ରକ୍ତ ନମୁନା ସଂଗ୍ରହ, ଔଷଧ ବଣ୍ଟନ

ଭୁବନ, ୨୮ା୫(ଡି.ଏନ୍‌.ଏ.)ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ଓ୍ବାର୍ଡରେ ଜଣ୍ଡିସ ରୋଗ ବ୍ୟାପୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଏହାର ନିୟନ୍ତ୍ରଣ ପାଇଁ ଜିଲା ସ୍ବାସ୍ଥ୍ୟ, ଜନସ୍ବାସ୍ଥ୍ୟ ଓ ପରିମଳ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସୋମବାର ଏଡିଏମ୍‌ଓ ଡା. ଜ୍ୟୋତିଷ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଭୁବନ ଡାକ୍ତରଖାନାର ମୁଖ୍ୟ ଚିକିତ୍ସକ ଡା ରମେଶ ଚନ୍ଦ୍ର ସାହୁ, ମଠକରଗୋଳା ଡାକ୍ତରଖାନାର ମୁଖ୍ୟ ଚିକିତ୍ସକ ଡା. ଭାଗବତ ମାଝି ଓ ଜିଲାର ବରିଷ୍ଠ ଟେକ୍ନିସିଆନମାନେ ଆକ୍ରାନ୍ତଙ୍କ ଘରକୁ ଯାଇ ରକ୍ତ ନମୁନା ସଂଗ୍ରହ କରିଥିଲେ। ଏଥିସହ ସମସ୍ତ ଜଣ୍ଡିସ ରୋଗୀଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ପରେ ଭୁବନ ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ସୋନାଲି ନାଏକ ଓ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳଙ୍କ ସହ ପାନୀୟ ଜଳ ଏବଂ ପରିମଳ ବ୍ୟବସ୍ଥାରେ ଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏନ୍‌ଏସି ମଧ୍ୟରେ ଜନସାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ବିଛାଯାଇଥିବା ପାଇପ୍‌ ଲାଇନକୁ ତଦାରଖ କରି ମରାମତି କାର୍ଯ୍ୟ ଯଥାଶୀଘ୍ର ସାରିବା ପାଇଁ ସ୍ଥିର କରାଯାଇଛି। ଏଥିସହ ଏନ୍‌ଏସି କର୍ତ୍ତୃପକ୍ଷ ସମସ୍ତ ଡ୍ରେନ ସଫା କରିବା ସହ ଖୋଲା କୂଅରେ ବ୍ଲିଚିଂ ପକାଇ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା କରିଥିଲେ। ଅପରାହ୍ନରେ ଏନ୍‌ଏସିର ୧୦ ନମ୍ବର ଓ୍ବାର୍ଡରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜଣ୍ଡିସର ନିରାକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମସ୍ତ ଲୋକଙ୍କୁ ସିଝା ତଥା ବିଶୁଦ୍ଧ ପାଣି ପିଇବାକୁ ପରାମର୍ଶ ଦିଆଯାଇଥିଲା। ଏଥିସହିତ ବାହାର ଖାଦ୍ୟ ବର୍ଜନ କରିବାକୁ ସଚେତନ କରାଯାଇଥିଲା। ଏନଏସିର ୪ ନମ୍ବର ଓ୍ବାର୍ଡର ସୁଦର୍ଶନ ସେଠୀ, ବିଶ୍ୱଜିତ ଦାସ, ୧୦ ନଂ. ଓ୍ବାର୍ଡର ସୋନାଲି ସତପଦ୍ମା ସାହୁ, ଶୁଭ୍ରାଂଶୁ ବେହେରା, ଜୟନ୍ତ ପ୍ରଧାନ, ଶିବପ୍ରସାଦ ସାହୁ, ସୋମନାଥ ସାହୁ, ବେଣୁଧର ପୃଷ୍ଟି, ଶୁଭଶ୍ରୀ ସାଥୁଆ ପ୍ରମୁଖ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୧୧ ନଂ. ଓ୍ବାର୍ଡର ସୋନାଲି ସାହୁ , ସତ୍ୟଜିତ ଦାସ, ଲକ୍ଷ୍ମୀପ୍ରିୟା ସାହୁ ଓ ଚିନ୍ମୟୀ ସାହୁ ଏବଂ ୧୨ ନଂ. ଓ୍ବାର୍ଡର ଶ୍ରଦ୍ଧାଞ୍ଜଳି ସାଥୁଆ ମହାପାତ୍ର, ନୀଳମାଧବ ସାଥୁଆମହାପାତ୍ର ଓ ଆଶା ସାଥୁଆମହାପାତ୍ର ଗୁରୁତର ହୋଇଛନ୍ତି। ରୋଗର ନିରାକରଣ ପାଇଁ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ସବୁ ସମୟରେ ଏହି କମିଟି ପ୍ରତି ଓ୍ବାର୍ଡ ପରିକ୍ରମା କରି ସ୍ଥିତି ଅନୁଧ୍ୟାନ କରିବା ସହିତ ଜଣ୍ଡିସ ରୋଗ ନିରାକରଣ ପାଇଁ ପଦକ୍ଷେପ ନେବେ ବୋଲି ସ୍ଥିର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri