ରଥଯାତ୍ରା ନେଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହେଉଛି। କରୋନା କଟକଣା ମଧ୍ୟରେ ଏହି ଯାତ୍ରା ଶୃଙ୍ଖଳିତ ଭାବେ କରାଯାଉଥିବାରୁ ମହାପ୍ରଭୁଙ୍କୁ ରଥରେ ଦର୍ଶନ ଲାଗି ଭକ୍ତଙ୍କୁ ବାରଣ କରାଯାଇଛି। ତେବେ ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହାସହ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ହେଉଥିବା ମହାପ୍ରଭୁଙ୍କ ରଥଯାତ୍ରା ସିଧାପ୍ରସାରଣ ଦେଖିବାକୁ ଟୁଇଟ୍‌ କରି ସୂଚନା ଦେଇଛନ୍ତି।