ରହସ୍ୟଜନକ ଅଦଳବଦଳ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
କୋଇଲା ସଚିବ ସୁମନ୍ତ ଚୌଧୁରୀଙ୍କ ସ୍ଥାନରେ ଏ.କେ. ଜୈନଙ୍କ ନିଯୁକ୍ତିକୁ ନେଇ କ୍ଷମତା ଅଳିନ୍ଦରେ ଗୁଞ୍ଜରଣ ସୃଷ୍ଟି ହୋଇଛି। ଏଥିରେ ଗୋଟିଏ ଅବୁଝା ରହସ୍ୟ ହେଉଛି ଚୌଧୁରୀଙ୍କ ସ୍ଥାନରେ ଜୈନଙ୍କ ନିଯୁକ୍ତି ଆଦେଶନାମାରେ ଚୌଧୁରୀଙ୍କ ଭବିଷ୍ୟତକୁ ନେଇ କିଛି କୁହାଯାଇ ନାହିଁ। ତାଙ୍କୁ ତାଙ୍କ ରାଜ୍ୟ ପଶ୍ଚିମବଙ୍ଗକୁ ଫେରାଇ ଦିଆଯାଇ ନାହିଁ କିମ୍ବା କେନ୍ଦ୍ରରେ ଅନ୍ୟ ମନ୍ତ୍ରଣାଳୟ ବା ବିଭାଗରେ ନିଯୁକ୍ତି ଦିଆଯାଇ ନାହିଁ। ଅନ୍ୟତ୍ର ନିଯୁକ୍ତି ପାଇଁ ଚୌଧୁରୀ ଅପେକ୍ଷମାଣ ତାଲିକାରେ ଅଛନ୍ତି ବୋଲି ମଧ୍ୟ ଉକ୍ତ ଆଦେଶନାମାରେ କୁହାଯାଇ ନାହିଁ। ଜୈନଙ୍କ ନିଯୁକ୍ତିର ସମୟକୁ ନେଇ ମଧ୍ୟ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି, କାରଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ଥିବା ସମୟରେ ହିଁ ଏହି ଆଦେଶନାମା ପ୍ରକାଶ ପାଇଛି। ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ମଳୟ କୁମାର ଦେଙ୍କ ସ୍ଥାନରେ ନିଯୁକ୍ତି ପାଇବା ଲାଗି ଚୌଧୁରୀଙ୍କୁ ପଶ୍ଚିମବଙ୍ଗ ଫେରାଇଦେବା ଲାଗି ମମତା ଅନୁରୋଧ କରିବେ ବୋଲି କୁହାଯାଉଥିଲା। କିନ୍ତୁ ପଶ୍ଚିମବଙ୍ଗର ବାବୁମାନେ ଏହି ସମ୍ଭାବନାକୁ ଅଗ୍ରାହ୍ୟ କରି କହିଛନ୍ତି ଯେ, ଏ ବିଷୟରେ ଚୌଧୁରୀ କିମ୍ବା ମମତା କେହି ହେଲେ ଆଗ୍ରହ ଦେଖାଇ ନାହାନ୍ତି। ଚୌଧୁରୀଙ୍କ ଅବସର ଆଉ ମାତ୍ର ୧୬ ମାସ ବାକି ଅଛି ଏବଂ ସେ ଆସନ୍ତା ୨୦୨୧ ଜାନୁୟାରୀ ମାସରେ ଅବସର ନେବାର ଅଛି। ଅନ୍ୟ ପକ୍ଷରେ ସାମ୍ପ୍ରତିକ ସମୟରେ କୋଇଲା ମନ୍ତ୍ରଣାଳୟରେ ସଚିବମାନଙ୍କର ଘନ ଘନ ପରିବର୍ତ୍ତନ ଘଟିଛି। ଚୌଧୁରୀ ଏହି ପଦବୀରେ ମାତ୍ର ପ୍ରାୟ ୧୦ ମାସ ରହିଥିଲା ବେଳେ ତାଙ୍କ ପୂର୍ବସୂରି ମାତ୍ର ୫ ମାସ ଏହି ପଦବୀରେ ରହିଥିଲେ।
ଅସନ୍ତୁଷ୍ଟଙ୍କ ସ୍ବର
ହ୍ବିଶିଲ୍‌ବ୍ଲୋୟର ଭାରତୀୟ ବନସେବା ଅଧିକାରୀ ସଞ୍ଜୀବ ଚତୁର୍ବେଦୀ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିକୁ ୨୫,୦୦୦ ଟଙ୍କା ଦାନ କରିଛନ୍ତି। ସେ ଏହି ଟଙ୍କା ଏକ ମାମଲାରେ ଜିତି ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ରାୟ ଅନୁସାରେ କେନ୍ଦ୍ର ସରକାରଙ୍କଠାରୁ କ୍ଷତିପୂରଣ ସ୍ବରୂପ ପାଇଥିଲେ। ବିଭିନ୍ନ କର୍ତ୍ତୃପକ୍ଷଙ୍କ ଦ୍ୱାରା ହଇରାଣ ହରକତର ଶିକାର ହୋଇଥିବା ଚତୁର୍ବେଦୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ ପ୍ରସ୍ତାବ ଦେଇଛନ୍ତି ଯେ, ଅସାଧୁ ଅଫିସରମାନଙ୍କ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନର ଶିକାର ହେଉଥିବା ସଚ୍ଚୋଟ ଅଫିସରମାନଙ୍କ ସାହାଯ୍ୟାର୍ଥେ ଏକ ପାଣ୍ଠି ଗଠନ କରାଯିବା ଆବଶ୍ୟକ। ସେ ଏହି ଚିଠିରେ ସର୍ଦ୍ଦାର ପଟେଲଙ୍କ ଏକ ମନ୍ତବ୍ୟ ଉଦ୍ଧାର କରିଛନ୍ତି- ”ଏକ ଐକ୍ୟବଦ୍ଧ ଭାରତର ସ୍ବପ୍ନ ସୁଦୂରପରାହତ ହୋଇ ରହିଯିବ, ଯଦି ଭାରତରେ ସ୍ବାଧୀନ ମତ ପୋଷଣ କରୁଥିବା ସର୍ବଭାରତୀୟ ସେବା ଅଧିକାରୀ ନ ରହିବେ।“ ୨୦୧୨ ରମଣ ମାଗ୍‌ସେସେ ପୁରସ୍କାର ଲାଭ କରିଥିବା ଚତୁର୍ବେଦୀ ବର୍ତ୍ତମାନ ଉତ୍ତରାଖଣ୍ଡର ହଲ୍‌ଦଓ୍ବାନିଠାରେ ବନ ସଂରକ୍ଷକ (ଗବେଷଣା) ଭାବେ ଅବସ୍ଥାପିତ ଅଛନ୍ତି। ଅତୀତରେ ରମଣ ମାଗ୍‌ସେସେ ପୁରସ୍କାର ବାବଦକୁ ପାଇଥିବା ଅର୍ଥକୁ ମଧ୍ୟ ସେ ଦାନ କରିଦେଇଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚତୁର୍ବେଦୀଙ୍କ ଦାନ ମନୋଭାବକୁ ପ୍ରଶଂସା କରିଥିବା ବେଳେ ତାଙ୍କ ପ୍ରସ୍ତାବ ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ଥିବା ଜଣାପଡ଼ିଛି।
ମମତାଙ୍କ ଅନୁଗତଙ୍କୁ ଝଟକା
ପୂର୍ବତନ କୋଲକାତା ପୋଲିସ ମୁଖ୍ୟ ରାଜୀବ କୁମାର ତୃଣମୂଳ କଂଗ୍ରେସ-ଶାସିତ ପଶ୍ଚିମବଙ୍ଗର ଏକମାତ୍ର ବରିଷ୍ଠ ଅଧିକାରୀ ନୁହନ୍ତି, ଯିଏ ସିବିଆଇ ଜାଲରେ ଫସିଛନ୍ତି। ରାଜୀବ କୁମାର କୁଖ୍ୟାତ ଶାରଦା ଚିଟ୍‌ଫଣ୍ଡ ଦୁର୍ନୀତିରେ ଜଡ଼ିତ ଥିବା ନେଇ ତଦନ୍ତର ସମ୍ମୁଖୀନ ହୋଇଥିବା ବେଳେ ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର ଏସ୍‌.କେ. ପୁର୍‌କାୟସ୍ଥ ଓ ବରିଷ୍ଠ ଆଇଏଏସ୍‌ ଅଫିସର ଅତ୍ରି ଭଟ୍ଟାଚାର୍ଯ୍ୟଙ୍କ ନାମ ମଧ୍ୟ ସିବିଆଇ ତାଲିକାରେ ରହିଛି। ସିବିଆଇ ବ୍ୟତୀତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଏକ ରାଜ୍ୟ ସରକାରଙ୍କ କମ୍ପାନୀର ପୁଞ୍ଜି ବିନିବେଶ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରମୁଖ ସଚିବ ଗୌତମ ସାନ୍ୟାଲଙ୍କ ବିରୋଧରେ ତଦନ୍ତ କରୁଛି। ତେବେ ଉକ୍ତ ଚାରିଜଣ ବାବୁଙ୍କ ମଧ୍ୟରେ ଗୋଟିଏ ସାଧାରଣ କଥା ହେଉଛି, ଏମାନେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ଅନୁଗତ ଭାବେ ଜଣାଶୁଣା। ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ ଓ ଅନୁଗତ ଭାବେ ଏମାନେ ପ୍ରଭୂତ କ୍ଷମତା ଓ କର୍ତ୍ତୃତ୍ୱର ଅଧିକାରୀ ଥିଲେ। ଆର୍ଥିକ ଅନିୟମିତତା ଓ କ୍ଷମତାର ଦୁରୁପଯୋଗକୁ ନେଇ ଉକ୍ତ ବାବୁମାନଙ୍କ ବିରୋଧରେ ଚାଲିଥିବା ତଦନ୍ତକୁ କେନ୍ଦ୍ର ସରକାର ତଦନ୍ତକାରୀ ସଂସ୍ଥାଗୁଡ଼ିକର ନିୟମିତ ତଦନ୍ତ କାର୍ଯ୍ୟକ୍ରମର ଅଂଶ ବୋଲି କହୁଥିବା ବେଳେ ରାଜ୍ୟ ସରକାର ଭାବୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଘୋର ବିରୋଧୀ ହୋଇଥିବାରୁ ତାଙ୍କ ସରକାରକୁ ଅଡ଼ୁଆରେ ପକାଇବା ପାଇଁ କେନ୍ଦ୍ର ସରକାର ଉଦ୍ଦେଶ୍ୟମୂଳକ ଭାବେ ଏହିସବୁ ତଦନ୍ତ କରାଉଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଭୋଗ୍ୟ ନୁହେଁ, ସୁରକ୍ଷାଯୋଗ୍ୟ

ବିକାଶର ଦୌଡ଼ରେ ଆମେ ପ୍ରାୟ ଭୁଲିଯାଉଛୁ ଯେ ନୀରବଥିବା ଏହି ପ୍ରକୃତି ଅସୀମ ନୁହେଁ। ଆମେ ଭାବୁଛୁ ପ୍ରକୃତିରେ ଯାହା କିଛି ନଷ୍ଟ ହେଉଛି, ସେସବୁ ଧୀରେ…

ସମ୍ବଳ ପାଇଁ ଅଧିକ ଋଣ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri