ଯୁବ ବ୍ୟବସାୟୀଙ୍କଠାରୁ ଲୁଟ୍‌ ଉଦ୍ୟମ ମହଙ୍ଗା ପଡ଼ିଲା: ନିର୍ଧୂମ ଛେଚି ପୋଲିସର ଜିମା ଦେଲେ ଲୋକେ

ଜଳେଶ୍ୱର,୪।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ନଂ ଜାତୀୟ ରାଜପଥ ନିକଟ ଜମାଳପୁର ବାଇପାସ ନିକଟରେ ଜଣେ ଯୁବ ବ୍ୟବସାୟୀଙ୍କଠାରୁ ଲୁଟ୍‌ ଉଦ୍ୟମ ଦୁର୍ବତ୍ତମାନଙ୍କୁ ମହଙ୍ଗା ପଡ଼ିଛି। ଯୁବ ବ୍ୟବସାୟୀଜଣଙ୍କ ହେଲେ ଅଭିମନ୍ୟୁ ସାହୁ। ତାଙ୍କ ଘର ଉକ୍ତ ଥାନା ଅନ୍ତର୍ଗତ ରାୟାରାମଚନ୍ଦ୍ରପୁର ଗ୍ରାମରେ ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ, ଅଭିମନ୍ୟୁ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ପାଖରେ ଟଙ୍କା ଥିବା ସନ୍ଦେହ କରି ପଛପଟୁ ଆକ୍ରମଣ କରିଥିଲେ। ମାତ୍ର ସେ ଦୁଇଜଣଙ୍କୁ ଠେଲି ଦେବାରୁ ସେମାନେ ଗାଡ଼ିରୁ ପଡ଼ିଯାଇ ବିଲକୁ ଦୌଡ଼ି ପଳାଇଥିଲେ। ବିଲରେ କାମ କରୁଥିବା ଲୋକେ ଏହା ଦେଖି ଲୁଟେରାମାନଙ୍କୁ କାବୁ କରି ନିଧୂର୍ର୍ମ ଛେଚି ପୋଲିସର ଜିମା ଦେଇଥିଲେ। ଏହାପରେ ଗୁରୁତର ଅଭିମନ୍ୟୁଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି।