Posted inଖେଳ

ରକ୍ଷଣଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ: ସବିତା

ବେଙ୍ଗାଲୁରୁ, ୮।୮- ଚଳିତମାସ ୧୭ରୁ ୨୧ ପର୍ଯ୍ୟନ୍ତ ଜାପାନର ଟୋକିଓଠାରେ ହେବାକୁଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକି ଟୁର୍ନାମେଣ୍ଟ ପାଇଁ ଭାରତୀୟ ସିନିୟର ମହିଳା ଓ ପୁରୁଷ ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ରକ୍ଷଣଭାଗ ଦୃଢ଼ ହେଲେ ଆଗାମୀ ଟୁର୍ନାମେଣ୍ଟରେ ବିଶ୍ୱର ୨ ନମ୍ବର ଦଳ ଅଷ୍ଟ୍ରେଲିଆ, ୧୧ ନମ୍ବର ଚାଇନା ଓ ୧୪ ନମ୍ବର ଜାପାନକୁ ଭାରତ କଡ଼ା ଟକ୍କର ଦେଇ ପାରିବ ବୋଲି ଅନୁଭବ କରୁଛନ୍ତି ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ଗୋଲକିପର ସବିତା। ”ଆମ ଦଳରେ ଏକାଧିକ ପ୍ରତିଭାଧର ଖେଳାଳି ରହିଛନ୍ତି। ସେମାନେ ଦୀର୍ଘଦିନ ଧରି ସାଥିହୋଇ ଖେଳିବାଦ୍ୱାରା ପଡ଼ିଆ ଭିତରେ ଓ ବାହାରେ ପରସ୍ପରକୁ ଭଲଭାବେ ବୁଝିଛନ୍ତି। ଏହା ମ୍ୟାଚ ସମୟରେ ଦଳଗତଭାବେ ଅନେକ କାମ ଦେଇଥାଏ। ଆମେ ପରସ୍ପରର ଶକ୍ତି ଓ ଦୁର୍ବଳତାକୁ ଅନୁଭବ କରିଛୁ। ତେଣୁ ଦଳଗତ ପ୍ରଦର୍ଶନ କ୍ଷେତ୍ରରେ ଆମେ କଠିନ ସମୟରେ ଏକ ହୋଇ ପରସ୍ପରକୁ ସାହାଯ୍ୟ କରିଥାଉ“ ବୋଲି ୨୯ ବର୍ଷୀୟା ସବିତା ପ୍ରକାଶ କରିଛନ୍ତି।
ଆମେ ଖେଳିବାକୁଥିବା ଦଳ ଗୁଡ଼ିକ ମଧ୍ୟରେ ଅଷ୍ଟ୍ରେଲିଆ ସବୁଠାରୁ ଶକ୍ତିଶାଳୀ। ଗତବର୍ଷ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅବସରରେ ଆମେ ଏହି ଦଳକୁ ଭେଟିଥିଲୁ। ସେତେବେଳେ ଆମେ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ହେଁ ଏକମାତ୍ର ଗୋଲରେ ହାରି ଯାଇଥିଲୁ। ତେବେ ଆମେ ଆମର ପ୍ରଦର୍ଶନକୁ ନେଇ ଗର୍ବିତ ଥିଲୁ। ଏବେ ଆମକୁ ଦୃଢ଼ ରକ୍ଷଣଭାଗ ସହ ଖେଳିବାକୁ ହେବ। ବିଶେଷ କରି ଅଷ୍ଟ୍ରେଲିଆକୁ ସହଜ ସୁଯୋଗ ନ ଦେବା ଆମର ମୁଖ୍ୟ ଲକ୍ଷ୍ୟ ରହିବ। ଟୋକିଓ ଟୁର୍ନାମେଣ୍ଟରେ ଯେଉଁ ଦଳର ରକ୍ଷଣଭାଗ ଯେତେ ଦୃଢ଼ ହେବ ସେହି ଦଳର ବିଜୟ ସମ୍ଭାବନା ସେତେ ଅଧିକ ରହିବ ବୋଲି ସବିତା ଅନୁଭବ କରୁଥିବା କହିଛନ୍ତି। ଭାରତୀୟ ଦଳ ଆଗାମୀ ରବିବାର ଟୋକିଓ ଯାତ୍ରା କରିବା କାର୍ଯ୍ୟକ୍ରମ ରହିଛି। ୧୭ ତାରିଖରେ ଜାପାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ଦଳ ଅଭିଯାନ ଆରମ୍ଭ କରିବ। ଇତିହାସ ଦେଖିଲେ ଏହି ମ୍ୟାଚରେ ଜାପାନର ପଲା ଭାରି ରହିଛି। ଉଭୟ ଦଳ ମଧ୍ୟରେ ୬୫ଟି ମ୍ୟାଚ ଖେଳାଯାଇଥିବାବେଳେ ଜାପାନ ୩୫ଟି ମ୍ୟାଚରେ ବିଜୟୀ ହୋଇଛି। ସେହି ତୁଳନାରେ ଦେଖିବାକୁ ଗଲେ ଭାରତ ମାତ୍ର ୧୫ ମ୍ୟାଚ ଜିତିବାକୁ ସକ୍ଷମ ହୋଇଛି। ଗତ ୧୦ଟି ମ୍ୟାଚକୁ ବିଚାରକୁ ନେଲେ ଜାପାନ ୪ ଓ ଭାରତ ୩ ମ୍ୟାଚ ଜିତିଥିବାବେଳେ ଅବଶିଷ୍ଟ ୩ ମ୍ୟାଚ ଡ୍ର ରହିଛି।
”ହିରୋସିମାରେ ଅନୁଷ୍ଠିତ ଏଫଆଇଏଚ୍‌ ମହିଳା ସିରିଜ ଫାଇନାଲ୍ସ ଜିତିବାଦ୍ୱାରା ଖେଳାଳିଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବଡ଼ ଦଳକୁ ହରାଇବା ସହ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଆଶା ବଢ଼ିଛି। ଗତ କିଛିବର୍ଷ ଧରି ମହିଳା ଦଳ ଅନେକ ମ୍ୟାଚ ଖେଳିବା ସୁଯୋଗ ପାଇଥିଲା। ମାତ୍ର ଆଶାନୁରୂପ ସଫଳତା ମିଳି ନ ଥିଲା। ମାତ୍ର ଏବେ ଆଶାତୀତଭାବେ ଦଳୀୟ ପ୍ରଦର୍ଶନରେ ଉନ୍ନତି ଘଟିଛି। ଏବେ ଆମେ ଅଷ୍ଟ୍ରେଲିଆର ସମକକ୍ଷ ବୋଲି ଅନୁଭବ କରୁଛୁ। ଏଫଆଇଏଚ୍‌ ମହିଳା ସିରିଜ ଫାଇନାଲ୍ସ ଜିତିବାସହ ଆମେ ବଡ଼ ମ୍ୟାଚରେ ବିଜୟୀ ହେବାର ଦକ୍ଷତା ରଖିଛୁ ବୋଲି ପ୍ରମାଣିତ କରିଛୁ। ସେତେବେଳେ ଆମେ ଜାପାନକୁ ଏହାର ଘରୋଇ ପରିବେଶରେ ୩-୧ ଗୋଲରେ ପରାସ୍ତ କରିଥିଲୁ। ଏହା ଏକ ବଡ଼ ଉପଲବ୍ଧି“ ବୋଲି ସବିତା କହିଛନ୍ତି। ଭାରତ ପକ୍ଷରୁ ୧୯୩ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଥିବା ଏହି ଗୋଲକିପର କହିଛନ୍ତି ଯେ, ଭାରତ ଏପରି ଏକ ଦଳରେ ପରିଣତ ହୋଇଛି ଯିଏକି ପରିସ୍ଥିତି ଅନୁସାରେ ଆକ୍ରମଣାତ୍ମକ କିମ୍ବା ରକ୍ଷଣାତ୍ମକ ଖେଳି ପାରିବ। ଜଣେ ଗୋଲକିପର ଭାବେ ମୁଁ ଆମ ରକ୍ଷଣଭାଗକୁ ଆବଶ୍ୟକ ପରାମର୍ଶ ଦେଇଥାଏ। ବିଶେଷ କରି ପ୍ରତିପକ୍ଷ ଦଳ ଯେପରି ପ୍ରଭାବ ବିସ୍ତାର କରି ନ ପାରିବ ତା’ ଉପରେ ମୁଁ ଧ୍ୟାନ ଦେଇଥାଏ। କଠିନ ପରିସ୍ଥିତିରେ ରକ୍ଷଣଭାଗ ଖେଳାଳିଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସବିତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri