ରବିଧାନ କିଣା ଦାବି: ଏକକାଳୀନ ୪ଟି ଜାଗାରେ ରାସ୍ତାରୋକୋ

ନୂଆପଡା ଅଫିସ,୧୭ା୬: ବର୍ତ୍ତମାନ ବର୍ଷାଋତୁ ପାଖେଇ ଆସୁଥିବାବେଳେ କାଳବୈଶାଖୀ ବର୍ଷାରେ ଭିଜି ମଣ୍ଡିରେ ପଡ଼ିଥିବା ଧାନ ସବୁ ଗଜା ହେବାରେ ଲାଗିଥିବାବେଳେ ମିଲର୍ସମାନେ କଟନି ଛଟନିଦାବିରେ ମଣ୍ଡିରୁ ଧାନ ଉଠାଉନାହାନ୍ତି । ଏଭଳି ସ୍ଥିତିରେ ମଣ୍ଡିଗୁଡିକରେ ହଜାର ହଜାର ବସ୍ତା ଧାନ ପଡିରହିଛି। ଚାଷୀମାନେ ବାରମ୍ବାର ପ୍ରଶାସନକୁ ଜଣାଇବା ସତ୍ତ୍ୱେ ବିଫଳ ହେବାରୁ ଶେଷରେ ରାସ୍ତାକୁ ଓହ୍ଲାଇଛନ୍ତି । ସୋମବାର ଏକକାଳୀନ ନୂଆପଡ଼ା ଜିଲାର ଖରିଆରରୋଡ, ତରବୋଡ, ଜଡାମୁଣ୍ଡା ଏବଂ ବେଲଟୁକୁରୀଠାରେ ଜାତୀୟ ରାଜପଥରେ ଧାନବସ୍ତା ରଖି ଦୀର୍ଘ ୭ ଘଣ୍ଟା ଧରି ଅବରୋଧ କରି ରଖିଥିବାବେଳେ ଚାଷୀ ଅସନ୍ତୋଷ ଉଗ୍ରରୂପ ନେଇଥିଲା। ଜିଲାବ୍ୟାପି ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ପ୍ରଶାସନର ହସ୍ତକ୍ଷେପ ପରେ ଧାନଉଠାଣ ଚାଲୁ ହୋଇଥିଲା ।
ପ୍ରକାଶ ଯେ, ଗତ ମାସ ୨୦ ତାରିଖଠାରୁ ରବି ଧାନକିଣା ସକାଶେ ମଣ୍ଡି ଆରମ୍ଭ ହୋଇଥିଲା । କିନ୍ତୁ ମିଲର୍ସମାନେ ନିଜ ମର୍ଜିରେ ମଣ୍ଡିକୁ ଯାଉଥିବାରୁ ଧାନକିଣା ବାଧାପ୍ରାପ୍ତ ହୋଇଛି । ଫଳରେ ମଣ୍ଡିରେ ଧାନସବୁ ପଡିରହିଛି । ଜିଲାର ଡୁମେରପାଣି ମଣ୍ଡିରେ ୬ ହଜାର ବସ୍ତା ଧାନ ପଡିରହିଥିବାବେଳେ ବେଲଟୁକୁରୀରେ ୪ ହଜାର ବସ୍ତା, ତରବୋଡ ଓ ଜଡାମୁଣ୍ଡା ମଣ୍ଡିରେ ୫ ହଜାର ବସ୍ତା ଧାନ ପଡିରହିଛି । ଏ ନେଇ ଚାଷୀମାନେ ବାରମ୍ବାର ବିଭାଗକୁ ଜଣାଇବା ସତ୍ତ୍ୱେ କୌଣସି ସୁଫଳ ନ ମିଳିବାରୁ ଶେଷରେ ସୋମବାର ସକାଳେ ଆନ୍ଦୋଳନକୁ ଓହ୍ଲାଇଥିଲେ । ପୂର୍ବାହ୍ନ ୧୦ଟାରୁ ଡୁମେରପାଣିର ଚାଷୀମାନେ ୫/୬ଟି ଟ୍ରାକ୍ଟରରେ ଧାନ ଭର୍ତ୍ତି କରି ଆଣି ଗୋତମା ଛକ ନିକଟରେ ୩୫୩ ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ଏଥିରେ ଜିଲା ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢୀ, ପ୍ରମୋଦ କୁମାର ସାହୁ, ମନୋଜ କୁମାର ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ । ଫଳରେ ବହୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଦୀର୍ଘ ୪ ଘଣ୍ଟା ପରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଖଣ୍ଡୁରାମ ନାଏକ ଆନ୍ଦୋଳନସ୍ଥଳକୁ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ । ତୁରନ୍ତ ଧାନ କିଣାଯିବାକୁ ନିର୍ଦ୍ଦେଶ କରିଥିଲେ। ଏହାପରେ ଚାଷୀମାନେ କ୍ଷାନ୍ତ ହୋଇଥିଲେ । ସେହିଭଳି ବେଲଟୁକୁରୀ ବଖରମାଲ ନିକଟରେ ଚାଷୀମାନେ ପୂର୍ବାହ୍ନ ୯ଟାରୁ ଆନ୍ଦୋଳନ କରିଥିଲେ । ୧ଟାବେଳେ ପ୍ରଶାସନ ତରଫରୁ ଧାନକିଣା ଯିବାକୁ ନିର୍ଦ୍ଦେଶ ହେବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ । ଏଠାରେ କୃଷକ ନେତା ତୁଙ୍ଗନ ଚନ୍ଦ୍ରକାର, ରୋଶନ ଚନ୍ଦ୍ରକାର, ଚନ୍ଦ୍ରଶେଖର ଚନ୍ଦ୍ରକାର ପ୍ରମୁଖ ନେତୃତ୍ୱ ନେଇଥିଲେ । ଜଡାମୁଣ୍ଡା ଛକ ନିକଟରେ ସେଠିକାର ଚାଷୀମାନେ ଜାତୀୟ ରାଜପଥକୁ ଧାନ ଆଣି ଅବରୋଧ କରିଥିଲେ। ଏଥିରେ ହେମନ୍ତ କୁମାର କର, ଯଦୁମଣୀ ପାଣିଗ୍ରାହୀ, ହୋମସିଂ ମାଝି, ବିରାଟ ବାଗ ପ୍ରମୁଖ ନେତୃତ୍ୱ ନେଇଥିଲେ। ଦୀର୍ଘ ୭ଘଣ୍ଟା ଧରି ରାସ୍ତା ଜାମ ହେବା ପରେ ପ୍ରଶାସନ ତରଫରୁ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ନାଏକ ଅପରାହ୍ନ ୪ଟାବେଳେ ଆନ୍ଦୋଳନସ୍ଥଳକୁ ଆସି ଧାନ ଉଠାଇବାକୁ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ହଟିଥିଲେ। ସେହିଭଳି ତରବୋଡ ନିକଟରେ ହୋଇଥିବା ଆନ୍ଦୋଳନସ୍ଥଳକୁ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ନାଏକ ପହଞ୍ଚତ୍ ଧାନଉଠିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ଓହରିଥିଲା । ଏଥିରେ ଜିଲା ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢୀ, ଅର୍ଜୁନ ଜଗତ, ସୁଶୀଳ ସୋନୀ, ବ୍ୟାସନାରାୟଣ ଅହୀର ପ୍ରମୁଖ ନେତୃତ୍ୱ ନେଇଥିଲେ । ଆଗାମୀ ଦିନରେ ଜିଲାର ସମସ୍ତ ଚାଷୀଙ୍କ ଧାନ ନ ଉଠିଲେ ଆନ୍ଦୋଳନ ଉଗ୍ରରୂପ ନେବ ବୋଲି ପ୍ରସନ୍ନ ପାଢୀ ଚେତାବନୀ ଦେଇଛନ୍ତି । ଏହା ଉପରେ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ନାଏକଙ୍କୁ ପଚାରିବାରେ ଆଗକୁ ଆଉ ସମସ୍ୟା ହେବନାହିଁ । ଏହା ଉପରେ ସେ ଜିଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri