ଯୁବତୀ ନିଖୋଜ ଘଟଣା:ପୂର୍ବ ଶତ୍ରୁତାରୁ ରାଧାରାଣୀଙ୍କୁ ହତ୍ୟା,ଅଟୋ ଚାଳକ ଗିରଫ

ଓଡ଼ଗାଁ, ୪।୯(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅଞ୍ଚଳରେ ୨୨ ତାରିଖରୁ ନିଖୋଜ ଥିବା ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଛି। ଏହି ମାମଲାରେ ସ୍ଥାନୀୟ ପୋଲିସ ସୋମବାର ଜଣେ ଅଟୋ ଚାଳକଙ୍କୁ ଗିରଫ କରିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ହୋଇଥିବାବେଳେ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି ା ମୃତା ଯୁବତୀ ହେଲେ ଓଡଗଁା ଥାନା ଗୌଡ଼ପୁଟ ପଞ୍ଚାୟତର ରାଧାରାଣୀ ଜେନା(୨୮)। ପୋଲିସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଘଷାଦେଇପୁର ଗ୍ରାମର ପ୍ରହଲ୍ଲାଦ ନାୟକ(୩୪) ଓରଫ ପହଲିଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି ା ନିଖୋଜର ୧୨ଦିନ ପରେ ଯୁବତୀଙ୍କ ମୃତଦେହ ନଦୀପଠାରୁ ଉଦ୍ଧାର କରାଯାଇଛି।
ସୂତ୍ରରୁ ପ୍ରକାଶ, କୌଣସି କାରଣକୁ ନେଇ ୨୦୧୮ ଜୁଲାଇରେ ରାଧାରାଣୀଙ୍କ ସହିତ ପ୍ରହଲ୍ଲାଦଙ୍କ ବଚସା ହୋଇଥିଲା । ପରେ ରାଧାରାଣୀ ଓଡ଼ଗାଁ ତୋଟାସାହିରେ ରହୁଥିବା ପ୍ରହଲ୍ଲାଦଙ୍କ ଘରେ ପଶି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ରାଧାରାଣୀଙ୍କ ଆକ୍ରମଣରେ ସେ ଗୁରୁତର ହୋଇଥିବାରୁ ଲକ୍ଷାଧିକ ଟଙ୍କା ବ୍ୟୟ କରି ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ ା ତେବେ ରାଧାରାଣୀଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ସେ ଚାହିଁ ରହିଥିଲେ।
ଏପରିସ୍ଥଳେ ରାଧାରାଣୀ ୨୨ ତାରିଖ ସକାଳେ ଭୁବନେଶ୍ୱରରୁ ଏକ ପୁରୁଣା କାର୍‌ କିଣିବାକୁ ମନସ୍ଥ କରି ନିକଟସ୍ଥ ଭାଡିକିଳା ଗ୍ରାମରୁ ଏକ କାର୍‌ ଭଡ଼ାକରି ବୈକୁଣ୍ଠ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ସହିତ ଭୁବନେଶ୍ୱର ଯାଇଥିଲେ ା ହେଲେ ସେଠାରେ କାର୍‌ କିଣିବା ସମ୍ଭବ ନ ହେବାରୁ ଉକ୍ତ କାର୍‌ରେ ହିଁ ସେମାନେ ଗାଁକୁ ଫେରିଆସିଥିଲେ ା ହେଲେ କାର କିଣିବାରେ ମଧ୍ୟସ୍ଥ ସାଜିଥିବା ବୈକୁଣ୍ଠଙ୍କ ସହିତ ରାଧାରାଣୀଙ୍କ ବଚସା ହୋଇଥିଲା। ରାଧାରାଣୀ ବୈକୁଣ୍ଠଙ୍କୁ ବହୁତ ଗାଳିଗୁଲଜ କରିଥିଲେ ା ଏଥିରେ ବୈକୁଣ୍ଠ ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ହଇରାଣ କରିବାକୁ ମନସ୍ଥ କରିଥିଲେ। ଏ ସମ୍ପର୍କରେ ସେ ପ୍ରହଲ୍ଲାଦଙ୍କୁ ଫୋନ୍‌ ଯୋଗେ ଜଣାଇଥିଲେ । ଉଭୟଙ୍କ ଯୋଜନା ଅନୁସାରେ ପ୍ରହଲ୍ଲାଦ ସେହି ରାତିରେ ନିଜ ଅଟୋରେ ଆସି ପଞ୍ଚରିଡା ପମ୍ପ ହାଉସ ନିକଟରେ ଲୁଚି ରହିଥିଲେ ା ରାଧାରାଣୀ ଅଖରିଆ ଗାଁକୁ ଯିବା ପାଇଁ ଭଡ଼ା କାରରୁ ବଡ଼ପୁଟ ଛକରେ ଓହ୍ଲାଇ ପଞ୍ଚରିଡ଼ା ଦେଇ ଚାଲି ଚାଲି ଯାଉଥିବା ବେଳେ ବିଳମ୍ବତି ରାତିରେ ପ୍ରହଲ୍ଲାଦ ହଠାତ୍‌ ତାଙ୍କ ସମ୍ମୁଖକୁ ଆସିଥିଲେ ା ରାଧାରାଣୀଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା ା ଏଥିରେ ପ୍ରତିଶୋଧ ପରାୟଣ ହୋଇ ପ୍ରହଲ୍ଲାଦ ଅଟୋରୁ ଏକ ବାଉଁଶ ଠେଙ୍ଗା ବାହାରକରି ତାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର ଦେବାରୁ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଟୋ ଭିତରେ ହିଁ ଲୋଟି ପଡିଥିଲେ ା ପରେ ପ୍ରହଲ୍ଲାଦ ଏବଂ ବୈକୁଣ୍ଠ ମିଶି ରଶିରେ ଦୁଇ ପାର୍ଶ୍ୱରୁ ରାଧାରାଣୀଙ୍କ ବେକ ଚାପି ଜୀବନରେ ମାରି ଦେଇଥିଲେ ା ଏପରିକି ହତ୍ୟାକାଣ୍ଡର ପରଦିନ ଅର୍ଥାତ ୨୩ ତାରିଖ ଦିନସାରା ପ୍ରହଲ୍ଲାଦ ଅଟୋ ପଛରେ ରାଧାରାଣୀଙ୍କ ମୃତଦେହ ରଖି ଯାତ୍ରୀ ପରିବହନ କରିଥିଲେ ା ରାତିରେ ଅଟୋରେ ବୈକୁଣ୍ଠଙ୍କ ସହିତ କଣ୍ଟିଲୋ ନିକଟସ୍ଥ ସିଧାମୁଳା ମହାନଦୀ ପୋଲ ଉପରକୁ ଯାଇ ସେଠାରେ ମୃତଦେହକୁ ମହାନଦୀ ଭିତରକୁ ଫୋପାଡି ଚାଲି ଆସିଥିଲେ ା ଅନ୍ୟପକ୍ଷେ ରାଧାରାଣୀଙ୍କ ନିଖୋଜ ସମ୍ପର୍କରେ ତାଙ୍କ ମା’ ଧୋବଣୀ ଜେନା ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨୭ ତାରିଖରେ ୧୪୨/୧୯ ରେ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ କରୁଥିଲା ା ଭୁବନେଶ୍ୱର ଯାଇଥିବା ସମ୍ପୃକ୍ତ କାର୍‌ ଡ୍ରାଇଭରଙ୍କୁ ପୋଲିସ ପଚରାଉଚୁରା କରିବା ପରେ ହତ୍ୟାକାଣ୍ଡ ସମ୍ପର୍କରେ ସାମାନ୍ୟ ସୁରାକ ପାଇଥିଲା। ସନ୍ଦେହରେ ପୋଲିସ ସମ୍ପୃକ୍ତ ଅଟୋ ଡ୍ରାଇଭର ପ୍ରହଲ୍ଲାଦଙ୍କୁ ସୋମବାର ତାଙ୍କ ଘରୁ ଗିରଫ କରିବା ପରେ ସମସ୍ତ ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ପ୍ରହଲ୍ଲାଦଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବାବେଳେ ଜାମିନ ଆବଦେନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ା ଅନ୍ୟପକ୍ଷେ ସ୍ଥାନୀୟ ପୋଲିସ ମୃତଦେହ ଠାବ କରିବାକୁ ପୁରୀ, ନୟାଗଡ଼, ଜଗତ୍‌ସିଂହପୁର ଓ କଟକ ଜିଲାର ସମସ୍ତ ଥାନାକୁ ଅବଗତ କରିଥିଲା। ଏପରିସ୍ଥଳେ ମଙ୍ଗଳବାର ସନ୍ଧ୍ୟାରେ ଜଗତ୍‌ସିଂହପୁର ଜିଲା ନାଉଗାଁ ପୋଲିସ ଦେବୀନଦୀ ପଠାରୁ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରି ଓଡଗଁା ପୋଲିସକୁ ସୂଚନା ଦେଇଛି। ତାହା ରାଧାରାଣୀଙ୍କର ବୋଲି ପୋଲିସ ଅନୁମାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ଯୋଗଦେଲେ ଇରାନୀ ରାୟ; ଅରୁଣଙ୍କ ରାସ୍ତା ସଫା, ସମ୍ବିତଙ୍କ ପାଇଁ ସମସ୍ୟା

ଭୁବନେଶ୍ୱର,୨୪।୩: ଭାଜପା ନେତ୍ରୀ ଇରାନୀ ରାୟ ରବିବାର ବିଜେଡିରେ ଯୋଗ ଦେଇଛନ୍ତି। ଶତାଧିକ କର୍ମୀଙ୍କ ସହିତ ଆସି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ...

ନୟାଗଡ ଭାଜପାକୁ  ଝଟ୍‌କା: ବିଜେଡିରେ ଯୋଗଦେଲେ ଇରାନୀ ରାୟ

ନୟାଗଡ଼,୨୪।୩(ଲୋକନାଥ ମିଶ୍ର): ନୟାଗଡ଼ ଭାଜପାକୁ  ଝଟ୍‌କା । ଭାଜପା ନେତ୍ରୀ ଇରାନୀ ରାୟ ରବିବାର ବିଜେଡିରେ ଯୋଗଦେଇଛନ୍ତି।  ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ...

ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ଖଣ୍ଡପଡ଼ା ଅଞ୍ଚଳବାସୀ

ଖଣ୍ଡପଡ଼ା,୨୪ା୩ (ଅଜୟ କୁମାର ମହାରଣା):ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ା ତୃଣମୂଳସ୍ତରରେ ୧୦୮ ଆମ୍ବୁଲାନ୍ସ ସେବା କିପରି...

ଗୋକୁଳାନନ୍ଦ ପୀଠ ରାସ୍ତା ଅନ୍ଧକାର

ଖଣ୍ଡପଡ଼ା,୨୪ା୩ (ଅଜୟ କୁମାର ମହାରଣା):ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ସିଧାମୂଳାସ୍ଥ ଗୋକୁଳାନନ୍ଦ ପୀଠ ଏବଂ ତତ୍‌ସଂଲଗ୍ନ ମଧୁକର୍ଣ୍ଣିକା ପାହାଡ଼ରେ ଅବସ୍ଥିତ ଇକୋ ଟୁରିଜିମ ପରିବେଶ ପର୍ଯ୍ୟଟନସ୍ଥଳୀ କେନ୍ଦ୍ରକୁ...

ପାଇଖାନା ନିର୍ମାଣରେ ଅନିୟମିତତା

ଖଣ୍ଡପଡ଼ା,୨୨ା୩(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ୨୨ ପଞ୍ଚାୟତରେ ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଯୋଜନାରେ ୨୨ ହଜାର ପାଇଖାନା ନିର୍ମାଣ ପାଇଁ ସରକାରଙ୍କ...

ନୟାଗଡରେ ନବ ନିର୍ମିତ ରାମ ମନ୍ଦିରରୁ ଚୋରି

ନୟାଗଡ଼,୨୦।୩: ନୟାଗଡରେ ନବ ନିର୍ମିତ ରାମ ମନ୍ଦିରରୁ ହୋଇଛି ବଡ଼ ଚୋରି। ଦୁର୍ବୁତ୍ତମାନେ ମନ୍ଦିରରୁ ଲକ୍ଷାଧିକ ଟଙ୍କା ଏବଂ ସୁନା ଅଳଙ୍କାର ନେଇ ପଳାଇଥିବା କୁହାଯାଉଛି।...

ନିଆଁ ବଳୟରେ ନୟାଗଡ଼ ବନଖଣ୍ଡ ଜଙ୍ଗଲ

ନୟାଗଡ଼ ଅଫିସ,୧୮ା୩(ଲୋକନାଥ ମିଶ୍ର): ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ସରକାର ଅନୁଦାନ ଯୋଗାଇ ଦେଉଛନ୍ତି। ତେବେ ନୟାଗଡ଼ ବନଖଣ୍ଡରେ ମନୁଷ୍ୟକୃତ ନିଆଁର ଭୟାବହତା ଚିନ୍ତାର...

ଭୋଟର ଖୋଜୁଛନ୍ତି ନୂଆ ମୁହଁ

ନୟାଗଡ଼/ରଣପୁର,୧୮।୩(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲାର ରଣପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଶାସକ ଦଳର ସତ୍ୟ ନାରାୟଣ ପ୍ରଧାନ ବିଧାୟକ ଅଛନ୍ତି। ହେଲେ ଦଳରେ ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri