ରସୁଲପୁରର ୧୪୩ ନମୁନା ନେଗେଟିଭ

ରସୁଲପୁର, ୧୦।୫ (ଡି.ଏନ୍‌.ଏ.)-ରସୁଲପୁର ବ୍ଲକ ଅଞ୍ଚଳରେ ଥିବା ୩୦ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ରାଜ୍ୟରୁ ଫେରିଥିବା ଶ୍ରମିକମାନଙ୍କୁ ରଖାଯାଇଛି। ଗତ ଏପ୍ରିଲ ୨୯ ଓ ୩୦ ତାରିଖରେ ଉକ୍ତ କେନ୍ଦ୍ରଗୁଡ଼ିକରେ ରହୁଥିବା ୧୫୫ଜଣ କୋଲକାତା ଫେରନ୍ତାଙ୍କର ସ୍ବାବ ନମୁନା ସଂଗ୍ରହ କରାଯାଇଥିଲା। ପୂର୍ବରୁ ୩ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ବେଳେ ରବିବାର ସୁଦ୍ଧା ଅନ୍ୟ ୧୪୩ ଜଣଙ୍କ ରିପୋର୍ଟ ଆସିଛି। ସମସ୍ତ ରିପୋର୍ଟ ନେଗେଟିଭ୍‌ ରହିଥିବା ବେଳେ ଖୁବ୍‌ ଶୀଘ୍ର ଅନ୍ୟ ୯ଜଣଙ୍କ ରିପୋର୍ଟ ଆସିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳରୁ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ସହ ଗୋଟିଏ ଗାଡ଼ିରେ କୋଲକାତାରୁ ଫେରିଥିବା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ବ୍ଲକ ପ୍ରଶାସନ ଓ ଅଞ୍ଚଳବାସୀ ଆଶ୍ୱସ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱରଞ୍ଜନଙ୍କୁ ଟିକେଟ, ପଦ୍ମ ଧରିପାରନ୍ତି ସୁନନ୍ଦା

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୨୩ା୪:ଯାଜପୁର ଜିଲାର ବରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିଧାୟିକା ସୁନନ୍ଦା ଦାସଙ୍କୁ ବିଜେଡି ବାଦ୍‌...

‘ଚକ୍ରାନ୍ତ କରି ମୋ ଟିକେଟ୍ କାଟିଦେଲେ, ତାଙ୍କ କଥା ଜଗନ୍ନାଥ ବୁଝିବେ’: ସୁନନ୍ଦା ଦାସ

ଭୁବନେଶ୍ୱର, ୨୨।୪: ସୋମବାର ବିଜୁ ଜନତା ଦଳ ପକ୍ଷରୁ ସପ୍ତମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରାଯାଇଛି। ଏଥିରେ ବରୀ ବିଧାୟକ ସୁନନ୍ଦା ଦାସଙ୍କ ସ୍ଥାନରେ ବିଶ୍ୱରଂଜନ...

ଗାଁରେ ପିଇବା ପାଣି ଅଭାବ

କାଏମା,୨୨ା୪(ଶିବପ୍ରସାଦ ମହାନ୍ତି):ସରକାର ଲୋକଙ୍କ ସର୍ବନିମ୍ନ ମୌଳିକ ସମସ୍ୟାରେ ସୁଧାର ଆଣିବାକୁ ଅହରହ ପ୍ରଚେଷ୍ଠା କରିଆସୁଛନ୍ତି। ମାତ୍ର କେତେଜଣ ଅଧିକାରୀଙ୍କ ଅପାରଗତା କାରଣରୁ ଧର୍ମଶାଳା ବ୍ଲକରେ ପାନୀୟ...

ଭାଜପା, ବିଜେଡିକୁ ଘାରିଛି ବିଦ୍ରୋହୀ ଚିନ୍ତା

ଯାଜପୁର,୨୨ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଲୋକ ସଭା ଓ ଏହା ଅଧୀନ ଜିଲାର ୭ ବିଧାନସଭା ଆସନରେ ଭୋଟ ଜୁନ୍‌ ୧ରେ ହେବାକୁ ଥିବାବେଳେ ମେ’ ମାସ ୭ରୁ...

ବଡଚଣା ରାଜନୀତି ସରଗରମ: ଅମରଙ୍କୁ ଭେଟିଲେ ବର୍ଷା

ଚଣ୍ଡିଖୋଲ,୨୨ା୪(ପ୍ରଦୀପ୍ତ କୁମାର ପୃଷ୍ଟି):ବଡ଼ଚଣା ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଭାବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାମ ଘୋଷଣା ପରେ ରାଜନୀତି ସରଗରମ ହୋଇଛି।...

ମନ୍ଦିର ନ ଥାଇ ଅର୍ଥ ବ୍ୟୟବରାଦ

କାଳିଆପାଣି,୨୨ା୪(ଅସିତ ମହାନ୍ତ):ଯାଜପୁର ଜିଲା ସୁକିନ୍ଦା ବ୍ଲକ୍‌ କାର୍ଯ୍ୟାଳୟରେ ଦୁର୍ନୀତି ଚରମ ସୀମା ଟପିଥିବା ଅଭିଯୋଗ ହୋଇଛି। ବ୍ଲକ୍‌ ଅଧୀନ ନଗଡ଼ାରେ ମନ୍ଦିର ନ ଥାଇ ଅର୍ଥ...

ଭାଇରାଲ ନିଶା ପଡ଼ିଲା ମହଙ୍ଗା, ବନ୍ୟଜନ୍ତୁ ଭିଡିଓ ପୋଷ୍ଟ କରୁଥିବା ୟୁଟ୍ୟୁବର୍ସଙ୍କ ସମ୍ପତ୍ତି ଖୋଳତାଡ଼ କରିବ ଇଡି

ଭୁବନେଶ୍ୱର,୨୧।୪: ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ୨୦୦୨ ଉଲଂଘନ କରି ସୋସିଆଲ ମିଡିଆରେ ବନ୍ୟଜନ୍ତୁ ପ୍ରାଣୀ ଭିଡିଓ ପୋଷ୍ଟ କରିଥିବା ଅଭିଯୋଗରେ କିଛି...

ପ୍ରବଳ ଗ୍ରୀଷ୍ମରେ ମୁଗ ଚାଷ ପ୍ରଭାବିତ ଆଶଙ୍କା

ଧର୍ମଶାଳା,୨୧ା୪(ବଟକୃଷ୍ଣ ପରିଡ଼ା):ଚଳିତଥର ସ୍ବଳ୍ପ ବୃଷ୍ଟିପାତ ଯୋଗୁ ମୁଗ ଚାଷ ଭଲ ହୋଇଛି। ମାତ୍ର ସପ୍ତାହେ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଫୁଲଫଳ ଧରିଥିବା ମୁଗଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri