ରଶି ଲଗାଇ ବୃଦ୍ଧଙ୍କ ଆତ୍ମହତ୍ୟା

ବନ୍ତ,୩୧ା୧୨(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ତଥା କେନ୍ଦୁଆପଦା ଫାଣ୍ଡି ଅଧୀନ ରତନପୁର ଗ୍ରାମର ଜଣେ ବୃଦ୍ଧ ସୋମବାର ରାତିରେ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ପୋଲିସ ସୂଚନା ଅନୁଯାୟୀ ଉକ୍ତ ବୃଦ୍ଧଙ୍କ ନାମ ମହେଶ୍ୱର ବାରିକ(୮୬)। ସେ ମାନସିକ ବିକୃତ ବୋଲି ଜଣାଯାଇଛି । ଏନେଇ ପୋଲିସ ଅପମୃତ୍ୟୁ ମାମଲା(ନଂ ୧୦୮/୧୯) ରୁଜୁ କରିଛି।