ରନ୍ଧା ଖାଦ୍ୟ, ମାସ୍କ ବଣ୍ଟନ

ବାଲେଶ୍ୱର ଅଫିସ, ୧୫।୪-ବାଲେଶ୍ୱର ଟାଉନ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ମଙ୍ଗଳବାର ସହର ତଥା ବିଭିନ୍ନ ପଞ୍ଚାୟତରେ ଅସହାୟ ଓ ଗରିବ ଲୋକଙ୍କ ପାଇଁ ରନ୍ଧାଖାଦ୍ୟ ବଣ୍ଟନ କରିବା ସହ ବିଭିନ୍ନ ସ୍ଥାନରେ ମାସ୍କ ବଣ୍ଟନ କରିଥିଲେ। ଜିଲା ସଭାପତି ଇଂ. ରବୀନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶକ୍ରମେ ଜିଲା ଯୁବ ବିଜେଡି ସଭାପତି ଶୁଭେନ୍ଦୁ ମଙ୍ଗରାଜ ଓ ଜିଲା ଛାତ୍ର ସଭାପତି ସୀମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ସମ୍ପାଦନ କରାଯାଇଛି। ଲକ୍‌ଡାଉନ୍‌ ଅବଧି ସରିବା ଯାଏ ଉକ୍ତ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଟାଉନ ଛାତ୍ର ସଭାପତି ବ୍ରଜକିଶୋର ପ୍ରଧାନ ସୂଚନା ଦେଇଛନ୍ତି। ବାଲେଶ୍ୱର ଷ୍ଟେଶନ, ବସ୍‌ଷ୍ଟାଣ୍ଡ, ସାଇମନ୍ଦିର ସମ୍ମୁଖରେ ସକାଳର ଜଳଖିଆ ପ୍ରଦାନ କରାଯାଇଛି। ସେହିପରି ସ୍ଥାନୀୟ ପୁରୁଣାବାଲେଶ୍ୱରରେ ଛାତ୍ର ବିଜେଡିର ଜିଲା ସାଧାରଣ ସମ୍ପାଦକ କିରଣ କୁମାର ନାଥଙ୍କ ଦ୍ୱାରା ସେହି ଗ୍ରାମର ଅସହାୟ ପରିବାରଙ୍କୁ ୫ ଦିନର ଚାଉଳ ଓ ଗ୍ରୋଶରୀ ପ୍ରଦାନ କରିଥିଲେ।