୍‌. ରମେଶ କୁମାର ସୋମବାର ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଫଳରେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କୁ ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ଶକ୍ତିପରୀକ୍ଷାର ସମ୍ମୁଖୀନ ହୋଇ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ରାଜ୍ୟପାଳ ଭଜୁଭାଇ ଭାଲା ଦେଇଥିବା ଦ୍ୱିତୀୟ ମହଲତ୍‌ର କିଛି ମୂଲ୍ୟ ରହିଲାନାହିଁ। ସେପଟେ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ କୁମାରସ୍ବାମୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବାବେଳେ ୧୫ ବିଦ୍ରୋହୀ ବିଧାୟକଙ୍କ ଉପରେ ହ୍ବିପ୍‌ ଜାରି କରିବା ସମ୍ପର୍କିତ ୧୭ ତାରିଖର ରାୟକୁ ନେଇ ଶୀର୍ଷ ଅତାଲତଙ୍କ ସ୍ପଷ୍ଟୀକରଣ ଲୋଡ଼ିଛି କଂଗ୍ରେସ। ପାର୍ଲାମେଣ୍ଟରେ ବିରୋଧୀ ସଦସ୍ୟମାନେ କର୍ନାଟକ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଛନ୍ତି। ଏସବୁକୁ ନେଇ କର୍ନାଟକ ଅଡ଼ୁଆ ବଢ଼ି ଚାଲିଥିବାବେଳେ ଜାତୀୟ ରାଜନୀତିର ତାପମାତ୍ରା ଉପରକୁ ଉଠିଛି।
ଧର୍ମନିରପେକ୍ଷ ଜନତା ଦଳ(ଜେଡିଏସ୍‌)-କଂଗ୍ରେସ ମେଣ୍ଟର ୧୫ ବିଧାୟକଙ୍କ ଇସ୍ତଫା ଏବଂ ୨ ସ୍ବାଧୀନ ସଦସ୍ୟ ସରକାରରୁ ଓହରି ଭାଜପା ପଟେ ଢଳିବା ପରେ କର୍ନାଟକରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। କୁମାରସ୍ବାମୀ ସରକାର ସଂଖ୍ୟାଲଘୁ ପାଲଟିଯାଇଥିବା ଦର୍ଶାଇ ଭାଜପା ବିଧାୟକ ଦଳ ନେତା ବି.ଏସ୍‌. ୟେଦୁରପ୍ପା ତାଙ୍କର ଇସ୍ତଫା ଦାବି କରିବା ପରେ ଗୁରୁବାର ବିଧାନସଭାରେ ଆସ୍ଥାଭୋଟ ଆଗତ ହୋଇଥିଲା। ଉଭୟ ପକ୍ଷଙ୍କ ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ଗୃହକୁ ଦିନକ ପାଇଁ ସ୍ଥଗିତ ରଖିଥିଲେ। ଏହାର ପ୍ରତିବାଦରେ ୟେଦୁରପ୍ପାଙ୍କ ସମେତ ଭାଜପା ବିଧାୟକମାନେ ବିଧାନସଭାରେ ଧାରଣା ଦେବା ସହ ରାତ୍ରିଯାପନ କରିଥିଲେ। ଇତିମଧ୍ୟରେ ଭାଜପା ନେତାମାନେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ି ସାରିଥିଲେ। ରାଜ୍ୟପାଳ ଭଜୁଭାଇ ଭାଲା ଶୁକ୍ରବାର ଅପରାହ୍ନ ଦେଢ଼ଟା ସୁଦ୍ଧା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଗୁରୁବାର ରାତିରେ ମହଲତ ଦେଇଥିଲେ। ଶୁକ୍ରବାର ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ କହିଥିଲେ, ରାଜ୍ୟପାଳଙ୍କଠାରୁ ଦ୍ୱିତୀୟ ପ୍ରେମପତ୍ର ଆସିଛି, ଯାହାକୁ ନେଇ ସେ ବ୍ୟଥିତ ହୋଇଛନ୍ତି। ହେଲେ ସେ ରାଜ୍ୟପାଳଙ୍କୁ ସମାଲୋଚନା କରିପାରିବେ ନାହିଁ। ତେବେ ରାଜ୍ୟପାଳ ଏଭଳି ମହଲତ୍‌ ଦେଇପାରିବେ କି ନାହିଁ ସେନେଇ ନିଷ୍ପତ୍ତି ନେବା ଲାଗି କୁମାରସ୍ବାମୀ ବାଚସ୍ପତି କେ.ଆର୍‌. ରମେଶ କୁମାରଙ୍କୁ ଅନୁରୋଧ କରିଥିଲେ।
ଏହାସହ ବିଧାୟକମାନଙ୍କୁ ୪୦-୫୦ ଲକ୍ଷ ଟଙ୍କା ଲେଖାଏ ଲୋଭ ଦେଖାଯାଉଛି। ସେଇ ଟଙ୍କା କାହାର ବୋଲି ଭାଜପାକୁ ସେ ଟାର୍ଗେଟ କରିଥିଲେ। ସେହିପରି ଜେଡିଏସ୍‌ ବିଧାୟକ ଶ୍ରୀନିବାସ ଗୌଡ଼ା ମଧ୍ୟ ମେଣ୍ଟ ସରକାରଙ୍କ ପତନ ଘଟାଇବା ପାଇଁ ତାଙ୍କୁ ଭାଜପା ପକ୍ଷରୁ ୫ କୋଟି ଟଙ୍କା ଲାଞ୍ଚ ଯଚାଯାଇଥିବା ଅଭିଯୋଗ ଆଣିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଦାରାମାୟା କହିଥିଲେ, ବିଧାୟକମାନଙ୍କୁ ଭାଜପା କିଣି ସାରିଥିବାରୁ ଭୋଟିଂ ପାଇଁ ତରତର ହେଉଛି। ହେଲେ ବିତର୍କ ସୋମବାର ଯାଏ ଚାଲିପାରେ। ଅନେକ ବିଧାୟକ ବିତର୍କରେ ଭାଗନେବା ପାଇଁ ନିଜ ନାମ ଦେଇଥିବାରୁ ଏହା ଶେଷ ହେବା ପରେ ହିଁ ଆସ୍ଥାଭୋଟ କରାଯାଉ। ଏହାର ଜବାବରେ ବାଚସ୍ପତି କହିଥିଲେ, ସବୁକିଛି ସାମ୍ବିଧାନିକ ନିୟମାନୁସାରେ ଚାଲିବ। କାରଣ ସାରା ବିଶ୍ୱ ନିକଟରେ ସେ ଉତ୍ତରଦାୟୀ ଓ ଆଗକୁ ସେ ହିଁ ଲୋକଙ୍କୁ ସାମ୍ନା କରିବେ। ସେପଟେ ଅପରାହ୍ନ ଦେଢ଼ଟା ହେବା ମାତ୍ରେ ଆସ୍ଥାଭୋଟ ଉପରେ ମତ ବିଭାଜନ ପାଇଁ ଭାଜପା ଦାବି କରିଥିଲା। ରାଜ୍ୟପାଳଙ୍କ ଭୂମିକାକୁ ନେଇ ଭାଜପା ଏବଂ କଂଗ୍ରେସ ପକ୍ଷରୁ ଚାଲିଥିବା ହୋହଲ୍ଲା ମଧ୍ୟରେ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଥିଲା। ପରେ ୟେଦୁରପ୍ପା କହିଥିଲେ, ରାଜ୍ୟପାଳ ତାଙ୍କର ଶେଷ ଚିଠିରେ ଶୁକ୍ରବାର ସୁଦ୍ଧା ଆସ୍ଥାଭୋଟ କରାଇବାକୁ କହିଛନ୍ତି। ଯେତେ ବିଳମ୍ବିତ ରାତି ହେଲେ ବି ଭାଜପା ସଦସ୍ୟ ଶାନ୍ତିଶୃଙ୍ଖଳାର ସହ ବସିରହିବେ। ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ସମ୍ମାନ ଦେଇ ଆସ୍ଥାଭୋଟ କରାଯାଉ ବୋଲି ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ। ଶେଷରେ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ବାଚସ୍ପତି ଗୃହକୁ ୨୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା କରିଥିଲେ। ଏହାସହ ସୋମବାର ହିଁ ଆସ୍ଥାଭୋଟ କରାଯିବ। ଏହି ବିଷୟକୁ କୌଣସି ପରିସ୍ଥିତିରେ ଅଧିକ ସମୟ ଗଡ଼ାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri