ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହନ ଲୋଡ଼ା

ବଡ଼ବିଲ, ୧୫।୧୦(ସ୍ବ.ପ୍ର.)-ଜୀବନ ଯେତେ ସଂଘର୍ଷପୂର୍ଣ୍ଣ ହେଲେ ବି ସାଧନା ଓ ଚେଷ୍ଟା ଦ୍ୱାରା ସଫଳତା ମିଳିବା ସମ୍ଭବ । ଏଥିଲାଗି ଯୁବପ୍ରତିଭାଙ୍କୁ ପ୍ରୋତ୍ସାହନ ମିଳିବା ଦରକାର। ଏକଥା କହିଛନ୍ତି କେନ୍ଦୁଝର ଜିଲା ବଡବିଲର ସୁନାପୁଅ ସଚିନ। ଗତ ୭ ଓ ୮ ତାରିଖ ଦୁଇଦିନ ଧରି ମାଲେସିଆରେ ଅନୁଷ୍ଠିତ ଉସୁ ପ୍ରତିଯୋଗିତାରେ ସେ ଭାଗ ନେଇ ସ୍ବର୍ଣ୍ଣ ଜିତି ଜିଲା, ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି। ସରକାର ତଥା ପ୍ରଶାସନର ବିନା ସହାୟତାରେ ସେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ଲାଭ କରିଥିବାରୁ ବଡବିଲବାସୀଙ୍କ ସହଯୋଗ ଓ ସମର୍ଥନ ସକାଶେ କୃତଜ୍ଞତା ଜଣାଇଛନ୍ତି। ମାଲେସିଆରୁ ଫେରି ହାଓ୍ବଡା-ବଡ଼ବିଲ ଜନଶତାବ୍ଦୀ ଏକ୍ସପ୍ରେସ ଟ୍ରେନ ଯୋଗେ ଆସି ରବିବାର ବଡ଼ବିଲ ରେଳ ଷ୍ଟେଶନରେ ପହଞ୍ଚବା ପରେ ତାଙ୍କୁ ମହାନ୍ତ ମାର୍ଶଲ ଆର୍ଟ ସଂଗଠନ ସମେତ ବିଭିନ୍ନ ଅନୁଷ୍ଠାନ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି। ନିଜ ଘର ବଡ଼ବିଲ ମହାନ୍ତ ବସ୍ତିରେ ସଚିନ ପହଞ୍ଚିବା ପରେ ସେଠାକାର ପରିବେଶ ଉତ୍ସବମୁଖର ହୋଇ ଉଠିଥିଲା। ଉସୁ ପ୍ରତିଯୋଗିତାରେ ଏହି ସ୍ବର୍ଣ୍ଣ ବିଜେତାଙ୍କ ଲାଗି ଏବେ ଚାରି ଆଡୁ ଛୁଟିଛି ପ୍ରଶଂସାର ସୁଅ ।
ବଡ଼ବିଲ ମହାନ୍ତ ବସ୍ତିର ଏକ ମଧ୍ୟବିତ୍ତ ପରିବାରରେ ସଚିନଙ୍କ ଜନ୍ମ। ମାତା ଦମୟନ୍ତୀ ଓ ପିତା କୁଶଧ୍ୱଜ ମହାନ୍ତ। ସଚିନଙ୍କର ୪ ଭାଇ। ସେ ସବା ସାନ । ପିଲାଦିନୁ କ୍ରୀଡା ଓ ପାଠପଢା ଲାଗି ତାଙ୍କୁ ବହୁ ସଂଘର୍ଷ କରିବାକୁ ପଡିଛି। ବଡବିଲ ନୋଡାଲ ସ୍କୁଲରେ ପଢୁଥିବା ବେଳେ ମାର୍ଶଲ ଆର୍ଟ ପ୍ରତି ଆକୃଷ୍ଟ ହୋଇଥିଲେ। ଟ୍ରେନର ପଙ୍କଜ ମହାନ୍ତଙ୍କଠାରୁ ତାଲିମ ନେଇ କେତେକ ପ୍ରତିଯୋଗିତାରେ ସଫଳତା ପାଇଥିଲେ। ସେବେଠାରୁ ନିୟମିତ କ୍ରୀଡ଼ାଭ୍ୟାସ ଲାଗି ଅଧିକ ସମୟ ଦେବାରୁ ପାଠପଢା ବାଧାପ୍ରାପ୍ତ ହୋଇଥିଲା। ସେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ ବି ଅକୃତକାର୍ଯ୍ୟ ହୋଇଥିଲେ। ଆଗକୁ ବଢିବାର ସ୍ବପ୍ନ ଓ ସଙ୍କଳ୍ପ ଅଧୁରା ରହିଗଲା ଭଳି ତାଙ୍କୁ ଲାଗିଥିଲା। କିନ୍ତୁ ସେ ହାର୍‌ ନ ମାନି କ୍ରୀଡ଼ାଭ୍ୟାସ ଜାରି ରଖିଥିଲେ। କିଛି ବର୍ଷର ବ୍ୟବଧାନ ପରେ ଯୋଗଯୋଗ ପାଠ୍ୟକ୍ରମରେ ପରୀକ୍ଷା ଦେଇ ସେ ଯୁକ୍ତ ଦୁଇ ପାସ୍‌ କରିଥିଲେ। ସଚିନ ଏବେ ବଡବିଲ କଲେଜରେ ଗ୍ରାଜୁଏଶନ କରୁଛନ୍ତି। ବଣମଲ୍ଲି ଭଳି ଲୁଚି ରହିଥିବା ତାଙ୍କ ପ୍ରତିଭାକୁ କେହି ଚିହ୍ନି ନ ଥିଲେ ବି ସେ ଉସୁ ଭଳି ମାର୍ଶଲ ଆର୍ଟ କ୍ରୀଡ଼ା ଖେଳି ଲକ୍ଷ୍ୟ ପଥରେ ଆଗକୁ ବଢିବାକୁ ସ୍ବପ୍ନ ଦେଖି ଚାଲିଥିଲେ। ନୂଆଦିଲ୍ଲୀ ସ୍ଥିତି ‘ଓ୍ବାନ ନେଶନ, ଓ୍ବାନ ଫତ୍ଲାଗ ଓ ଓ୍ବାନ ସୋଲ୍‌’ ଅନୁଷ୍ଠାନ ତାଙ୍କ ପ୍ରତିଭାକୁ ଚିହ୍ନି ବଢାଇଥିଲା ସୁଯୋଗ ଓ ସହାୟତାର ହାତ । ଦୁଇ ମାସ ତଳେ ସଚିନଙ୍କୁ ପ୍ରତିଯୋଗିତାରେ ପରଖି ଅନ୍ତର୍ଜାତୀୟ ସ୍ତରରେ ଖେଳିବା ଲାଗି ତାଙ୍କୁ ମନୋନୀତ କରାଯାଇଥିଲା।
ଅନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରି ଫେରିବା ପରେ ସଚିନ ଧରିତ୍ରୀକୁ ଏକ ସାକ୍ଷାତ୍‌କାର ଦେଇ ତାଙ୍କ ଅନୁଭୂତି ବାଣ୍ଟିଛନ୍ତି । ସେ କହିଛନ୍ତି, ପ୍ରଥମ ବିଦେଶ ଗସ୍ତର ଅନୁଭୂତି ଥିଲା ତାଙ୍କ ପାଇଁ ରୋମାଞ୍ଚକର । ମାଲେସିଆରେ ଗତ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଉସୁ ସମେତ ଜୁଡୋ, କରାଟେ ଆଦି ବିଭିନ୍ନ ବିଭାଗରେ ପ୍ରତିଯୋଗିତା ହୋଇଥିଲା। ୭ ଓ ୮ ତାରିଖ ଦୁଇ ଦିନ ଜୁଡୋ ପ୍ରତିଯୋଗିତା ହୋଇଥିଲା। ଏଥିରେ ଭାରତ, ମାଲେସିଆ, ନେପାଳ ଓ ଭୁଟାନ ପ୍ରଭୃତି ଦେଶ ଅଂଶ ଗ୍ରହଣ କରିଥିଲେ। ଭାରତରୁ ମୋଟ ୧୮ ଜଣ ଖେଳାଳି ୩ ଜଣ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଯୋଗ ଦେଇଥିଲେ। ସଚିନ ବଡବିଲରୁ ଟ୍ରେନ ଧରି ଟାଟାନଗର ଦେଇ ଦିଲ୍ଲୀରେ ପହଞ୍ଚିବା ପରେ ସେଠାରୁ ବିମାନ ଯୋଗେ ମାଲେସିଆ ଯାତ୍ରା କରିଥିଲେ। ଖର୍ଚ୍ଚ ବହନ ଲାଗି ତାଙ୍କୁ ସରକାରୀ ସହାୟତା ମିଳି ନ ଥିଲା। ବଡବିଲ୍‌ର କେତେକ ବଦାନ୍ୟ ବ୍ୟକ୍ତି ସହାୟତା ପ୍ରଦାନ କରିଥିଲେ। ଆନ୍ତର୍ଜାତିକ ଉସୁ ପ୍ରତିଯୋଗିତାରେ କଡା ଟକ୍କର ମଧ୍ୟରେ ସେ ମାଲେସିଆକୁ ୨-୦ ରାଉଣ୍ଡରେ ପରାଜିତ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେଠାରେ ବିଭିନ୍ନ ଖେଳାଳିିଙ୍କ ସହ ମିଶି ନିଆରା ଅନୁଭୂତି ଲାଭ କରି ସେଠାରୁ ଫେରି ଗତ ୧୧ ତାରିଖରେ ଦିଲ୍ଲୀ ପହଞ୍ଚିଥିଲେ। ଦିଲ୍ଲୀଠାରୁ ଜନ୍ମମାଟି ଯାଏ ତାଙ୍କୁ ମିଳିଥିବା ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ତାଙ୍କୁ ଆଗକୁ ବଢିବା ଲାଗି ପ୍ରେରଣା ଯୋଗାଇବ । ଆଗକୁ ଉସୁ କ୍ରୀଡ଼ାରେ ଭାଗ ନେଇ ସେ ଦେଶ ଲାଗି ଅଧିକ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଥିବା କହିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri