ରଜ ମହୋତ୍ସବ ଉଦ୍‌ଯାପିତ

ବରୀ/ରତ୍ନଗିରି,୧୬।୬(ସ୍ବ.ପ୍ର./ଡି.ଏନ୍‌.ଏ.)- ଆଧୁନିକ ଚାକଚକ୍ୟରେ ଐତିହ୍ୟ, ସଂସ୍କୃତି, ପରମ୍ପରା, ସାହିତ୍ୟକଳା, ଲୋକଗୀତ ଓ ଭାଇଚାରା ହଜିଯାଉଛି। ଏସବୁ ଫେରିଲେ ବରୀ ହସିବା ସହ ରାଜ୍ୟ ହସିଉଠିବ ବୋଲି ଗଣପର୍ବ ରଜର ଶେଷ ଦିନରେ ବରୀ ବିଧାୟିକା ସୁନନ୍ଦା ଦାସ ସ୍ବାଇଁଖଣ୍ଡ ପଞ୍ଚାୟତ ଖରି ପଡ଼ିଆରେ ଆୟୋଜିତ ରଜ ମହୋତ୍ସବରେ ଯୋଗଦେଇ ଏକଥା କହିଛନ୍ତି। ବରୀ ଅଞ୍ଚଳରେ ୩ ଦିନ ଧରି ଧୁମ୍‌ଧାମ୍‌ରେ ରଜ ପାଳନ ହେବା ସହ ବିଧାୟିକା ଦାସ ବିଭିନ୍ନ ଅନୁଷ୍ଠାନରେ ଯୋଗଦେଇ ଭାଇଚାରାକୁ ଉଜ୍ଜୀବିତ ରଖିବା ପାଇଁ ଆହ୍ବାନ ଦେଇଛନ୍ତି। ପ୍ରତ୍ୟେକ ଓଡ଼ିଆ ୧୨ ମାସର ୧୩ ପର୍ବକୁ ପୂର୍ବଭଳି ପାଳନ କରିବା ପାଇଁ କହିଥିଲେ। ଉଦ୍‌ଯାପନୀ ଦିବସରେ ରୁଦ୍ରପୁର ପଞ୍ଚାୟତର ରଜ ଦୋଳିରେ କୁମାରୀଙ୍କ ସହ ରଜ ପାଳନ କରି ରଜକୁ ବିଦାୟ ଦେଇଥିଲେ। ବରୀ ବ୍ଲକ ଅଧୀନ ଧାରପୁର ପଞ୍ଚାୟତର କେନ୍ଦୁଆଠାରେ ବରୀର ବିଧାୟିକା ସୁନନ୍ଦା ଦାସଙ୍କୁ ସମ୍ବର୍ଦ୍ଧିତ କରି ରଜ ପାଳନ କରାଯାଇଥିଲା। ଏଥିସହ ବରୀ ପ୍ରଗତି କ୍ଲବ, ଅଲ୍ଲିପୁର ମଠ, ବାଲିଆପା, ରମ୍ପା, ବାଲିଆ, ସାହାସପୁର, ଭଅଁରା, କାଇପଡା ପ୍ରଭୃତି ଅଞ୍ଚଳରେ ରଜ ଦୋଳି ଲାଗାଯାଇ ଏହି ଉତ୍ସବ ପାଳନ କରାଯାଇଥିଲା। ରଜ ୩ ଦିନ ପରେ ବସୁମତୀ ସ୍ନାନରେ ଭିନ୍ନ ଏକ ପରମ୍ପରା ଦେଖିବାକୁ ମିଳିଥାଏ। ବସୁମତୀ ମା’କୁ ପୀଢ଼ା, ଶୀଳପୁଆ, ଦୂବ ଘାସ, ବରକୋଳି ପତ୍ର, ଅରୁଆ ଚାଉଳ, ହଳଦୀ, ଚନ୍ଦନ, ସିନ୍ଦୁର ଓ ଫୁଲ ଦେଇ ଘରେ ସଞ୍ଚିତ ଥିବା ଶସ୍ୟ ନେଇ ପୂଜାର୍ଚ୍ଚନା କରାଯାଇଥାଏ। ଶଙ୍ଖ ହୁଳହୁଳି ଦେଇ ପୃଥିବୀ ମା’କୁ ଆବାହନ କରି କୃଷି କାର୍ଯ୍ୟ ଭଲ ହେବା ପାଇଁ ଅପରାହ୍ନରେ ଚାଷୀଙ୍କ ଗହଣରେ ମିଶି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ବିଧାୟିକା ଦାସ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଛି। ଉଦ୍‌ଯାପନୀ ଦିବସରେ ବିଧାୟିକାଙ୍କ ସମେତ ଚିତ୍ତରଞ୍ଜନ ଜେନା, ରତି ରଞ୍ଜନ ଜେନା, ପ୍ରଶାନ୍ତ ସାହୁ, ଦେବେନ୍ଦ୍ର ଦାସ, ଅଶୋକ ସାମଲ, ରଞ୍ଜନ ପଣ୍ଡା, ରଞ୍ଜନ ବେହେରା, କବିତା ପଣ୍ଡା ପ୍ରମୁଖ ଶତାଧିକ କୁମାରୀ ଓ ମହିଳାମାନେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନେତାଙ୍କୁ ଅଡୁଆ ଅଧାପନ୍ତରିଆ କାମ

ଯାଜପୁର,୧୭ା୪(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାର ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ ଅଧୀନ ଗ୍ରାମାଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ ରଖି ବିଜୁ ସେତୁ ଯୋଜନା...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ଯାଜପୁର ବସ୍‌ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର,୧୫।୪: ଯାଜପୁରରେ ବଡ଼ ଧରଣର ବସ୍‌ ଦୁର୍ଘଟଣା ଘଟିଛି। ଏନଏଚ-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ ତଳକୁ ଯାତ୍ରୀବାହୀ ବସ୍‌ ଖସିପଡିଛି। ଏଥିରେ ୩ ଜଣଙ୍କର...

ଓଭରବ୍ରିଜ୍‌ ତଳକୁ ଖସିଲା ଯାତ୍ରୀବାହୀ ବସ୍‌: ୩ ମୃତ, ୫ ଗୁରୁତର

ଭୁବନେଶ୍ୱର,୧୫।୪: ଯାଜପୁରରେ ବଡ଼ ଧରଣର ବସ୍‌ ଦୁର୍ଘଟଣା। ଏନଏଚ-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ ତଳକୁ ଖସିଲା ଯାତ୍ରୀବାହୀ ବସ୍‌। ଏଥିରେ ୩ ଜଣଙ୍କର ମୃତ୍ୟୁ...

ରାସ୍ତା ନଷ୍ଟ କରୁଛି ଓଭର ଲୋଡିଂ ହାଇଓ୍ବା

ପ୍ରୀତିପୁର,୧୫ା୪(ସୁଶାନ୍ତ ବେହୁରିଆ): ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଏକ ଜନକଲ୍ୟାଣକାରୀ ସରକାରଙ୍କ ମୂଳ ଲକ୍ଷ୍ୟ ଓ ଏକ ସୁସ୍ଥ ସମାଜ ଗଠନର ମୂଳମନ୍ତ୍ର। ମାତ୍ର କେତେକ...

ବରୀରେ କଂଗ୍ରେସରୁ ଲଢ଼ିବେ ଆରତି ଦେଓ

ବରୀ,୧୪ା୪(ମହେନ୍ଦ୍ର ସ୍ବାଇଁ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ରବିବାର କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀ...

ଭାଜପାର ପ୍ରଚାର ଜୋର, ପ୍ରାର୍ଥୀ ଖୋଜୁଛି ବିଜେଡି

ଯାଜପୁର,୧୫ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କୋରେଇ ନିର୍ବାଚନମଣ୍ଡଳୀରେ ଭାଜପାର ନିର୍ବାଚନୀ ପ୍ରଚାର ଜୋରସୋରରେ ଚାଲିଛି। ଭାଜପା ପ୍ରାର୍ଥୀ ଆକାଶ ଦାସନାୟକ ବିଭିନ୍ନ କାର୍ଯ୍ୟକ୍ରମ ଓ ବନ୍ଧୁମିଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri