ରସୁଲଗଡ଼ ଛକରୁ ଜବତ ହେଲା ସାଢେ ୪ କୋଟି ଟଙ୍କାର ବ୍ରାଉନସୁଗାର

ଭୁବନେଶ୍ୱର,୧୯ା୬ (ବ୍ୟୁରୋ)-ଶୁକ୍ରବାର ଏସ୍‌ଟିଏଫ ହାତରେ ଲାଗିଛି ବଡ଼ ସଫଳତା। ବାଲେଶ୍ୱରରୁ ବୋଲେରୋରେ ଚାଲାଣ ହୋଉଥିବା ଏକ ବ୍ରାଉନ୍‌ ସୁଗାର ରାକେଟକୁ ପର୍ଦ୍ଦାଫାଶ କରିଛି କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ(ସ୍ପେଶାଲ ଟାକ୍ସ ଫୋର୍ସ)। ଏସ୍‌ଟିଏଫ୍‌ ଚାଲାଣ କରାଯାଉଥିବା ବାଲେରୋ ସହ ୪ କେଜି ୪୮୬ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି। ଯାହାର ବଜାର ମୂଲ୍ୟ ସାଢେ ୪ କୋଟି ଟଙ୍କା ହେବ। ଏହାକୁ ଚାଲାଣ କରୁଥିବା ୩ଜଣ ଏଜେଣ୍ଟକୁ ଗିରଫ କରାଯାଇଥିବା ପୋଲିସ ଡିଜି ଅଭୟ ଏସ୍‌ଟିଏଫ୍‌ କାର୍ଯ୍ୟାଳୟରେ କରାଯାଇଥିବା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ନରସିଂଘପୁରର ଦେବାଶିଷ ବେହେରା ଓରଫ ରିଙ୍କୁ, ବାଲେଶ୍ୱର ଟାଉନ୍‌, ଗୋପାଳ ଗଁା ଏସ୍‌କେ କୌସର ଅଲ୍ଲୀ ଓ ପ୍ରବୀର କୁମାର ସିଂ। ସେମାନଙ୍କ ବିରୋଧରେ ଏସ୍‌ଟିଏଫ୍‌ ଏନ୍‌ଡିପିଏସ୍‌ ମାମଲା ରୁଜୁ କରି ତଦନ୍ତ କରୁଛି। ଶନିବାର ୩ ଏଜେଣ୍ଟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍‌ଟିଏଫ ପକ୍ଷରୁ ସୂଚନା ମିଳିଛି।