ରଥଖଳାରେ ପହଞ୍ଚିଲା ୪୦ ଫୁଟିଆ କାଠ

ପୁରୀ ଅଫିସ,୧୬ା୪: କରୋନା ପାଇଁ ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନକୁ ନେଇ ନାନା ପ୍ରକାର ଚର୍ଚ୍ଚା ଚାଲିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଜାରିରହିଛି। ଜୁନ୍‌ ୨୩ରେ ରଥଯାତ୍ରା। ଏଥିପାଇଁ ଆସନ୍ତା ୨୬ ତାରିଖ ଅକ୍ଷୟତୃତୀୟାରୁ ରଥ ନିର୍ମାଣ କାମ ଆରମ୍ଭ ହେବ। ଏଣୁ ତିନିରଥ ନିର୍ମାଣ ଲାଗି ପୁରୀରେ ପହଞ୍ଚିଛି ୭ମ ପର୍ଯ୍ୟାୟ ରଥକାଠ। ନୟାଗଡ଼ ବନଖଣ୍ଡ ତରସିଂହା ରେଞ୍ଜରୁ ଦୁଇଟି ଟ୍ରେଲର ଯୋଗେ ୪୦ ଫୁଟିଆ ଅସନ ଓ ଧଉଡ଼ା କାଠ ଆସିଛି। ଏଥିରେ ଖଣ୍ଡିଏ ଅସନ ଏବଂ ୧୯ ଖଣ୍ଡ ଧଉଡ଼ା କାଠ ଆସିଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ସୂଚନା ଦେଇଛନ୍ତି।