ଯୁବନେତାଙ୍କୁ ଚାପୁଡା ମାରିଲେ ଏମ୍‌ପି

ପାରଳାଖେମୁଣ୍ଡି,୨୫।୯(ସ୍ବ.ପ୍ର.):ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ମଙ୍ଗଳବାର ଜିଲା ବିଜେଡିର ଏକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନ୍ୟ ଦଳର କର୍ମୀ ଓ ନେତା ବିଜେଡିରେ ସାମିଲ ହୋଇଥିଲୋ। ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ବିଜେଡିରେ ଯୋଗ ଦେବାକୁ ଆସିଥିବା ଜିଲା କଂଗ୍ରେସର ଯୁବନେତା ସଂଗ୍ରାମ କେଶରୀ ସାହୁଙ୍କ ଚାପୁଡା ମାରିଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନାଯୋଗ୍ୟ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଦଳରେ ମିଶିବାକୁ ଆସିଥିବା ଜଣଙ୍କ ପରେ ଜଣେ ନେତାଙ୍କୁ ଡାକି ବିଜେଡିର ଦଳୀୟ ଉପଢୌକନ ପକାଉଥିବାବେଳେ ସଂଗ୍ରାମଙ୍କ ପାଳି ଆସିଥିଲା। ସେ ବିଧାୟକଙ୍କଠାରୁ ଉପଢୌକନ ନେଇ ଏମ୍‌ପିଙ୍କୁ ବଢାଇ ଦେଇଥିଲୋ ଏହି ସମୟରେ ଶ୍ରୀ ସାହୁ ହଠାତ୍‌ ଉତ୍‌କ୍ଷିପ୍ତ ହୋଇ ସଂଗ୍ରାମଙ୍କୁ ଚାପୁଡା ମାରିଥିବାର ଜଣାପଡିଛି ା