Categories: ରାଜ୍ୟ

ରଜ ପାଇଁ ସଜବାଜ ବଳରାମପ୍ରସାଦ

ବଅଁରପାଳ, ୧୪ା୬(ଡି.ଏନ.ଏ.) – ଗଡଦୁର୍ଗ ଭାବେ ପରିଚିତ ଅନୁଗୋଳ ଜିଲା ବଳରାମପ୍ରସାଦରେ ଧୁମ୍‌ଧାମରେ ପାଳନ ହେବ ରଜ ପର୍ବ। ବହୁ ପୁରାତନ କାଳରୁ ଏଠାରେ ପାଳନ ହୋଇଆସୁଥିବା ଏହି ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରଜ ପୂର୍ବରୁ ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ଚଳିତ ବର୍ଷ ଗ୍ରାମର ଅପରାଜିତା ମହିଳା କ୍ଲବ ତରଫରୁ ୨ ଦିନ ଧରି ଉତ୍ସବ ପାଳନ ହେବ। ଗ୍ରାମର ଝିଅ ବୋହୂମାନେ ଏକାଠି ହୋଇ ଏହି ପର୍ବ ପାଳିଥାନ୍ତି। ଏଥିପାଇଁ ସେମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଛି। ଗ୍ରାମର ପାରିଜାତ କ୍ଲବ ନିକଟ ପଡ଼ିଆରେ ପ୍ରତ୍ୟେକ ବର୍ଷ ଏହା ପାଳନ କରାଯାଏ। କାର୍ଯ୍ୟସୂଚୀ ଅନୁଯାୟୀ ଶୁକ୍ରବାର ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପିଠା ପ୍ରତିଯୋଗିତା, ଦଉଡି ଡିଆଁ, ମ୍ୟୁଜିକ୍‌ ଚେୟାର, ଫୁଲ ଗୁନ୍ଥା, ହୁଳହୁଳି, ମାଠିଆ ଫଟା ଆଦି ପ୍ରତିଯୋଗିତା ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିସହ ପୋଡ ପିଠା ଓ ମିଠା ପାନର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି କ୍ଲବର କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ସେହିପରି ଏହ ଅବସରରେ ହେବାକୁ ଥିବା ବାଲୁକା କଳାରେ ଓଡ଼ିଶାର ବିଭିନ୍ନ ଐତିହ୍ୟକୁ ସ୍ଥାନ ଦିଆଯିବ ବୋଲି ଜଣାପଡିଛି। ଶନିବାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ପୁରସ୍କାର ବିତରଣ କରାଯିବାକୁ ସ୍ଥିର ହୋଇଛି।