ରକ୍ତ ଅଭାବ ଦୂର କରିବାକୁ ରକ୍ତଦାନ କାର୍ଯ୍ୟକ୍ରମ

ବଲାଙ୍ଗୀର ଅଫିସ,୧୮ା୪- ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ରକ୍ତଦାନ କାର୍ଯ୍ୟକ୍ରମ। ନଗର କଂଗ୍ରେସ ସଭାପତି ବୁଲୁ ଦାନିଙ୍କ ନେତୃତ୍ୱ ତଥା ଜିଲା କଂଗ୍ରେସ କଂଗ୍ରେସ ଉପସଭାପତି ମନୀଷ ମିଶ୍ରଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସ୍ପିିଟାଲ ପରିସର ରକ୍ତଭଣ୍ଡାରରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଲକ୍‌ଡାଉନ୍‌ ସମୟରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରକ୍ତ ଅଭାବ ଜିନିତ ସମସ୍ୟା ଦେଖାଦେଇଛି। ଏଭଳି ସମୟରେ ରକ୍ତ ଆବଶ୍ୟକ କରୁଥିବା ରୋଗୀମାନେ ଜୀବନ ମରଣ ସମସ୍ୟାରେ ରହିଛନ୍ତି। ଏଭଳି ସଙ୍କଟ ସମୟରେ କଂଗ୍ରେସ କର୍ମୀମାନେ ରକ୍ତଦାନ କରି ରକ୍ତ ଆବଶ୍ୟକତା ପୂରଣ ଦିଗରେ ଆଗେଇ ଆସିଛନ୍ତି। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ରକ୍ତଦାନ ଶିବିରରେ ପ୍ରତ୍ୟେକ ଦିନ ରକ୍ତଦାନ କରି ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କ ସହାୟତା କରାଯିବ ବୋଲି ସଭାପତି ଦାନୀ କହିଛନ୍ତି। ଶନିବାର ୭ ଜଣ ରକ୍ତଦାନ କରିଥିଲେ। ରକ୍ତଦାନ କାର୍ଯ୍ୟକ୍ରମରେ ନଗର କଂଗ୍ରେସର କର୍ମକର୍ତ୍ତା ତଥା ରକ୍ତଭଣ୍ଡାର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।