ଯୁବତୀଙ୍କୁ ଅସଦାଚରଣ, କନଷ୍ଟେବଳ ନିଲମ୍ବିତ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ରାଜଧାନୀରେ ଖାକିବାବୁଙ୍କୁ ପ୍ରେମ ରୋଗ ଛାଡୁନି। ମାସକ ଭିତରେ ୩ ପୋଲିସ କର୍ମଚାରୀ ପ୍ରେମ ଓ ବଳାତ୍କାର ମାମଲାରେ ଗିରଫ ହୋଇଥିବାବେଳେ ରବିବାର ରାଜଧାନୀ ରାଜରାସ୍ତାରେ ଆଉ ଏକ ଖାକି କାରନାମା ଦେଖିବାକୁ ମିଳିଛି। ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଜଣେ ପୋଲିସ ବାବୁଙ୍କ ପାଇଁ ମହଙ୍ଗା ପଡ଼ିଛି। ଲୋକଙ୍କ ମାଡ଼ ସହ ଅସଦାଚରଣର ଶିକାର ଯୁବତୀଙ୍କ ଜୋତା ଓ ଗୋଇଠା ମାଡ଼ରେ ତାଙ୍କ ପ୍ରେମନିଶା ଉତୁରି ଯାଇଛି। ରବିବାର କ୍ୟାପିଟାଲ ଥାନା ଅନ୍ତର୍ଗତ କଳ୍ପନା ଛକ ନିକଟରେ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ (ଏସ୍‌ଏସ୍‌ବି)ର କନ୍‌ଷ୍ଟେବଳ ପ୍ରମୋଦ ବେହେରା ଏପରି କାଣ୍ଡ ଘଟାଇଛନ୍ତି। ଘଟଣା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କ୍ୟାପିଟାଲ ଥାନା ପୋଲିସ ସମ୍ପୃକ୍ତ କନ୍‌ଷ୍ଟେବଳଙ୍କୁ ଉଦ୍ଧାର କରି ଥାନାକୁ ନେଇ ପଚରାଉଚରା କରୁଛି। ତାଙ୍କ ଘର ଗଞ୍ଜାମ ଗୋଳନ୍ଥରା ଅଞ୍ଚଳରେ ହୋଇଥିବାବେଳେ ସେ ଏଠାରେ ଏସ୍‌ଏସ୍‌ବି କ୍ୟାମ୍ପ୍‌ରେ ରହୁଛନ୍ତି। ଘଟଣା ପ୍ରଘଟ ହେବା ପରେ ସମ୍ପୃକ୍ତ କନ୍‌ଷ୍ଟେବଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଡିସିପି ଅନୁପ କୁମାର ସାହୁଙ୍କ ଚିଠି ଆଧାରରେ ଏସ୍‌ଏସ୍‌ବି କମାଣ୍ଡାଣ୍ଟ୍‌ ଅଭିଯୁକ୍ତ ପ୍ରମୋଦଙ୍କୁ ନିଲମ୍ବିତ କରିଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ପୋଲିସ ଏକ ଷ୍ଟେଶନ ଡାଏରୀ କରି ଯୁବତୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା ଚଳାଇଛି। ଅଭିଯୋଗ ହେବା ପରେ ମାମଲା ରୁଜୁ କରାଯିବ ବୋଲି କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି।
ମିଳିଥିବା ସୂଚନାନୁଯାୟୀ, ସମୟ ଅପରାହ୍ନ ୨ଟା। ଜଣେ ଯୁବତୀ ସାଙ୍ଗଙ୍କ ସହ ରାଜମହଲରୁ କଳ୍ପନା ଛକ ଅଭିମୁଖେ ଆସୁଥିଲେ। କଳ୍ପନା ଛକ ନିକଟତର ହେଉଥିବାବେଳେ ହଠାତ୍‌ ଜଣେ କନ୍‌ଷ୍ଟେବଳ ପହଞ୍ଚତ୍ ଯୁବତୀଙ୍କ ହାତକୁ ଧରିନେଇଥିଲେ। ଯୁବତୀ ଜଣକ ପାଟିକରି ହାତକୁ ଛାଟିଦେବା ପରେ ପ୍ରେମନିଶାରେ ଥିବା କନ୍‌ଷ୍ଟେବଳ ତାଙ୍କୁ ପଛପଟୁ ଧରି ଅସଦାଚରଣ କରିଥିଲେ। ଚିତ୍କାର ଶୁଣି ନିକଟରେ ବ୍ୟବସାୟ କରୁଥିବା ଫଳ ଦୋକାନୀମାନେ ଦୌଡ଼ି ଆସିଥିଲେ। କନ୍‌ଷ୍ଟେବଳ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ତାଙ୍କୁ କାବୁ କରିନେଇଥିଲେ। ଏହାପରେ ସେହିବାଟ ଦେଇ ଯାଉଥିବା ଲୋକଙ୍କ ଭିଡ଼ ଜମିଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ କିଏ ଗୋଇଠା ତ ଆଉ କିଏ ବିଧା, ଚାପୁଡ଼ା ମାରିଥିଲେ। ଅସଦାଚରଣର ଶିକାର ଯୁବତୀ ଜଣକ ମଧ୍ୟ ଛାଡ଼ି ନ ଥିଲେ। ଜୋତାରେ ପିଟିବା ସହ ମୁହଁକୁ ଗୋଇଠା ମାରି ପ୍ରତିଶୋଧ ନେଇଥିଲେ। ନିସ୍ତୁକ ମାଡ଼ ଖାଇବା ପରେ କନ୍‌ଷ୍ଟେବଳ ନିଶାଗ୍ରସ୍ତଙ୍କ ଭଳି ଦୁଇ ହାତକୁ ଯୋଡ଼ି ବାରମ୍ବାର ଭୁଲ୍‌ ମାଗି ଚାଲିଥିଲେ ମଧ୍ୟ କେହି କିଛି ଶୁଣି ନ ଥିଲେ। ଶେଷରେ ଯୁବତୀ ଜଣକ ନିଜ ମୋବାଇଲ୍‌ରେ ଥାନାକୁ ଫୋନ୍‌ କରିିବା ପରେ ପୋଲିସ ପହଞ୍ଚତ୍ କନ୍‌ଷ୍ଟେବଳଙ୍କୁ ଉଦ୍ଧାର କରି ଥାନାକୁ ନେଇଯାଇଥିଲା। ଏଠାରେ ପ୍ରଶ୍ନ ଉଠୁଛି, ଉକ୍ତ ଯୁବତୀଙ୍କୁ ପୂର୍ବରୁ କନ୍‌ଷ୍ଟେବଳ ଜଣକ ଜାଣିଥିଲେ କି? ଯଦି ଜାଣିଥିଲେ ତେବେ ଉଭୟଙ୍କ ମଧ୍ୟରେ ଏମିତି କ’ଣ ଘଟିଲା ଯେ ସେ ତାଙ୍କୁ ରାସ୍ତାମଝିରେ ଅସଦାଚରଣ କଲେ। ଏ ନେଇ ପୋଲିସ ସମ୍ପୃକ୍ତ କନ୍‌ଷ୍ଟେବଳଙ୍କୁ ପଚରାଉଚରା କରିଥିଲେ ମଧ୍ୟ ସେ ଯୁବତୀଙ୍କୁ ଜାଣି ନ ଥିବା କହିଛନ୍ତି।

ପୂର୍ବରୁ ଘଟିଥିବା ୩ ଘଟଣା
ଡେରାଡୁନ୍‌ର ଜଣେ ଯୁବତୀଙ୍କୁ ଭୁବନେଶ୍ୱରରେ ରଖି ସିଆର୍‌ପିଏଫ୍‌ର ଜଣେ ଯବାନ ବଳାତ୍କାର କରିଥିଲେ। ଏହି ମାମଲାରେ ନୟାପଲ୍ଲୀ ଥାନା ପୋଲିସ ଗତ ୩ ତାରିଖରେ ସମ୍ପୃକ୍ତ ଯବାନଙ୍କୁ ଗିରଫ କରିଥିଲା। ସେହିଭଳି ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ବଳାତ୍କାର କରିଥିଲେ ଏସ୍‌ଏସ୍‌ବିର ଜଣେ କନ୍‌ଷ୍ଟେବଳ। ଏ ନେଇ ଅଭିଯୋଗ ହେବା ପରେ ଗତ ୪ ତାରିଖରେ ମହିଳା ଥାନା ପୋଲିସ ଅଭିଯୁକ୍ତ କନ୍‌ଷ୍ଟେବଳଙ୍କୁ ଗିରଫ କରିଥିଲା। ତୃତୀୟ ଘଟଣାଟି ନୟାପଲ୍ଲୀ ଥାନାଞ୍ଚଳରେ ଘଟିଥିଲା। ଓଏସ୍‌ଏପିର ଜଣେ ସିପାହି ଜଣେ ମହିଳାଙ୍କ ଘରେ ପଶି ତାଙ୍କୁ ବଳାତ୍କାର କରିଥିଲେ। ଏହି ମାମଲାରେ ଗତ ୮ ତାରିଖରେ ସେ ଗିରଫ ହୋଇଥିଲେ।
ମହିଳାଙ୍କ ସୁରକ୍ଷାରେ ଥିବା ଏସ୍‌ପିଓ କୁଆଡ଼େ ଗଲେ?
ରାଜଧାନୀରେ ରୋଡ଼ ରୋମିଓଙ୍କ ଉପତ୍ାତ ବଢିବା ପରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କଲେଜ ଛାତ୍ରୀ, ବିଭିନ୍ନ ଘରୋଇ ସଂସ୍ଥା ଓ ଶିକ୍ଷାନୁଷ୍ଠାନର ମହିଳା କର୍ମଚାରୀଙ୍କୁ ସ୍ପେଶାଲ ପୋଲିସ ଅଫିସର (ଏସ୍‌ପିଓ) ଭାବେ ନିଯୁକ୍ତ କଲେ। ଜାନୁୟାରୀ ୨ରେ କମିଶନରେଟ ପୋଲିସ ମୁଖ୍ୟାଳୟରେ ଏସ୍‌ପିଓମାନେ ସ୍ବତନ୍ତ୍ର ପୋଷାକ ପିନ୍ଧି ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗଦେଲେ। ଏସ୍‌ପିଓମାନଙ୍କୁ ନେଇ ମଧ୍ୟ ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ ଖୋଲାଗଲା। ରାଜଧାନୀ ରାଜରାସ୍ତାଠାରୁ ଆରମ୍ଭ କରି ବଜାର, ବ୍ୟବସାୟ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟରେ ମହିଳାଙ୍କୁ ସୁରକ୍ଷା ଦେବା ସହ ତୁରନ୍ତ ଏ ସମ୍ପର୍କରେ ପୋଲିସକୁ ଜଣାଇବେ ବୋଲି କୁହାଗଲା। ଏପରି କି ଏସ୍‌ପିଓମାନଙ୍କୁ କମିଶନରେଟ ପୋଲିସ ପକ୍ଷରୁ କେତେକ କ୍ଷମତା ଦିଆଗଲା। ଅଭିଯୁକ୍ତମାନଙ୍କୁ ଆବଶ୍ୟକସ୍ଥଳେ ସେମାନେ ଗିରଫ କରିପାରିବେ ବୋଲି କମିଶନର ଷଡଙ୍ଗୀ କହିଥିଲେ। ତେବେ ରବିବାର ରାଜଧାନୀର ପ୍ରମୁଖ କଳ୍ପନା-ରାଜମହଲ ଛକ ରାସ୍ତାରେ ଜଣେ ପୋଲିସ କନ୍‌ଷ୍ଟେବଳ ଯୁବତୀଙ୍କୁ ଅସଦାଚରଣ କରିଥିଲେ ମଧ୍ୟ ଏସ୍‌ପିଓମାନଙ୍କର ଦେଖା ନ ଥିଲା। ଏପରି କି ଘଟଣା ସମ୍ପର୍କରେ ମଧ୍ୟ କୌଣସି ଏସ୍‌ପିଓଙ୍କ ତରଫରୁ ଥାନାକୁ ସୂଚନା ଦିଆଯାଇ ନ ଥିବା ଜଣାପଡିଛି। ଘଟଣାସ୍ଥଳରେ ମଧ୍ୟ ଏସ୍‌ପିଓମାନେ କୁଆଡେ ଗଲେ ବୋଲି କେତେଜଣ ସଚେତନ ନାଗରିକ ପ୍ରଶ୍ନ ଉଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri