ରକ୍ତଦାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଲାଞ୍ଜିଗଡ଼,୨୯।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଲାଞ୍ଜିଗଡଠାରେ ବୁଧବାର ସାମାଜିକ ସଙ୍ଗଠନ ସୋସିଆଲ ଏକ୍ଟିଭିଷ୍ଟ କଳାହାଣ୍ଡି ପକ୍ଷରୁ ରକ୍ତଦାନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ସଭା ଓ ଶୋଭାଯାତ୍ରା ଆୟୋଜନ କରାଯାଇ ବହୁମାତ୍ରାରେ ଲୋକଙ୍କୁ ସଚେତନ କରିବାକୁ ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା । ସ୍ଥାନୀୟ ହାଇସ୍କୁଲଠାରେ ଅନୁଷ୍ଠିତ ସଚେତନତା ସଭାରେ ସୋସିଆଲ ଏକ୍ଟିଭିଷ୍ଟ କଳାହାଣ୍ଡିର ସଭାପତି ପ୍ରମୋଦ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ବିଶେଷ ଅତିଥି ଭାବେ ଲାଞ୍ଜିଗଡ ସ୍ବାସ୍ଥ୍ୟକେନ୍ଦ୍ର ଡା. ସିପୁନ ନାୟକ, ଡା. ନରେନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ପ୍ରେସ୍‌ କ୍ଲବ ସଭାପତି କୈଳାସ ସାହୁ, ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେସନିଆ, ଯୁବସାମାଜିକ କର୍ମୀ ପ୍ରଦୀପ ମାଝି, ଗଣେଶ୍ୱର ରାଓ ଏବଂ ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷକ ରାଧାମାଧବ ରଥ ପ୍ରମୁଖ ଯୋଗଦେଇଥିଲେ । ସଙ୍ଗଠନର ଲାଞ୍ଜିଗଡ କର୍ମକର୍ତ୍ତା ରାଜେଶ ନାଏକ, ମିଲନ କୁମାର ନାୟକ, ଶରତ ଦଣ୍ଡସେନା, ଦୀପକ ପାତ୍ର ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସଭାକୁ ପରିଚାଳନା କରିଥିଲେ ବାବୁ ଜେନା । ଶେଷରେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।