ଯୁବଗୋଷ୍ଠୀଙ୍କୁ ପ୍ରୋତ୍ସାହିତ ପାଇଁ ଯୋଜନା ଚାଲିଛି

ନୂଆପଡା ଅଫିସ,୧୦ା୮
ନୂଆପଡା ଏକ ଉପାନ୍ତ ଜିଲା । ଏଠାରେ ଯୁବ ସମାଜ ଦିନକୁ ଦିନ ପଥଭ୍ରଷ୍ଟ ଯେମିତି ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାର ସମୟ ଆସିଛି। ଏଥିପାଇଁ ନେହେରୁ ଯୁବ କେନ୍ଦ୍ର ପର୍ଯ୍ୟାୟ କ୍ରମେ ବିଭିନ୍ନ କାର୍ଯ୍ୟକ୍ରମ କରି ପଦକ୍ଷେପ ନେଉଛି । ଏଥିପାଇଁ ସରକାରଙ୍କ ଦ୍ୱାରା ଯୋଜନାବଦ୍ଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ସୂଚନା ଦିଆଯାଇଛି । ସ୍ଥାନୀୟ ନେହେରୁ ଯୁବକେନ୍ଦ୍ରରେ ଜିଲା ସଂଯୋଜକ ଆଶୀଷ କୁମାର ଠାକୁର ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ ବିଷଦ ଭାବେ କହିଛନ୍ତି ଯେ, ଜୁଲାଇ ମାସରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କ୍ରମରେ ନେହେରୁ ଯୁବ କେନ୍ଦ୍ରର ପ୍ରତ୍ୟକ୍ଷ ତତ୍ୱାବଧାନରେ ସଫେଇ କାର୍ଯ୍ୟକ୍ରମମାନ ହାତକୁ ନେଇଥିଲେ । ଏଥିରେ ବିଭିନ୍ନ ଗାଁର ପୋଖରୀ, ଗାଁ ମୁଣ୍ଡ ସଫେଇ, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ଏଥିରେ କୃତୀତ୍ୱ ପ୍ରଦର୍ଶନ କରିଥିବା କ୍ଲବମାନଙ୍କୁ ପୁରସ୍କୃତ କରିବାକୁ ଯୋଜନା ରଖାଯାଇଛି । ଏଥିରେ ଜିଲାସ୍ତରରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅକ୍ତିଆର କରିଥିବା କ୍ଲବମାନଙ୍କୁ ଯଥାକ୍ରମେ ୩୦ ହଜାର, ୨୦ ହଜାର ଏବଂ ୧୦ ହଜାର ଟଙ୍କାର ପୁରସ୍କାର ରାଶି ରଖାଯାଇଛି । ଏଥିପାଇଁ ଆବେଦନ କରିବାକୁ ଆହ୍ବାନ କରାଯାଇଥିବା ପ୍ରକାଶ କରିଛନ୍ତି । ଏହିଭଳି ଅଗଷ୍ଟରେ ସ୍ବଚ୍ଛତା ପଖୱାଡା ପାଳନ କରାଯିବ। ଯୁବକମାନଙ୍କୁ ଶାରିରୀକ ଭାବେ ସୁସ୍ଥତା ଆଣିବାକୁ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ, ବିତର୍କ ପ୍ରତିଯୋଗୀତା, ଜଳ ଶକ୍ତି ଅଭିଯାନ ଆଦି କାର୍ଯ୍ୟକ୍ରମ କରାଯିବାକୁ ଯୋଜନା ରଖାଯାଇଥିବା କହିଛନ୍ତି । ଏଥିପାଇଁ ଯୁବକ ସଂଘ କର୍ମକର୍ତ୍ତା ଆଗକୁ ଆସିବାକୁ କୁହାଯାଇଛି । ଏହି ସମ୍ମିଳନୀରେ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର ଏକତରଫା…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ପ୍ରେମ, ପ୍ରତାରଣା ମାମଲା: ଆସିଷ୍ଟାଣ୍ଟ ଲେବର ଅଫିସର ଗିରଫ

ଭୁବନେଶ୍ୱର,୧୮।୨(ତ୍ରିନାଥ ମହାନ୍ତି):ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ବଲାଙ୍ଗୀରରେ କାର୍ଯ୍ୟରତ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ର…

ଅସୁରକ୍ଷିତ ରାଜଧାନୀ ଭୁବନେଶ୍ୱର: ୨୪ଘଣ୍ଟାରେ ୩ ଘଟଣାରେ ଆତଙ୍କିତ ସହରବାସୀ

ଅସୁରକ୍ଷିତ ହୋଇପଡ଼ିିଛି ରାଜଧାନୀ ଭୁବନେଶ୍ୱର। କଥା କଥାରେ ବୁଲୁଛି ଖଣ୍ଡା, ଭୁଜାଲି। ଦିନ ହେଉ ଅବା ରାତି ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷ କେହି ସୁରକ୍ଷିତ ନାହାନ୍ତି।…

ପୁଣି ଅଶାନ୍ତ ବରଗଡ଼: ବୁଲିଲା ଛୁରି-ଭୁଜାଲି, ଯୁବକ ଆହତ

ବରଗଡ଼,୧୮ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଅପରାଧୀମାନେ ସକ୍ରିୟ ହୋଇ ପଡିଛନ୍ତି। ଏଠାରେ ଦିନ ଦ୍ବିପ୍ରହରରେ ଭୁଜାଲି ମାଡ, ଛୁରାମାଡ଼ ହେଉଛି। ଗତ କିଛିଦିନ ତଳେ ବରଗ ହାଟପଦାରେ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ହଙ୍ଗାମା: ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, ଆଉ ତା’ ପରେ…

ବାଲେଶ୍ୱର,୧୮ା୨(ବାଞ୍ଛାନିଧି ଦେ): ସ୍ବାମୀ ପାଲଟିଗଲେ ରାକ୍ଷସ। ଶ୍ୱଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ସ୍ବାମୀ। ଝିଅକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର, ଶାଶୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri