ରଥ, ଭକ୍ତ ମଝିରେ ନାଗ ନାଗୁଣୀ

ପୁରୀ ଅଫିସ, ୩୦ା୬: ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ୪ଦିନ ପରେ ବଡ଼ଦାଣ୍ଡରେ ଗଡ଼ିବ ତିନିରଥ। ଅଗଣିତ ଭକ୍ତ ରଥାରୂଢ ଚତୁର୍ଦ୍ଧାବିଗ୍ରହଙ୍କୁ ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିରକୁ ଟାଣିନେବେ। ତେବେ ଯେଉଁ ଦଉଡ଼ିକୁ ଭକ୍ତମାନେ ଟାଣିବେ ତାହା ଗୋଟିଏ ଗୋଟିଏ ନାଗ ଓ ନାଗୁଣୀ। ସର୍ପକୁ ରଜ୍ଜୁ କରିବାର ପରମ୍ପରା ଅତି ପ୍ରାଚୀନ। ସମୁଦ୍ର ମନ୍ଥନ ସମୟରେ ଗୋଟିଏ ସର୍ପକୁ ହିଁ ରଜ୍ଜୁ କରାଯାଇଥିଲା। ସେହି ପରମ୍ପରା ଏଠାରେ ବି ଅନୁସୃତ ହେଉଛି।

ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ଦାରୁବ୍ରହ୍ମ ଯେଉଁ ରଥରେ ବିରାଜମାନ କରନ୍ତି ସେ ରଥକୁ ସାଧାରଣ ଦଉଡ଼ିରେ ଟାଣିବା ଅସମ୍ଭବ। କାରଣ ମହାପ୍ରଭୁ ହେଉଛନ୍ତି ‘୭ଗୋଟି ପର୍ବତର ଅଟନ୍ତି ଗୁରୁ, ନାମ ବହି ଅଛନ୍ତି ଅଚଳ ମହାମେରୁ…’। ତେଣୁ ଅଚଳ ମହାମେରୁଙ୍କୁ କେତେଖଣ୍ଡି କାଠ ନିର୍ମିତ ରଥରେ ବସାଇ ସାଧାରଣ ଦଉଡ଼ିରେ ଟାଣିବା ଅସମ୍ଭବ। ସେଥିପଇଁ ଦଉଡ଼ି ଛଳରେ ଅତି ଶକ୍ତିଶାଳୀ ନାଗ ଓ ନାଗୁଣୀ ଯୋଗଦେଇଥାନ୍ତି। ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ସଂଯୋଜିତ ହେଉଥିବା ଦଉଡ଼ିର ନାମ ବାସୁକୀ। ଏ ହେଉଛନ୍ତି ସର୍ପମାନଙ୍କ ମଧ୍ୟରେ ରାଜା। କଶ୍ୟପଙ୍କ ଔରସରେ କଦ୍ରୁଙ୍କ ଗର୍ଭରୁ ଏହାଙ୍କ ଜନ୍ମ। ଦେବାସୁର କୃତ ସମୁଦ୍ର ମନ୍ଥନ ସମୟରେ ଏହି ବାସୁକୀ ହିଁ ମନ୍ଥନ ରଜ୍ଜୁର କର୍ମ ସମ୍ପାଦନ କରିଥିଲେ। ଅଷ୍ଟନାଗ ମଧ୍ୟରେ ବାସୁକୀ ହେଉଛନ୍ତି ଦ୍ୱିତୀୟ। ଏହାଙ୍କର ସହସ୍ର ଫଣା ରହିଛି। ଏହି ଫଣା ଦ୍ୱାରା ସେ ପୃଥିବୀକୁ ଟେକି ଧରିଛନ୍ତି। ଅଚଳ ମହାମେରୁ ପ୍ରବଳ ପରାକ୍ରମୀ ଶ୍ରୀବଳଭଦ୍ରଙ୍କୁ ତାଳଧ୍ୱଜ ରଥରେ ଟାଣିନେବା ପାଇଁ ଏହି ବାସୁକୀ ହିଁ ନିଜର ସେବା ସମର୍ପଣ କରିଥାନ୍ତି। ସେ ଭଗବାନ ବଳଭଦ୍ରଙ୍କର ପରମ ଭକ୍ତ। ସେହିପରି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦଉଡ଼ିର ନାମ ସ୍ବର୍ଣ୍ଣଚୂଡ଼ ନାମକ ନାଗ। ଜଗଜ୍ଜନନୀ ଯୋଗମାୟା ପରଂବ୍ରହ୍ମ ସ୍ବରୂପିଣୀ ମା’ ସୁଭଦ୍ରାଙ୍କୁ ଓ କୋଟିସୂର୍ଯ୍ୟ ସମପ୍ରଭ ଶ୍ରୀସୁଦର୍ଶନଙ୍କୁ ରଥରେ ବସାଇ ଟାଣିବା ନିମନ୍ତେ ପରମ ଶକ୍ତିଶାଳୀ ସ୍ବର୍ଣ୍ଣଚୂଡ଼ ଦଉଡ଼ି ରୂପରେ ଅବତୀର୍ଣ୍ଣ ହୋଇଥାନ୍ତି। ଭକ୍ତମାନେ ଏହି ସୁଦୀର୍ଘ ସ୍ବର୍ଣ୍ଣଚୂଡ଼ ନାମକ ନାଗକୁ ଧରି ରଥ ଟାଣିଥାନ୍ତି। ମା’ଙ୍କର କରୁଣା ଲାଭ କରିବା ପାଇଁ ଏହି ଯାତ୍ରାକୁ ସ୍ବର୍ଣ୍ଣଚୂଡ଼ ଅପେକ୍ଷା କରି ରହିଥାନ୍ତି। ଶ୍ରୀଜଗନ୍ନାଥ ମହପ୍ରଭୁଙ୍କ ନନ୍ଦିଘୋଷ ରଥର ରଜ୍ଜୁ ଭାବରେ ଅବତୀର୍ଣ୍ଣ ହୋଇଥାନ୍ତି ଶଙ୍ଖଚୂଡ଼ ନାମ୍ନୀ ନାଗୁଣୀ। ଏହି ଶଙ୍ଖଚୂଡ଼ ପ୍ରସିଦ୍ଧ ଅଷ୍ଟନାଗ (ଅନନ୍ତ, ବାସୁକୀ, ପଦ୍ମ, ମହାପଦ୍ମ, ତକ୍ଷକ, କୁଳୀର, କର୍କଟ ଓ ଶଙ୍ଖଚୂଡ଼) ମଧ୍ୟରୁ ଅନ୍ୟତମ। ଏହି ନାଗୁଣୀ ଅମିତ ପରାକ୍ରମଶାଳୀ ଓ ଜ୍ୟୋତିର୍ମୟୀ। ନିଜର ପ୍ରଚଣ୍ଡ ଶକ୍ତି ବଳରେ ସେ ସାତଗୋଟି ପର୍ବତର ଶକ୍ତି ବହନ କରିଥିବା ଅଖିଳ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥକୁ ଟାଣିନେବାର ମାଧ୍ୟମ ହୋଇଥାନ୍ତି। ଏହିପରି ଭାବେ ମହାପ୍ରଭୁଙ୍କ ଅତ୍ୟନ୍ତ ପ୍ରିୟ ଶ୍ରୀଗୁଣ୍ଡିଚା ଯାତ୍ରାରେ ନିଜର ସେବା ସମର୍ପଣ ଭାବ ପୋଷଣ କରି ଏହି ନାଗ ନାଗୁଣୀମାନେ ନିଜକୁ ଧନ୍ୟ ମଣିଥାନ୍ତି। ଭକ୍ତଗଣ ଏହି ଭକ୍ତିମତି ନାଗୁଣୀର ସହାୟତାରେ ମହାପ୍ରଭୁଙ୍କ ରଥକୁ ଅନାୟାସରେ ଆଗକୁ ଆଗକୁ ଟାଣି ନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri