ଯୁବ ଉଦ୍ୟୋଗୀ ସମ୍ମାନ ପାଇବେ ପ୍ରତୀକ

ବାଲେଶ୍ୱର ଅଫିସ,୨୩୨।୯:ବାଲେଶ୍ୱର ହାଇଲାଣ୍ଡ ଗ୍ରୁପ୍‌ର ଅଧ୍ୟକ୍ଷ ପ୍ରତୀକ ଜେନା ପାଇବେ ଯୁବ ଉଦ୍ୟୋଗୀ ସମ୍ମାନ। ଗତ ୨ବର୍ଷ ଭିତରେ ୪ଶହ କୋଟି ଟଙ୍କାର ରପ୍ତାନୀ କରି ଭାରତ ପାଇଁ ଯୁବ ବ୍ୟବସାୟୀ ଭାବେ ସେ ଗୌରବ ଆଣିଛନ୍ତି। ଭାରତର ସି ଫୁଡ୍‌ କମ୍ପାନୀ ମଧ୍ୟରେ ଶ୍ରେଷ୍ଠ ୧୦ ଷ୍ଟାର୍ଟଅପ୍‌ କମ୍ପାନୀ ଭିତରେ ସେ ସ୍ଥାନ ପାଇଛନ୍ତି। ସେଥିପାଇଁ ଭୁବନେଶ୍ୱରରେ ଆସନ୍ତା ୨୫ ତାରିଖରେ ହେବାକୁ ଥିବା ‘ଦ ୟଙ୍ଗ ଚେଞ୍ଜ ମେକର’ ସମ୍ମିଳନୀ ଓ ସମ୍ମାନ ଉତ୍ସବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।
ଯେ, ପ୍ରତୀକ ବାଲେଶ୍ୱରର ପୂର୍ବତନ ଏମ୍‌ପି ତଥା ବିଜେଡି ଜିଲା ସଭାପତି ଇଂ. ରବୀନ୍ଦ୍ର କୁମାର ଜେନା ଓ ସମାଜସେବୀ ସୁବାସିନୀ ଜେନାଙ୍କ ପୁତ୍ର ଅଟନ୍ତି। ଗତ ଜାନୁଆରୀ ମାସରେ ‘ଏ ଟ୍ରେଣ୍ଡସେଟର ଇନ ଦ ସିଫୁଡ ପ୍ରୋସେସିଂ କଲଚର’ ପାଇଁ ‘ଆଉଟ ଲୁକ୍‌’ ପତ୍ରିକାର କଭର ପେଜରେ ସ୍ଥାନରେ ପାଇଥିଲେ ପ୍ରତୀକ। ପିଲାବେଳୁ ପ୍ରତୀକ ବ୍ୟବସାୟ ପ୍ରତି ଆକୃଷ୍ଟ ହୋଇଥିଲେ। ପାଠ ପଢୁଥିଲା ବେଳେ ହେଲଥ କ୍ଲବ କରିବା ସହ ପରବର୍ତ୍ତୀ ସମୟରେ ଭିନ୍ନ ଭିନ୍ନ ବ୍ୟବସାୟରେ ମନୋନିବେଶ କରିଥିଲେ। ଏବେ ମେରାଇନ୍‌ ବ୍ୟବସାୟରେ ଲିପ୍ତ ରହିଛନ୍ତି।