ରଣପୁର ବ୍ଲକ ସରକାରୀ ଅନୁଦାନରୁ ବଞ୍ଚିତ ୩ ହାଇସ୍କୁଲ: ପଦକ୍ଷେପ ନ ନେଲେ ଆନ୍ଦୋଳନ ଚେତାବନୀ

ରଣପୁର,୨୭ା୭ (ସ୍ବ.ପ୍ର.): ସରକାର ଶିକ୍ଷାର ଉନ୍ନତୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଠିକ୍‌ ଭାବେ ସମୀକ୍ଷା ହେଉ ନ ଥିବାରୁ ଛାତ୍ରୀଛାତ୍ର ଏହାର ସୁଫଳ ପାଇପାରୁନାହାନ୍ତି। କିଛି ସ୍ଥାନରେ ଶିକ୍ଷୟିତ୍ରୀଶିକ୍ଷକ ଓ କର୍ମଚାରୀ ମଧ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଶିକ୍ଷାନୀତି ଯୋଗୁ ଉପେକ୍ଷିତ ହୋଇ ରହିଯାଉଛନ୍ତି। ଏହାର ନଜିର ନୟାଗଡ଼ ଜିଲା ରଣପୁର ବ୍ଲକରେ ଥିବା ୩ ହାଇସ୍କୁଲ କ୍ଷେତ୍ରରେ ଦେଖିବାକୁ ମିଳିଛି ା ଏହି ବିଦ୍ୟାଳୟଗୁଡିକ ହେଲା ବନ୍ଧମୁଣ୍ଡା ପଞ୍ଚାୟତର ଶଙ୍ଖଯୋଡି ହାଇସ୍କୁଲ, ତାଳକଣୀ ପଞ୍ଚାୟତ ହାଇସ୍କୁଲ ଓ ଜଙ୍କିଆ ପଞ୍ଚାୟତର ବାଙ୍କନିଧି ଦେବ ବିଦ୍ୟାପୀଠ। ୨୦୧୩ ମସିହାରେ ସରକାର ପ୍ରତ୍ୟେକ ପଞ୍ଚାୟତରେ ଥିବା ହାଇସ୍କୁଲକୁ ଅନୁଦାନ ପ୍ରଦାନ ସହ କର୍ମଚାରୀ ଓ ଶିକ୍ଷକ ତଥା ବିଦ୍ୟାଳୟର ଉନ୍ନତି ପାଇଁ ସମସ୍ତ ସୁବିଧା ଦେଇଆସୁଛନ୍ତି। ହେଲେ ଉପରୋକ୍ତ ୩ ବିଦ୍ୟାଳୟ ଏହିସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏ ନେଇ ସ୍ଥାନୀୟ ବିଧାୟକ ବିଧାନସଭାରେ ପ୍ରଶ୍ନ କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଏଥିପ୍ରତି ଆନ୍ତରିକତା ଥିବା ଦେଖିବାକୁ ମିଳୁନି । ଆଗାମୀ ଦିନରେ ଯଦି ସରକାର ଏହି ବିଦ୍ୟାଳୟଗୁଡିକୁ ଅନୁଦାନ (ଗ୍ରାଣ୍ଟ-ଇନ୍‌-ଏଡ୍‌) ପ୍ରଦାନ ନ କରନ୍ତି ତେବେ ପଞ୍ଚାୟତବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି।
ରଣପୁର ବ୍ଲକରେ ୪୫ ହାଇସ୍କୁଲ ରହିଥିଲା ବେଳେ ୩ଟି ହାଇସ୍କୁଲକୁ ସରକାର ଅନୁଦାନ ପ୍ରଦାନ କରିନାହାନ୍ତି। ସେଥିମଧ୍ୟରୁ ଜଙ୍କିଆ ପଞ୍ଚାୟତର ଥିବା ବାଙ୍କନିଧି ଦେବ ବିଦ୍ୟାପୀଠ ଅନ୍ୟତମ। ପୂର୍ବରୁ ଆଖପାଖ ଗ୍ରାମର ପିଲାମାନେ ପାଠ ପଢିବା ପାଇଁ ପଞ୍ଚାୟତଠାରୁ ୪ରୁ ୫ କିଲୋମିଟର ଦୂର ମୟୂରଝାଲିଆ ହାଇସ୍କୁଲକୁ ଯାଉଥିଲେ। ଏହାକୁ ଦୃଷ୍ଟିରେ ରଖି ପଞ୍ଚାୟତବାସୀ ୨୦୦୪ରେ ୫ଏକର ଜମି ବିଦ୍ୟାଳୟ ନାମରେ କରି ଚାନ୍ଦା ଆଦାୟ କରି ୨୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ବାଙ୍କନିଧି ବିଦ୍ୟାପୀଠ ପ୍ରତିଷ୍ଠା କରିଥିଲେ। ୮ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ହାଇସ୍କୁଲରେ ୮ଜଣ ଶିକ୍ଷକ, ୩ଜଣ ପିଅନ, ଜଣେ କିରାଣି ଓ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି। ଗତ ୭ବର୍ଷ ହେବ ପ୍ରତ୍ୟେକ ବର୍ଷ ମାଟ୍ରିକ ପରୀକ୍ଷାରେ ଏହି ବିଦ୍ୟାଳୟ ଶତକଡା ଶହେ ଭାଗ ଛାତ୍ରୀଛାତ୍ର ପାସ୍‌ କରିଆସୁଛନ୍ତି। ଏହି ବିଦ୍ୟାଳୟକୁ ଓସ୍ତପଡା, କୃଷ୍ଣଚନ୍ଦ୍ରପୁର, ଅରିସଲ ଗ୍ରାମର ପିଲାମାନେ ପଢିବାକୁ ଆସନ୍ତି। ଅଧିକାଂଶ ଛାତ୍ରୀଛାତ୍ର ଗରିବ ପରିବାରର ହୋଇଥିଲେ ମଧ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚତ୍ତ ହେଉଛନ୍ତି। ଦୀର୍ଘ ୧୫ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଶିକ୍ଷକ ଓ କର୍ମଚାରୀମାନେ ବିନା ବେତନରେ ଛାତ୍ରୀଛାତ୍ରଙ୍କୁ ପାଠ ପଢାଇବା ସହିତ ବିଦ୍ୟାଳୟର ସମସ୍ତ କାର୍ଯ୍ୟ ସମ୍ପାଦନା କରିଆସୁଛନ୍ତି। ରାଜ୍ୟ ସରକାର ୨୦୧୩ରେ ବିଭିନ୍ନ ବେସରକାରୀ ବିଦ୍ୟାଳୟକୁ ଗ୍ରାଣ୍ଟ-ଇନ୍‌-ଏଡ୍‌ ପ୍ରଦାନ କରିଥିଲା ବେଳେ ଏହି ୩ ହାଇସ୍କୁଲକୁ ଏଥିରୁ ବାଦ୍‌ ରଖିଥିଲେ । ଫଳରେ ବିଦ୍ୟାଳୟରେ ପଢୁଥିବା ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ଭବିଷ୍ୟତ ଅନ୍ଧକାର ଭିତରେ ଗତି କରୁଛି। ଏ ସମ୍ପର୍କରେ ନୟାଗଡ଼ ଜିଲା ଶିକ୍ଷା ଅଧିକାରୀ ଶିବ ଶଙ୍କର ପ୍ରଧାନଙ୍କୁ ପଚାରିବାରୁ ସେ କହିଥିଲେ, ଏହି ବିଦ୍ୟାଳୟର ସମସ୍ତ କାଗଜପତ୍ର ଓ ଛାତ୍ର ଉପସ୍ଥାପନ ଠିକ୍‌ ଥିବାବେଳେ କ’ଣ ପାଇଁ ଅନୁଦାନ ପ୍ରଦାନ କରାଯାଉନାହିଁ ସେକଥା ସରକାର କହିପାରିବେ । ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ କୁହନ୍ତି, ଏ ବିଷୟରେ ବିଧାନସଭାରେ ଗତ ୧୭ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲି, ସେ କହିଥିଲେ ବ୍ୟବସ୍ଥା ଅନୁଯାୟୀ ଯୋଗ୍ୟ ବିବେଚିତ ହୋଇ ନ ଥିବାରୁ ଏହି ବିଦ୍ୟାଳୟଗୁଡିକ ଅନୁଦାନ ପରିସରଭୁକ୍ତ ହୋଇନାହିଁ । ବିଦ୍ୟାଳୟ କମିଟି ସଭ୍ୟ ଭରତ ସାହୁ କୁହନ୍ତି, ଦୀର୍ଘ ୧୫ବର୍ଷ ହେବ ବହୁ କଷ୍ଟକରି ପଞ୍ଚାୟତବାସୀ ଏହି ବିଦ୍ୟାଳୟକୁ ଠିଆ କରିଛୁ। ବିଦ୍ୟାଳୟର ସମସ୍ତ କାଗଜପତ୍ର, ଜମି, କୋଠାଘର, ଖେଳ ପଡିଆ ସହିତ ଶିକ୍ଷକ ଓ କର୍ମଚାରୀ ଠିକ୍‌ ଥିଲା ବେଳେ ସରକାର ଅନୁଦାନ ପ୍ରଦାନ ନ କରିବା ପରିତାପର ବିଷୟ । ବିଦ୍ୟାଳୟର ଶିକ୍ଷକ ରବୀନ୍ଦ୍ର କୁମାର ହୋତା କୁହନ୍ତି, ବିନା ଦରମାରେ ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ୱ ହେବ ପାଠ ପଢାଇଆସୁଛୁ। ଅନୁଦାନ ମିଳୁ ନ ଥିବାରୁ ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଛୁ ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri