ରଥଯାତ୍ରା: ଏପଟେ ଆବେଗ, ସେପଟେ ସଂକ୍ରମଣ

ପୁରୀ ଅଫିସ,୧୫ା୬: ଦୂର ହୋଇପାରୁନି ରଥଯାତ୍ରା ଦ୍ୱନ୍ଦ୍ୱ। ଗୋଟେ ପଟେ ଜଗନ୍ନାଥଙ୍କ ପାଇଁ ଓଡ଼ିଆଙ୍କ ଭାବାବେଗ ଓ ଅନ୍ୟପଟେ କରୋନା ମହାମାରୀର ସଂକ୍ରମଣ ଭୟ। ଏଭଳି ସ୍ଥିତିରେ ସରକାର କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରୁ ନାହାନ୍ତି। ଅପରପକ୍ଷେ ରଥଯାତ୍ରା ବନ୍ଦ କରିବାକୁ ନେଇ ହାଇକୋର୍ଟଠୁ ଆରମ୍ଭ କରି ସୁପ୍ରିମ୍‌କୋର୍ଟରେ ମାମଲା ପହଞ୍ଚତ୍ଲାଣି। ଘୋଷଯାତ୍ରାକୁ ଆଉ ମାତ୍ର ୯ ଦିନ ବାକି ଥିବାବେଳେ କୋଟି କୋଟି ଜଗନ୍ନାଥପ୍ରେମୀ ଆଶା, ଆଶଙ୍କାରେ ରହିଛନ୍ତି। ଓଡ଼ିଶାର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ତାଙ୍କ ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ମନରେ ଭରି ରହିଛି ଭାବାବେଗ। ତେଣୁ ଲୋକମାନେ ବ୍ୟାକୁଳ ହୋଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବଡ଼ଦାଣ୍ଡରେ ଦର୍ଶନ କରିବାକୁ ଚାହୁଁଛନ୍ତି। ଅପରପକ୍ଷରେ ରାଜ୍ୟ ସରକାର କରୋନା ଜନିତ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ରଥଯାତ୍ରା କରିବେ କି ନାହିଁ, ସେନେଇ ବିଚାରବିମର୍ଶ ଚଳାଇଛନ୍ତି। ସାଧାରଣ ନାଗରିକ ସଚେତନ ଯେ, ରଥଯାତ୍ରା ହେଲେ ସାମାଜିକ ଦୂରତା କେବେହେଲେ ରକ୍ଷା କରାଯାଇପାରିବ ନାହିଁ। ତଦନୁଯାୟୀ ରାଜ୍ୟ ସରକାର ଏହା ମଧ୍ୟ ଭାବିବାକୁ ବାଧ୍ୟ ହେବେ ଯେ, କିପରି କରୋନା ସଂକ୍ରମଣ ବିରୋଧରେ ଲଢ଼େଇକୁ ବଜାୟ ରଖି ପୁରୀରେ ହେବାକୁ ଥିବା ଭିଡ଼କୁ ରୋକାଯାଇପାରିବ। ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନର ଶୁଣାଣି ସୋମବାର ହେବ। ସୁପ୍ରିମକୋର୍ଟଙ୍କ ଆଦେଶ କ’ଣ ରହୁଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।
ଅପରପକ୍ଷରେ ବିନା ଭକ୍ତରେ ରଥଯାତ୍ରା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି। ଶ୍ରୀମନ୍ଦିର ପରିଚାଳନା କମିଟିଠୁ ଆରମ୍ଭ କରି ସେବାୟତ ଏପରି କି କେତେକ ସଙ୍ଗଠନ ମଧ୍ୟ ଭକ୍ତଶୂନ୍ୟ ରଥଯାତ୍ରା ସପକ୍ଷରେ ରହିଛନ୍ତି। ଏପରିକି ରଥ ଟାଣିବା ଲାଗି ମେଶିନ କିମ୍ବା ହାତୀ ନିୟୋଜନ ଭଳି ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ସରକାର ବିଚାର କରନ୍ତୁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜୁନ୍‌ ୨୩ରେ ରଥଯାତ୍ରା। ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି କଟକଣା ଭିତରେ ରଥଯାତ୍ରା କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି। ସେବାୟତମାନେ ବି କଟକଣାଯୁକ୍ତ ରଥଯାତ୍ରା ସପକ୍ଷରେ ଅଛନ୍ତି। ହାଇକୋର୍ଟ ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିିଛନ୍ତି। କିନ୍ତୁ ରଥଯାତ୍ରାକୁ ନେଇ ଏ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାର କିଛି ସ୍ପଷ୍ଟ କରିନାହାନ୍ତି। ଏସବୁ ଭିତରେ ରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଦଇତାପତି, ପୂଜାପଣ୍ଡା, ପୁଷ୍ପାଳକ ପ୍ରମୁଖ ସେବକ ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଆଲୋଚନା କରିଛନ୍ତି। ଏପରି କି ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟର ଚିଠା ପ୍ରସ୍ତୁତ କରିଥିବା ଶୁଣିବାକୁ ମିଳୁଛି। ଯଦି ରଥଯାତ୍ରା ହୁଏ ତାହାଲେ ପୁରୀ ସହରରେ ୧୪୪ ଧାରା ଜାରି କରାଯିବ। ପୁରୀକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ୍‌ ହେବ। ବାହାର ଲୋକଙ୍କୁ ପୁରୀକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସହରର ସମସ୍ତ ସାହିଗଳି ରାସ୍ତା ମଧ୍ୟ ସିଲ୍‌ କରାଯିବ। ସହରବାସୀ ବି ବଡ଼ଦାଣ୍ଡକୁ ବାହାରିବେ ନାହିଁ। କେବଳ କମ୍‌ସଂଖ୍ୟକ ସେବାୟତ, ପୋଲିସ ଓ କେତେଜଣ ସରକାରୀ ଅଧିକାରୀଙ୍କ ଦ୍ୱାରା ରଥଯାତ୍ରା ସମ୍ପନ୍ନ ହେବ ବୋଲି ଶୁଣିବାକୁ ମିଳୁଛି।
ଏ ନେଇ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର ମିଶ୍ର କହିଛନ୍ତି, ଶାସ୍ତ୍ର ମତରେ ମହାପ୍ରଭୁଙ୍କ ଇଚ୍ଛାରେ ନବଦିନାତ୍ମକ ଯାତ୍ରା ପ୍ରଚଳିତ ହୋଇଆସୁଛି। ଏହି ଯାତ୍ର୍ରାର ଆଭିମୁଖ୍ୟ ସ୍ପଷ୍ଟ। କିନ୍ତୁ ବର୍ତ୍ତମାନର କରୋନା ମହାମାରୀସ୍ଥିତିକୁ ଦେଖି ସରକାର ଉଚିତ୍‌ ପଦକ୍ଷେପ ନେବା ଅବାଶ୍ୟକ। ଭାବାବେଗ ସହ ଲୋକଙ୍କୁ ସୁରକ୍ଷା ଦେବା ଏକ ଜନମଙ୍ଗଳ ସରକାରଙ୍କ ଦାୟିତ୍ୱ। ତେଣୁ କୌଣସି ବାଦବିବାଦ ମଧ୍ୟକୁ ସରକାରଙ୍କୁ ନ ଟାଣି ନିଷ୍ପତ୍ତିକୁ ସ୍ବାଗତ କରିବା ଆବଶ୍ୟକ।
ପୁରୀ ସହର ବାସିନ୍ଦା ଦିଲୀପ ବରାଳ କହିଛନ୍ତି, ପ୍ରାୟ ୩ମାସ ହେବ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇନାହାନ୍ତି। ବର୍ତ୍ତମାନ ସ୍ଥିତିରେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇବା ଠିକ୍‌ ଅଛି। କିନ୍ତୁ ପୁରୀ ସହରବାସୀଙ୍କୁ ରଥଯାତ୍ରା ଦେଖିବାର ସୁଯୋଗ ଦିଆଯିବା ଦରକାର। ସରକାର ଓ ପ୍ରଶାସନ ଏନେଇ ନିଷତ୍ତି ନେବା ଆବଶ୍ୟକ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri