ରକ୍ତଦାନ ଶିବିର, ୨୨ ୟୁନିଟ୍‌ ସଂଗୃହୀତ

ବାଲେଶ୍ୱର ଅଫିସ,୧୫।୪-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଧୀନ ନୂଆପୁର ପଞ୍ଚାୟତର ବାତ୍ୟା ଅଶ୍ରୟସ୍ଥଳୀଠାରେ ମଙ୍ଗଳବାର ଆଚ୍ଛା ସଙ୍ଗଠନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନର ଆସିଷ୍ଟାଣ୍ଟ ମେଡ଼ିକାଲ କୋଡ଼ିନେଟର ଅନ୍ତର୍ଯ୍ୟାମୀ ବେହେରାଙ୍କ ତତ୍ତ୍ୱାବଧାନ ଓ ନୂଆପୁର ପଞ୍ଚାୟତର ସରପଞ୍ଚ ମନୋରମା ମଲ୍ଲିକଙ୍କ ସହଯୋଗରେ ଶିବିରରେ ମୋଟ୍‌ ୨୨ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। ବ୍ଲଡ଼ବ୍ୟାଙ୍କ ଅଫିସର ଡା. ବସନ୍ତ କୁମାର ଉପାଧ୍ୟାୟ, ଦୁଇ ଲ୍ୟାବଟେଷ୍ଟ ଅଧିକାରୀ ଅକ୍ଷୟ କୁମାର ଜେନା ଓ ଜ୍ୟୋତିଶ କୁମାର ପ୍ରଧାନ, ଆଟେଣ୍ଡାଣ୍ଟ ବିନୋଦ ବିହାରି ଦାସ ଓ ବିଜୟ କୁମାର ବଳ ଦୂରତା ରକ୍ଷା କରି ରକ୍ତଦାତାମାନଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ। ସଙ୍ଗଠନ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ୍‌ କୁମାର ପୃଷ୍ଟି, ସାମାଜିକ ଗଣମାଧ୍ୟମ ସଂଯୋଜକ ରାକେଶ ବେହେରା ପ୍ରମୁଖ ସହଯୋଗ କରିଥିଲେ।