ରଥ, ଭକ୍ତ ମଝିରେ ନାଗ ନାଗୁଣୀ

ପୁରୀ ଅଫିସ, ୩୦ା୬: ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ୪ଦିନ ପରେ ବଡ଼ଦାଣ୍ଡରେ ଗଡ଼ିବ ତିନିରଥ। ଅଗଣିତ ଭକ୍ତ ରଥାରୂଢ ଚତୁର୍ଦ୍ଧାବିଗ୍ରହଙ୍କୁ ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିରକୁ ଟାଣିନେବେ। ତେବେ ଯେଉଁ ଦଉଡ଼ିକୁ ଭକ୍ତମାନେ ଟାଣିବେ ତାହା ଗୋଟିଏ ଗୋଟିଏ ନାଗ ଓ ନାଗୁଣୀ। ସର୍ପକୁ ରଜ୍ଜୁ କରିବାର ପରମ୍ପରା ଅତି ପ୍ରାଚୀନ। ସମୁଦ୍ର ମନ୍ଥନ ସମୟରେ ଗୋଟିଏ ସର୍ପକୁ ହିଁ ରଜ୍ଜୁ କରାଯାଇଥିଲା। ସେହି ପରମ୍ପରା ଏଠାରେ ବି ଅନୁସୃତ ହେଉଛି।

ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ଦାରୁବ୍ରହ୍ମ ଯେଉଁ ରଥରେ ବିରାଜମାନ କରନ୍ତି ସେ ରଥକୁ ସାଧାରଣ ଦଉଡ଼ିରେ ଟାଣିବା ଅସମ୍ଭବ। କାରଣ ମହାପ୍ରଭୁ ହେଉଛନ୍ତି ‘୭ଗୋଟି ପର୍ବତର ଅଟନ୍ତି ଗୁରୁ, ନାମ ବହି ଅଛନ୍ତି ଅଚଳ ମହାମେରୁ…’। ତେଣୁ ଅଚଳ ମହାମେରୁଙ୍କୁ କେତେଖଣ୍ଡି କାଠ ନିର୍ମିତ ରଥରେ ବସାଇ ସାଧାରଣ ଦଉଡ଼ିରେ ଟାଣିବା ଅସମ୍ଭବ। ସେଥିପଇଁ ଦଉଡ଼ି ଛଳରେ ଅତି ଶକ୍ତିଶାଳୀ ନାଗ ଓ ନାଗୁଣୀ ଯୋଗଦେଇଥାନ୍ତି। ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ସଂଯୋଜିତ ହେଉଥିବା ଦଉଡ଼ିର ନାମ ବାସୁକୀ। ଏ ହେଉଛନ୍ତି ସର୍ପମାନଙ୍କ ମଧ୍ୟରେ ରାଜା। କଶ୍ୟପଙ୍କ ଔରସରେ କଦ୍ରୁଙ୍କ ଗର୍ଭରୁ ଏହାଙ୍କ ଜନ୍ମ। ଦେବାସୁର କୃତ ସମୁଦ୍ର ମନ୍ଥନ ସମୟରେ ଏହି ବାସୁକୀ ହିଁ ମନ୍ଥନ ରଜ୍ଜୁର କର୍ମ ସମ୍ପାଦନ କରିଥିଲେ। ଅଷ୍ଟନାଗ ମଧ୍ୟରେ ବାସୁକୀ ହେଉଛନ୍ତି ଦ୍ୱିତୀୟ। ଏହାଙ୍କର ସହସ୍ର ଫଣା ରହିଛି। ଏହି ଫଣା ଦ୍ୱାରା ସେ ପୃଥିବୀକୁ ଟେକି ଧରିଛନ୍ତି। ଅଚଳ ମହାମେରୁ ପ୍ରବଳ ପରାକ୍ରମୀ ଶ୍ରୀବଳଭଦ୍ରଙ୍କୁ ତାଳଧ୍ୱଜ ରଥରେ ଟାଣିନେବା ପାଇଁ ଏହି ବାସୁକୀ ହିଁ ନିଜର ସେବା ସମର୍ପଣ କରିଥାନ୍ତି। ସେ ଭଗବାନ ବଳଭଦ୍ରଙ୍କର ପରମ ଭକ୍ତ। ସେହିପରି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦଉଡ଼ିର ନାମ ସ୍ବର୍ଣ୍ଣଚୂଡ଼ ନାମକ ନାଗ। ଜଗଜ୍ଜନନୀ ଯୋଗମାୟା ପରଂବ୍ରହ୍ମ ସ୍ବରୂପିଣୀ ମା’ ସୁଭଦ୍ରାଙ୍କୁ ଓ କୋଟିସୂର୍ଯ୍ୟ ସମପ୍ରଭ ଶ୍ରୀସୁଦର୍ଶନଙ୍କୁ ରଥରେ ବସାଇ ଟାଣିବା ନିମନ୍ତେ ପରମ ଶକ୍ତିଶାଳୀ ସ୍ବର୍ଣ୍ଣଚୂଡ଼ ଦଉଡ଼ି ରୂପରେ ଅବତୀର୍ଣ୍ଣ ହୋଇଥାନ୍ତି। ଭକ୍ତମାନେ ଏହି ସୁଦୀର୍ଘ ସ୍ବର୍ଣ୍ଣଚୂଡ଼ ନାମକ ନାଗକୁ ଧରି ରଥ ଟାଣିଥାନ୍ତି। ମା’ଙ୍କର କରୁଣା ଲାଭ କରିବା ପାଇଁ ଏହି ଯାତ୍ରାକୁ ସ୍ବର୍ଣ୍ଣଚୂଡ଼ ଅପେକ୍ଷା କରି ରହିଥାନ୍ତି। ଶ୍ରୀଜଗନ୍ନାଥ ମହପ୍ରଭୁଙ୍କ ନନ୍ଦିଘୋଷ ରଥର ରଜ୍ଜୁ ଭାବରେ ଅବତୀର୍ଣ୍ଣ ହୋଇଥାନ୍ତି ଶଙ୍ଖଚୂଡ଼ ନାମ୍ନୀ ନାଗୁଣୀ। ଏହି ଶଙ୍ଖଚୂଡ଼ ପ୍ରସିଦ୍ଧ ଅଷ୍ଟନାଗ (ଅନନ୍ତ, ବାସୁକୀ, ପଦ୍ମ, ମହାପଦ୍ମ, ତକ୍ଷକ, କୁଳୀର, କର୍କଟ ଓ ଶଙ୍ଖଚୂଡ଼) ମଧ୍ୟରୁ ଅନ୍ୟତମ। ଏହି ନାଗୁଣୀ ଅମିତ ପରାକ୍ରମଶାଳୀ ଓ ଜ୍ୟୋତିର୍ମୟୀ। ନିଜର ପ୍ରଚଣ୍ଡ ଶକ୍ତି ବଳରେ ସେ ସାତଗୋଟି ପର୍ବତର ଶକ୍ତି ବହନ କରିଥିବା ଅଖିଳ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥକୁ ଟାଣିନେବାର ମାଧ୍ୟମ ହୋଇଥାନ୍ତି। ଏହିପରି ଭାବେ ମହାପ୍ରଭୁଙ୍କ ଅତ୍ୟନ୍ତ ପ୍ରିୟ ଶ୍ରୀଗୁଣ୍ଡିଚା ଯାତ୍ରାରେ ନିଜର ସେବା ସମର୍ପଣ ଭାବ ପୋଷଣ କରି ଏହି ନାଗ ନାଗୁଣୀମାନେ ନିଜକୁ ଧନ୍ୟ ମଣିଥାନ୍ତି। ଭକ୍ତଗଣ ଏହି ଭକ୍ତିମତି ନାଗୁଣୀର ସହାୟତାରେ ମହାପ୍ରଭୁଙ୍କ ରଥକୁ ଅନାୟାସରେ ଆଗକୁ ଆଗକୁ ଟାଣି ନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶର ପୂର୍ବତନ ରାଷ୍ଟ୍ରପତିଙ୍କୁ ଆଜୀବନ କାରାଦଣ୍ଡ, ଜାଣନ୍ତୁ କ’ଣ କରିଛନ୍ତି ଅପରାଧ

ସିଓଲ,୧୯।୨: ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ୟୁନ ସୁକ-ୟେଓଲ ଏକ ବଡ଼ ଝଟକା ପାଇଛନ୍ତି। ଗୁରୁବାର (ଫେବୃଆରୀ ୧୯) ଦିନ, କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି…

ଭାରତର ପଡୋଶୀ ଦେଶରେ ବଡ଼ ଧରଣର ବିସ୍ଫୋରଣ, ଅତିକମରେ ୧୬ ମୃତ

ଇସଲାମାବାଦ,୧୯।୨: ପାକିସ୍ତାନର ସବୁଠାରୁ ବଡ଼ ସହର କରାଚୀରୁ ଏକ ଦୁଃଖଦ ଖବର ଆସିଛି। ଏକ ଆବାସିକ ଅଞ୍ଚଳରେ ଏକ ଶକ୍ତିଶାଳୀ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି।…

ଆଜିର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୯ ପରୀକ୍ଷାର୍ଥୀ

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାର ମାଟ୍ରିକ ପରୀକ୍ଷା ଦେଇଛନ୍ତି ୧୩୬୪ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ…

‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…

ପଡ଼ିଆରେ ଅଘଟଣ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଭାରତୀୟ ବିମାନ କମ୍ପାନୀ ବିରୋଧରେ ବାଂଲାଦେଶ ନେଲା ବଡ଼ ନିଷ୍ପତ୍ତି: ଏୟାରସ୍ପେସ ବନ୍ଦ

ଢାକା,୧୯।୨: ବାଂଲାଦେଶର ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନ କରିବା କାରଣରୁ ଭାରତୀୟ ବଜେଟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ…

ରାଜ୍ୟରେ ବଢ଼ିବ ସବ୍‌ଡିଭିଜନ, ଏହି ଜିଲାରୁ ଆସିଛି ସର୍ବାଧିକ ପ୍ରସ୍ତାବ

ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍‌ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍‌ଡିଭିଜନ ଗଠନ ପାଇଁ ସରକାରଙ୍କୁ…

ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ

ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍‌ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri