ଯୁବତୀ ନିଖୋଜ ଘଟଣା:ପୂର୍ବ ଶତ୍ରୁତାରୁ ରାଧାରାଣୀଙ୍କୁ ହତ୍ୟା,ଅଟୋ ଚାଳକ ଗିରଫ

ଓଡ଼ଗାଁ, ୪।୯(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅଞ୍ଚଳରେ ୨୨ ତାରିଖରୁ ନିଖୋଜ ଥିବା ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଛି। ଏହି ମାମଲାରେ ସ୍ଥାନୀୟ ପୋଲିସ ସୋମବାର ଜଣେ ଅଟୋ ଚାଳକଙ୍କୁ ଗିରଫ କରିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ହୋଇଥିବାବେଳେ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି ା ମୃତା ଯୁବତୀ ହେଲେ ଓଡଗଁା ଥାନା ଗୌଡ଼ପୁଟ ପଞ୍ଚାୟତର ରାଧାରାଣୀ ଜେନା(୨୮)। ପୋଲିସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଘଷାଦେଇପୁର ଗ୍ରାମର ପ୍ରହଲ୍ଲାଦ ନାୟକ(୩୪) ଓରଫ ପହଲିଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି ା ନିଖୋଜର ୧୨ଦିନ ପରେ ଯୁବତୀଙ୍କ ମୃତଦେହ ନଦୀପଠାରୁ ଉଦ୍ଧାର କରାଯାଇଛି।
ସୂତ୍ରରୁ ପ୍ରକାଶ, କୌଣସି କାରଣକୁ ନେଇ ୨୦୧୮ ଜୁଲାଇରେ ରାଧାରାଣୀଙ୍କ ସହିତ ପ୍ରହଲ୍ଲାଦଙ୍କ ବଚସା ହୋଇଥିଲା । ପରେ ରାଧାରାଣୀ ଓଡ଼ଗାଁ ତୋଟାସାହିରେ ରହୁଥିବା ପ୍ରହଲ୍ଲାଦଙ୍କ ଘରେ ପଶି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ରାଧାରାଣୀଙ୍କ ଆକ୍ରମଣରେ ସେ ଗୁରୁତର ହୋଇଥିବାରୁ ଲକ୍ଷାଧିକ ଟଙ୍କା ବ୍ୟୟ କରି ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ ା ତେବେ ରାଧାରାଣୀଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ସେ ଚାହିଁ ରହିଥିଲେ।
ଏପରିସ୍ଥଳେ ରାଧାରାଣୀ ୨୨ ତାରିଖ ସକାଳେ ଭୁବନେଶ୍ୱରରୁ ଏକ ପୁରୁଣା କାର୍‌ କିଣିବାକୁ ମନସ୍ଥ କରି ନିକଟସ୍ଥ ଭାଡିକିଳା ଗ୍ରାମରୁ ଏକ କାର୍‌ ଭଡ଼ାକରି ବୈକୁଣ୍ଠ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ସହିତ ଭୁବନେଶ୍ୱର ଯାଇଥିଲେ ା ହେଲେ ସେଠାରେ କାର୍‌ କିଣିବା ସମ୍ଭବ ନ ହେବାରୁ ଉକ୍ତ କାର୍‌ରେ ହିଁ ସେମାନେ ଗାଁକୁ ଫେରିଆସିଥିଲେ ା ହେଲେ କାର କିଣିବାରେ ମଧ୍ୟସ୍ଥ ସାଜିଥିବା ବୈକୁଣ୍ଠଙ୍କ ସହିତ ରାଧାରାଣୀଙ୍କ ବଚସା ହୋଇଥିଲା। ରାଧାରାଣୀ ବୈକୁଣ୍ଠଙ୍କୁ ବହୁତ ଗାଳିଗୁଲଜ କରିଥିଲେ ା ଏଥିରେ ବୈକୁଣ୍ଠ ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ହଇରାଣ କରିବାକୁ ମନସ୍ଥ କରିଥିଲେ। ଏ ସମ୍ପର୍କରେ ସେ ପ୍ରହଲ୍ଲାଦଙ୍କୁ ଫୋନ୍‌ ଯୋଗେ ଜଣାଇଥିଲେ । ଉଭୟଙ୍କ ଯୋଜନା ଅନୁସାରେ ପ୍ରହଲ୍ଲାଦ ସେହି ରାତିରେ ନିଜ ଅଟୋରେ ଆସି ପଞ୍ଚରିଡା ପମ୍ପ ହାଉସ ନିକଟରେ ଲୁଚି ରହିଥିଲେ ା ରାଧାରାଣୀ ଅଖରିଆ ଗାଁକୁ ଯିବା ପାଇଁ ଭଡ଼ା କାରରୁ ବଡ଼ପୁଟ ଛକରେ ଓହ୍ଲାଇ ପଞ୍ଚରିଡ଼ା ଦେଇ ଚାଲି ଚାଲି ଯାଉଥିବା ବେଳେ ବିଳମ୍ବତି ରାତିରେ ପ୍ରହଲ୍ଲାଦ ହଠାତ୍‌ ତାଙ୍କ ସମ୍ମୁଖକୁ ଆସିଥିଲେ ା ରାଧାରାଣୀଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା ା ଏଥିରେ ପ୍ରତିଶୋଧ ପରାୟଣ ହୋଇ ପ୍ରହଲ୍ଲାଦ ଅଟୋରୁ ଏକ ବାଉଁଶ ଠେଙ୍ଗା ବାହାରକରି ତାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର ଦେବାରୁ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଟୋ ଭିତରେ ହିଁ ଲୋଟି ପଡିଥିଲେ ା ପରେ ପ୍ରହଲ୍ଲାଦ ଏବଂ ବୈକୁଣ୍ଠ ମିଶି ରଶିରେ ଦୁଇ ପାର୍ଶ୍ୱରୁ ରାଧାରାଣୀଙ୍କ ବେକ ଚାପି ଜୀବନରେ ମାରି ଦେଇଥିଲେ ା ଏପରିକି ହତ୍ୟାକାଣ୍ଡର ପରଦିନ ଅର୍ଥାତ ୨୩ ତାରିଖ ଦିନସାରା ପ୍ରହଲ୍ଲାଦ ଅଟୋ ପଛରେ ରାଧାରାଣୀଙ୍କ ମୃତଦେହ ରଖି ଯାତ୍ରୀ ପରିବହନ କରିଥିଲେ ା ରାତିରେ ଅଟୋରେ ବୈକୁଣ୍ଠଙ୍କ ସହିତ କଣ୍ଟିଲୋ ନିକଟସ୍ଥ ସିଧାମୁଳା ମହାନଦୀ ପୋଲ ଉପରକୁ ଯାଇ ସେଠାରେ ମୃତଦେହକୁ ମହାନଦୀ ଭିତରକୁ ଫୋପାଡି ଚାଲି ଆସିଥିଲେ ା ଅନ୍ୟପକ୍ଷେ ରାଧାରାଣୀଙ୍କ ନିଖୋଜ ସମ୍ପର୍କରେ ତାଙ୍କ ମା’ ଧୋବଣୀ ଜେନା ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨୭ ତାରିଖରେ ୧୪୨/୧୯ ରେ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ କରୁଥିଲା ା ଭୁବନେଶ୍ୱର ଯାଇଥିବା ସମ୍ପୃକ୍ତ କାର୍‌ ଡ୍ରାଇଭରଙ୍କୁ ପୋଲିସ ପଚରାଉଚୁରା କରିବା ପରେ ହତ୍ୟାକାଣ୍ଡ ସମ୍ପର୍କରେ ସାମାନ୍ୟ ସୁରାକ ପାଇଥିଲା। ସନ୍ଦେହରେ ପୋଲିସ ସମ୍ପୃକ୍ତ ଅଟୋ ଡ୍ରାଇଭର ପ୍ରହଲ୍ଲାଦଙ୍କୁ ସୋମବାର ତାଙ୍କ ଘରୁ ଗିରଫ କରିବା ପରେ ସମସ୍ତ ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ପ୍ରହଲ୍ଲାଦଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବାବେଳେ ଜାମିନ ଆବଦେନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ା ଅନ୍ୟପକ୍ଷେ ସ୍ଥାନୀୟ ପୋଲିସ ମୃତଦେହ ଠାବ କରିବାକୁ ପୁରୀ, ନୟାଗଡ଼, ଜଗତ୍‌ସିଂହପୁର ଓ କଟକ ଜିଲାର ସମସ୍ତ ଥାନାକୁ ଅବଗତ କରିଥିଲା। ଏପରିସ୍ଥଳେ ମଙ୍ଗଳବାର ସନ୍ଧ୍ୟାରେ ଜଗତ୍‌ସିଂହପୁର ଜିଲା ନାଉଗାଁ ପୋଲିସ ଦେବୀନଦୀ ପଠାରୁ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରି ଓଡଗଁା ପୋଲିସକୁ ସୂଚନା ଦେଇଛି। ତାହା ରାଧାରାଣୀଙ୍କର ବୋଲି ପୋଲିସ ଅନୁମାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri