ରବିବାର ଅନ୍ତର୍ଜାତୀୟ ମହିଳା ଦିବସ: ପେନ୍‌ସିଲ୍‌ ମୁନରେ ଈଶ୍ୱର ରାଓଙ୍କ କଳାକୃତି

ଭୁବନେଶ୍ୱର,୭ା୩(ବ୍ୟୁରୋ): ରବିବାର ଅନ୍ତର୍ଜାତୀୟ ମହିଳା ଦିବସ। ଦିନଟିକୁ ଖାସ୍‌ କରିବାକୁ ଯାଇ ମହିଳାମାନଙ୍କୁ ଫୁଲ, ଉପହାର ପ୍ରଭୃତି ଦିଆଯାଉଥିବାର ନଜିର ରହିଛି। ଏହି ଅବସରରେ ଶିଳ୍ପୀ ଏଲ୍‌. ଈଶ୍ୱର ରାଓ ପେନ୍‌ସିଲ୍‌ ମୁନରେ କଳାକୃତି କରି ମହିଳାମାନଙ୍କୁ ଉକ୍ତ ଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି କଳାକୃତିଟିର ଉଚ୍ଚତା ୦.୫ ଇଂଚ ହୋଇଥିବା ବେଳେ ଏହାକୁ ନିର୍ମାଣ କରିବାକୁ ୩ ଦିନ ସମୟ ଲାଗିଲା ବୋଲି ଈଶ୍ୱର କହିଛନ୍ତି।

୧୯୦୯ ମସିହାରେ ପ୍ରଥମ ଥର ଲାଗି ଏହି ଦିବସ ପାଳନ କରାଯାଇଥିଲା। ୧୯୭୫ ମସିହାରୁ ଏହାକୁ ବିଭିନ୍ନ ଥିମ୍‌ ସହ ପାଳନ କରାଯାଉଛି।