Categories: ରାୟଗଡା

ରଥଯାତ୍ରାରେ ସଂସ୍କାର ଆଣିବା ନେଇ ପ୍ରଶାସନର ପଦକ୍ଷେପରଥରେ ଅଶ୍ଳୀଳ ଉଚ୍ଚାରଣ ବନ୍ଦ

ଜୟପୁର,୧ା୭ (ନି.ପ୍ର)- ଜୟପୁରରେ ଚଳିତବର୍ଷଠାରୁ ରଥ ଉପରେ ଢାହୁକଙ୍କ ଅଶ୍ନୀଳ ଉଚ୍ଚରାଣକୁ ବନ୍ଦ କରିଛି ପ୍ରଶାସନ ା ରଥଯାତ୍ରାରେ ଢାହୁକଙ୍କ ଅଶ୍ଲୀଳ ଇଙ୍ଗିତ ଓ ଉଚ୍ଚାରଣ ଉତ୍ସାହିତ ଯୁବପିଢିକୁ ବାଦ ଦେଲେ ବହୁ ଭକ୍ତଙ୍କ ଭାବନାକୁ ଆଘାତ ଦେଉଥିଲା ା ତେଣୁ ଚଳିତ ବର୍ଷ ରଥଯାତ୍ରାରେ ସଂସ୍କାର ଆଣିବା ପାଇଁ ପ୍ରଶାସନ ଏହି ପଦକ୍ଷେପ ନେଇଛି ା ରଥ ଯାତ୍ରା ପ୍ରସ୍ତୁତି ବୈଠକରେ ମଧ୍ୟ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ଅଶ୍ଳୀଳ ଗୀତ ବନ୍ଦ କରିବାକୁ ସହମତି ପ୍ରକାଶ କରିଥିଲେ ା
ଯୁବତୀ, ମହିଳା, ବରିଷ୍ଠ ନାଗରିକ, ସରକାରୀ କର୍ମଚାରୀ, ପୋଲିସ ଉପସ୍ଥିତିରେ ଏହିପରି ନିନ୍ଦନୀୟ ପ୍ରଥା ଏଠାରେ ବର୍ଷ ବର୍ଷ ଧରି ଚାଲି ଆସିଛି ା ପରିବାର ସଦସ୍ୟଙ୍କ ସହିତ ରଥ ଯାତ୍ରା ଦେଖିବାକୁ ଲୋକେ ପସନ୍ଦ କରୁ ନ ଥିଲେ ା ଏହାକୁ ନେଇ ଜଗନ୍ନାଥ ସଂସ୍କୃତି ଗବେଷକ ଗୀତା ପ୍ରକାଶ ମିଶ୍ର, ଗଙ୍ଗାଧର ନନ୍ଦ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ା ପୂର୍ବରୁ ରଥର ଓଜନ ଅଧିକା ରହୁଥିଲା ା ବଡଦାଣ୍ଡର ଅବସ୍ଥା ଠିକ୍‌ ନ ଥିବାରୁ ରଥ ଗଢିବାରେ ସମସ୍ୟା ଉପୁଜୁଥିଲା ା ତେଣୁ ରଥକୁ ଆଗକୁ ଟଣାଯାଉଥିବା ବେଳେ ପଛରୁ ହାତୀ ଦ୍ୱାରା ଠେଲା ଯାଉଥିଲା ା କିନ୍ତୁ ବର୍ତ୍ତମାନ ରାସ୍ତା ଘାଟ ପକ୍କା ହୋଇ ସାରିଥିବା ବେଳେ ରଥର ଓଜନ ମଧ୍ୟ କମିଛି ା ସହଜରେ ରଥ ଗଢିବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରାଯାଇଛି ା ତଥାପି ଅଶ୍ଳୀଳ ଉଚ୍ଚାରଣ ପରମ୍ପରାକୁ ବଜାୟ ରଖିବା ଦୁର୍ଭାଗ୍ୟ ଜନକ ବୋଲି ବରିଷ୍ଠ ନାଗରିକମାନେ ଯୁକ୍ତି କରିଛନ୍ତି ା ବିଶ୍ୱ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀଠାରୁ ଆରମ୍ଭ କରି କୋରାପୁଟ ଶାବର ଶୀକ୍ଷେତ୍ର ଯାଏଁ ଏହି ପରମ୍ପରା ଆଉ ଦେଖିବାକୁ ମିଳୁ ନାହିଁ ା ହେଲେ ଜୟପୁରରେ କାହିଁି ସେହି ପରମ୍ପରା ଚାଲୁଛି ଦେବୋତ୍ତର ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇ ଆସୁଥିଲା ା ଏ ନେଇ ଉପଜିଲାପାଳ ଲୋକନାଥ ଦଳ ବେହେରା ଙ୍କୁ ପଚାରିବାରୁ, ଚଳିିତ ରଥ ଯାତ୍ରା ପ୍ରସ୍ତୁତି ବୈଠକରେ ଅଶ୍ଳୀଳ ଗୀତ ବନ୍ଦ କରାଯିବା ନେଇ ନିଷ୍ପତ୍ତି ହୋଇଛିି ା ଯାତ୍ରାରେ ସଂସ୍କାର ଆଣିବା ପାଇଁ ପ୍ରଶାସନ ପଦକ୍ଷେପ ନେଇଛି ବୋଲି କହିଛନ୍ତି ା