Posted inଖେଳ

ରଣ୍‌ଜୀ ଟ୍ରଫି: ଶାନ୍ତନୁ-ରାଜେଶଙ୍କ ଶତକୀୟ ଭାଗୀଦାରି

କଟକ ଅଫିସ,୫ା୨- ମହାରାଷ୍ଟ୍ରର ନାଗୋଥାନେ ସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଠାରୁ ଓଡ଼ିଶା-ମହାରାଷ୍ଟ୍ର ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ୫ ଉଇକେଟ ବିନିମୟରେ ୨୨୦ରନ କରିଛି। ଭୁବନେଶ୍ୱରର ୨୬ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ଶାନ୍ତନୁ ମିଶ୍ରଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ (୮୪ରନ) ବଳରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟରୁ ମୁକୁଳିଛି। ଉଇକେଟ କିପର ବ୍ୟାଟ୍ସମ୍ୟାନ ରାଜେଶ ଧୁପର ମଧ୍ୟ ଚମତ୍କାର ଖେଳି ୬୭ରନରେ ଅପରାଜିତ ଅଛନ୍ତି।
ମହାରାଷ୍ଟ୍ର ଅଧିନାୟକ ଅଙ୍କିତ ବାୱନେ ଟସ୍‌ ଜିତି ଓଡ଼ିଶାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ପେସ୍‌ ବୋଲର ବସନ୍ତ ମହାନ୍ତିଙ୍କୁ ବିଶ୍ରାମ ଦିଆଯାଇ ସ୍ପିନର ପପୁ ରାୟଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ଓପନର ଅନୁରାଗ ଷଡ଼ଙ୍ଗୀ ଓ ଶାନ୍ତନୁ ପ୍ରାରମ୍ଭରୁ ରକ୍ଷଣାତ୍ମକ ଶୈଳୀରେ ବ୍ୟାଟିଂ କରିଥିଲେ। ପ୍ରଥମ ସେସନ୍‌ର ୧୬ ଓଭର ଖେଳରୁ ଉଭୟ ୨୯ରନ ସଂଗ୍ରହ କରିଥିଲେ। ୨୪ତମ ଓଭରରେ ଦଳୀୟ ସ୍କୋର ୫୦ ଟପିଥିଲା। ୮୭ବଲରୁ ୫ଟି ଚୌକା ଓ ୨ଟି ଛକା ବଳରେ ୪୧ରନ କରିଥିବା ବେଳେ ଅନୁରାଗଙ୍କୁ ଆଉଟ୍‌ କରିଥିଲେ ମହାରାଷ୍ଟ୍ରର ବାମହାତୀ ସ୍ପିନର ସତ୍ୟଜିତ ବଚଭ। ଅନୁରାଗଙ୍କୁ ଏଲବିଡବ୍ଲ୍ୟୁ କରି ମହାରାଷ୍ଟ୍ରକୁ ସେ ପ୍ରଥମ ସଫଳତା ଦେଇଥିଲେ। ପରେ ମହାରାଷ୍ଟ୍ରର ପେସ ଆଟାକ୍‌ ସମ୍ମୁଖରେ ଓଡ଼ିଶାର ମଧ୍ୟକ୍ରମ ବ୍ୟାଟିଂ ଲାଇନଅପ୍‌ ବିଫଳ ହୋଇଥିଲା। ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି ୧, ଗୋବିନ୍ଦ ପୋଦ୍ଦାର ୫, ବିପ୍ଳବ ସାମନ୍ତରାୟ ୫ରନରେ ଆଉଟ ହୋଇଥିଲେ। ଅଭିଷେକ ରାଉତ ୧୬ରନ କରିଥିବା ବେଳେ ଦୁର୍ଭାଗ୍ୟବଶତଃ ରନଆଉଟ ହୋଇଥିଲେ। ୯୬ରନରେ ଓଡ଼ିଶା ୫ଟି ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ପରେ ଶାନ୍ତନୁ ଓ ରାଜେଶ ୬ଷ୍ଠ ଉଇକେଟରେ ଓଡ଼ିଶା ପାଇଁ ୧୧୪ରନର ବହୁ ମୂଲ୍ୟବାନ ଭାଗିଦାରୀ ଗଢ଼ିଥିଲେ। ଶାନ୍ତନୁ ଅତ୍ୟନ୍ତ ସତର୍କତାର ସହ ମହାରାଷ୍ଟ୍ରର ବୋଲିଂ ଆକ୍ରମଣକୁ ସାମ୍‌ନା କରିଥିଲେ। ଚଳିତ ସିଜନର ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚ୍‌ରେ ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିବା ଶାନ୍ତନୁ ଦ୍ୱିତୀୟ ଶତକ ଠାରୁ ୧୬ରନ ଦୂରରେ ଅଛନ୍ତି। ୧୭୧ବଲ ଖେଳି ସେ ଅର୍ଦ୍ଧଶତକ ପୂରଣ କରିଥିଲେ। ୨୬୫ବଲରୁ ୭ ଚୌକା ବଳରେ ଶାନ୍ତନୁ ୮୪ରନ କରିଛନ୍ତି। ଅନ୍ୟପକ୍ଷରେ ଉଇକେଟ କିପର ରାଜେଶ ବଡ଼ଶଟ୍‌ ଖେଳିବା ସହ ୭୬ବଲରୁ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ୧୦୪ବଲରୁ ୫ଟି ଚୌକା ଓ ୪ଟି ଛକା ବଳରେ ସେ ମୋଟ୍‌ ୬୭ରନ କରିଛନ୍ତି। ରାଜେଶ ମଧ୍ୟ ଏହି ମ୍ୟାଚ୍‌ରେ କ୍ୟାରିୟରର ପ୍ରଥମ ଶତକ ହାସଲ କରିବା ଲକ୍ଷ୍ୟରେ ଅଛନ୍ତି ବୋଲି କହିଛନ୍ତି। ମହାରାଷ୍ଟ୍ର ପକ୍ଷରୁ ଅକ୍ଷୟ ପାଲକାରଙ୍କୁ ୨ଟି ଉଇକେଟ ମିଳିଥିବା ବେଳେ ମନୋଜ ଇନଗେଲ ଓ ସତ୍ୟଜିତ ବଚଭ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

ରୋମାଣ୍ଟିକ ମୁଡ୍‌ରେ ସୁଇମିଂ ପୁଲ ଫଟୋ ଶେୟାର କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଗର୍ଲ ଫ୍ରେଣ୍ଡକୁ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ,୧୯।୨: ICC T20 World Cup 2026 ମଧ୍ୟରେ, ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର…

ଭାରତ ସହ କ୍ରିକେଟ ସମ୍ପର୍କ ସୁଧାରିବାକୁ ବାଂଲାଦେଶର ଉଦ୍ୟମ; ତାରିକ୍ ରହମାନ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ ,୧୯।୨: ଭାରତ-ବାଂଲାଦେଶ କ୍ରିକେଟ ସମ୍ପର୍କରେ ସୁଧାର ପାଇଁ ଢାକାର ବଡ଼ ପଦକ୍ଷେପ। ୨୦୨୬ ଟି-୨୦ ବିଶ୍ୱକପ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ମହମ୍ମଦ ୟୁନୁସଙ୍କ…

ପାକିସ୍ତାନର 2026 T20 World Cup ବିଜୟ ନିଶ୍ଚିତ? ଏହି ସଂଯୋଗ ଦେଖିଲେ ଆପଣ ବି ବିଶ୍ୱାସ କରିବାକୁ ବାଧ୍ୟ ହେବେ

ନୂଆଦିଲ୍ଲୀ,୧୯।୨: 2026 T20 World Cup ପାଇଁ ସୁପର ୮ ଦଳ ଚୂଡ଼ାନ୍ତ ହୋଇଛି। ଯଦିଓ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହୋଇନାହିଁ, କିନ୍ତୁ ପାକିସ୍ତାନ ବିଶ୍ୱକପ…

ପଡ଼ିଆରେ ଅଘଟଣ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଇତିହାସ ରଚିଲା ଭାରତ: ବିଶ୍ୱର ପ୍ରଥମ ଦଳ ଭାବେ କଲା ଏମିତି କାରନାମା

ଅହମ୍ମଦାବାଦ,୧୯।୨: ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଅହମ୍ମଦାବାଦରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ। ଟିମ ଇଣ୍ଡିଆ…

୧୫ ବର୍ଷ କ୍ୟାରିଅରର ଅନ୍ତ, 30 ବର୍ଷ ବୟସରେ ଅବସର ଘୋଷଣା କଲେ ଏହି ଖୋଳାଳି

ନୂଆଦିଲ୍ଲୀ,୧୯ା୨: ନ୍ୟୁଜିଲାଣ୍ଡ ମହିଳା କ୍ରିକେଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଲରେନ୍ ଡାଉନ୍ କ୍ରିକେଟରୁ…

ଲଜ୍ଜାଜନକ ରେକର୍ଡ କଲେ ଅଭିଷେକ ଶର୍ମା: ପ୍ରଥମ ଭାରତୀୟ ଭାବେ…

ନୂଆଦିଲ୍ଲୀ,୧୯/୨: ଅଭିଷେକ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ତାଙ୍କର ପ୍ରଥମ ତିନୋଟି ଇନିଂସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri