ରଥ ପାଇଁ ମିଳିଲାନି ନୂଆ କାଠ

ବାରିପଦା ଅଫିସ,୨୮।୫- ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ବାରିପଦା ରଥଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ୩ ରଥ ନିର୍ମାଣ ଲାଗି ୪୦ରୁ ଊର୍ଦ୍ଧ୍ୱ କାରିଗର ଲାଗିଛନ୍ତି। ରଥଯାତ୍ରାକୁ ଆଉ ଅଳ୍ପଦିନ ବାକିଥିବାରୁ ସେମାନେ ଦିନରାତି କାର୍ଯ୍ୟ କରୁଛନ୍ତି। ପୁରୀ ରଥଯାତ୍ରାର ଦିନକ ପରେ ହେଉଥିବା ବାରିପଦା ରଥଯାତ୍ରାରେ କେବଳ ମହିଳାମାନେ ସୁଭଦ୍ରାଙ୍କ ରଥ ଟାଣିବା ପରମ୍ପରା ଭକ୍ତମାନସରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ପ୍ରତିବର୍ଷ କିଛି ନୂଆ ପୂରୁଣା କାଠ ମିଶାଇ ରଥ ନିର୍ମାଣ କରାଯାଉଥିବା ବେଳେ ଏଥର ପ୍ରଶାସନ ଖଣ୍ଡିଏ ବି ନୂଆ କାଠ ଯୋଗାଇ ଦେଇନାହିଁ। କାଠର ଅଭାବ ରଥନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ନିର୍ମାଣ ଦାୟିତ୍ୱରେ ଥିବା ରଥ ମହାପାତ୍ର ମୃତ୍ୟୁଞ୍ଜୟ ମହାପାତ୍ର ଅଭିଯୋଗ କରିଛନ୍ତି ।
ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ବାରିପଦା ଠାକୁରଙ୍କ ୩ ରଥ କେବଳ ଶାଳ କାଠରେ ନିର୍ମାଣ ହୋଇଥାଏ। ରଥ ନିର୍ମାଣ ସକାଶେ ୫ହଜାର ସିଫ୍ଟ କାଠ ଦରକାର ପଡିଥାଏ। ଗତ ବର୍ଷର କିଛି ବଳକା କାଠରେ ବର୍ତ୍ତମାନ ସୁଦ୍ଧା ରଥ ନିର୍ମାଣ କରାଯାଉଛି। ପୁରୁଣା କାଠରେ ରଥ ତିଆରି ହେଉଥିବାରୁ ରଥଯାତ୍ରା ବେଳେ ଦୁର୍ଘଟଣା ଘଟିବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ । ପ୍ରଶାସନ ଓ ଦେବୋତ୍ତର ବିଭାଗକୁ ଏନେଇ ଅବଗତ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନାହିଁ।
ପୁରୀ ଭଳି ବାରିପଦାର ଜଗନ୍ନାଥଙ୍କ ରଥରେ ୧୬, ବଳଭଦ୍ରଙ୍କ ରଥରେ ୧୪ ଓ ସୁଭଦ୍ରାଙ୍କ ରଥରେ ୧୨ ଟି ଚକ ଲାଗିଥାଏ। ୨୦୧୫ ନବକଳେବର ସମୟରେ ଏଠାକାର ୩ ରଥର ୪୨ ଚକ ମଧ୍ୟରୁ ୨୨ଟି ନୂତନ ଚକ ଲଗାଯାଇଥିଲା। ଏ ସବୁ ପୁରୁଣା ହୋଇ ଗଡିବା ଅବସ୍ଥାରେ ନାହିଁ। ଏହାସତ୍ତ୍ୱେ ପ୍ରଶାସନ ପକ୍ଷରୁ ପୁରୁଣା ଚକକୁ ରଥରେ ଲଗାଇବାକୁ କୁହାଯାଇଛି। ସ୍ଥାନୀୟ ବଡଦାଣ୍ଡ ରାସ୍ତାର ଅବସ୍ଥା ଠିକ ନ ଥିବାରୁ ରଥ ଗଡିବାରେ ସମସ୍ୟା ଦେଖାଦେଇ ପାରେ ବୋଲି ରଥ ମହାପାତ୍ର ଆଶଙ୍କା ବ୍ୟକ୍ତ କରିିଛନ୍ତି।
ହରି ବଳଦେବ ଜୀଉ ମନ୍ଦିରର ବିଧି ଅନୁଯାୟୀ ରଥ ମହାପାତ୍ରଙ୍କୁ ଡାକି ରଥ କାଠ ଚୟନ କରି ଉପଯୁକ୍ତ ପରିମାଣର ନୂଆ କାଠ ଯୋଗାଇ ଦିଆଯିବା ବ୍ୟବସ୍ଥା ରହିଛି। ଜିଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗ ଏହି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଉଦାସୀନ ରହିବା ଏକ ବିଡମ୍ବନା ବୋଲି ସ୍ଥାନୀୟ ନାଗରିକ ଓ ବୁଦ୍ଧିଜୀବୀ କହିଛନ୍ତି। ଅନ୍ୟପକ୍ଷେ ରଥ ନିର୍ମାଣ ଲାଗି ମଜୁରୀ ଠିକ୍‌ ସମୟରେ ମିଳୁ ନାହିଁ ବୋଲି କାରିଗରମାନେ ଅଭିଯୋଗ କରିଛନ୍ତି। ଦୁଇ ସପ୍ତାହ କାର୍ଯ୍ୟ କଲେ କେବଳ ଗୋଟିଏ ସପ୍ତାହର ମଜୁରି ମିଳୁଛି। ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ଅନୁଯାୟୀ କୁଶଳୀ ଶ୍ରମିକଙ୍କୁ ଦୈନିକ ୫ ଶହ ଟଙ୍କା ପରିବର୍ତ୍ତେ କାରିଗରମାନଙ୍କୁ ଦୈନିକ ୩୫୦ ଟଙ୍କା ଦିଆଯାଉଛି ବୋଲି ସେମାନେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ଦେବୋତ୍ତର ଅଧିକାରୀ ତଥା ବାରିପଦା ଉପ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ପଚାରିବାରୁ ନିର୍ବାଚନ କାର୍ଯ୍ୟରେ ସେ ବ୍ୟସ୍ତ ଥିବାରୁ ରଥ ନିର୍ମାଣ କାର୍ଯ୍ୟରେ ଅସୁବିଧା ଦେଖାଦେଇଛି। ଚଳିତ ବର୍ଷ ରଥ ନିର୍ମାଣ ଲାଗି ଆବଶ୍ୟକ ହେଉଥିବା କାଠ ଯୋଗାଣରେ କୌଣସୀ ଅସୁବିଧା ହେବନି। ଏନେଇ ଜିଲାର ସମସ୍ତ ବନଖଣ୍ଡ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ସେହିପରି ଆଚରଣବିଧି ଲାଗୁ ହୋଇଥିବା ଯୋଗୁ କାରିଗରମାନଙ୍କୁ ମଜୁରୀ ପ୍ରଦାନରେ ଅସୁବିଧା ହୋଇଥାଇପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

ପ୍ରତାପ ଷଡଙ୍ଗୀଙ୍କୁ ନିଜ ଦଳର କର୍ମୀ ଚେତାବନୀ, ଏମିତି ନ କଲେ ନିର୍ବାଚନମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ

ବାଲେଶ୍ୱର,୧୪।୪(ମାନସ ବିଶ୍ୱାଳ)- ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରାଯାଇଛି। ଏନେଇ ବାଲେଶ୍ୱର ସହର ସହଦେବଖୁଣ୍ଟାସ୍ଥିତ ଏକ ଘରୋଇ...

ଚିଙ୍ଗୁଡ଼ି ଘେରିରେ ଏସିଡ୍‌ ଢାଳି ଯୁବକଙ୍କୁ ହତ୍ୟା

ରୂପସା,୧୪।୪(ବାଞ୍ଛାନିଧି ଦେ)ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଗନ୍ଧିଆ ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।...

ଟିକେଟ୍ ପାଇ ନବୀନଙ୍କୁ କୃତଜ୍ଞତା ଜଣାଇଲେ ଲେଖାଶ୍ରୀ

ଭୁବନେଶ୍ୱର,୧୩ା୪: ବାଲେଶ୍ୱର ଲୋକ ସଭା ପାଇଁ ବିଜୁ ଜନତା ଦଳ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଶନିବାର ସେ ଦଳର ମୁଖିଆ ତଥା...

ଉଭୟଙ୍କୁ ପ୍ରତିଶ୍ରୁତି, ଭାଗ୍ୟରେ ଟିକେଟ

ବାଲେଶ୍ୱର,୧୩।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଟିକେଟକୁ ନେଇ ଲାଗିରହିଛି ଡ୍ରାମା। ଗତ ୨୦୧୪ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ...

ନୀଳଗିରିର ବୋହୂ, ପରିବେଶ ବିଜ୍ଞାନରେ ପିଏଚ୍‌ଡି; ବିଜେଡି ଟିକେଟ୍‌ରେ ଲଢ଼ିବାକୁ ଯାଉଥିବା ଲେଖାଶ୍ରୀଙ୍କ ବିଷୟରେ ଜାଣନ୍ତୁ…

ଭୁବନେଶ୍ୱର/ବାଲେଶ୍ବର,୧୨।୪: ଏକଦା ବିରୋଧୀ ଦଳରେ ଥିବା ବେଳେ ବିଜେଡି ସୁପ୍ରିମୋଙ୍କୁ ଶବ୍ଦବାଣରେ କଟାକ୍ଷ କରିବାର ଗୋଟିଏ ବି ସୁଯୋଗ ଛାଡ଼ୁ ନ ଥିଲେ। ହେଲେ ୨୦୨୪...

 ଚଡ଼କ ମେଳାରେ ଅଘଟଣ

ଜଳେଶ୍ୱର,୧୨।୪(ନବୀନ ସାହୁ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବାବା ଚନ୍ଦନେଶ୍ୱରଙ୍କ ଚଡ଼କ ଯାତ୍ରାରେ ଜଣେ ବତ୍ରଧାରୀ ମହିଳାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶ୍ରଦ୍ଧାଳୁ...

ଇପିଏଫ୍‌ ପେନସନଭୋଗୀ ସଂଘର ବଡ଼ ନିଷ୍ପତ୍ତି

ରୂପସା,୧୧।୪(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ପୋଡାଡ଼ିହାସ୍ଥିତ ଆମ ଗାଁ ନର୍ସରୀ ପରିସରରେ ବୁଧବାର ଅଲ୍‌ ଓଡ଼ିଶା ପେନସନଭୋଗୀ ସଂଘର ବାଲେଶ୍ୱର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri