ଯୋଡ଼ା ସହରରେ ପଶିଲେ ହାତୀ

ଯୋଡ଼ା,୮ା୫(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଯୋଡ଼ା ସହରରେ ଗୁରୁବାର ୧୮ଟି ହାତୀ ପଶି ଆତଙ୍କ ଖେଳାଇଥିଲେ। ହାତୀପଲ ନିକଟସ୍ଥ ଜଙ୍ଗଲରୁ ଆସି ସହରର ଗୋପମହାନ୍ତି ହାଟିଂସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ବୁଲା ସାହି, ସେଗ୍ରିଗେସନ ଅଞ୍ଚଳରେ ସନ୍ଧ୍ୟା ୭ଟା ବେଳେ ଉପଦ୍ରବ ଚଳାଇଥିଲେ। ତେବେ ହାତୀପଲ ସହରରେ ସେପରି କିଛି କ୍ଷୟକ୍ଷତି କରି ନ ଥିବା ବେଳେ ଏତେ ସଂଖ୍ୟକ ହାତୀଙ୍କୁ ଦେଖିବା ପାଇଁ ଲୋକେ ଭିଡ଼ ଜମାଇଥିଲେ। ଲକଡାଉନ୍‌ ଯୋଗୁ ସହରରେ ଲୋକଙ୍କ କମ୍‌ ଚଳପ୍ରଚଳ ଏବଂ ଖଣିଜ ପରିବହନ କାର୍ଯ୍ୟରେ ନିୟୋଜିତ ଥିବା ଯାନବାହାନ ଚଳାଚଳ କମ୍‌ ରହୁଥିବାରୁ ହାତୀପଲ ସହରାଭିମୁଖୀ ହୋଇଛନ୍ତି। ଏକ ଦଶନ୍ଧି ପୂର୍ବେ ସହରରେ ଏହିପରି ହାତୀ ପ୍ରବେଶ କରି ବୁଲୁଥିବା ଦେଖିବାକୁ ମିଳିଥିଲା ବୋଲି ଯୋଡ଼ା ଅଞ୍ଚଳର ଶିକ୍ଷାବିତ୍‌ ସୋମନାଥ ମହାନ୍ତି କହିଛନ୍ତି। ଯୋଡ଼ା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର କୁହନ୍ତି ଯେ, ଖଣିଖାଦାନଗୁଡିକରେ ଉଚ୍ଚ ଶକ୍ତି ସମ୍ପନ୍ନ ବାରୁଦ ବିସ୍ଫୋରଣ, ଜଙ୍ଗଲକାଟ୍‌ ଓ ହାଇମାକ୍ସ ଲାଇଟ୍‌ ଯୋଗୁ ହାତୀପଲ ଜଙ୍ଗଲରେ ବିଚରଣ କରି ନ ପାରି ସହରାଭିମୁଖୀ ହେଉଛନ୍ତି। ଏ ସମ୍ପର୍କରେ ଯୋଡ଼ା ବନପାଳ ପିଅନ ନାଏକ କହିଛନ୍ତି ଯେ, ଏହି ୧୮ଟି ହାତୀ ମଧ୍ୟରେ ୪ଟି ଦନ୍ତା, ୮ଟି ମାଈ ଓ ୬ଟି ଛୁଆ ହାତୀ ଅଛନ୍ତି। ନିକଟସ୍ଥ ୧୪ ନଂ. ଓ୍ବାର୍ଡ ବିଛାକୁଣ୍ଡି ଓ ଯୋଡା ମଧ୍ୟରେ ଥିବା ଜଙ୍ଗଲରେ ଏହି ହାତୀପଲ ରହୁଥିବା ସେ ପ୍ରକାଶ କରିଛନ୍ତି। ଏହି ହାତୀପଲ ୧ ସପ୍ତାହ ହେବ ଯୋଡ଼ା ଭ୍ୟୁର ବଟନିକାଲ ପାର୍କରେ ଉପଦ୍ରବ ଚଳାଇ ବଗିଚାରେ ଥିବା ବୃକ୍ଷଲତାକୁ ଦଳିଚକଟି ନଷ୍ଟ କରି ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri